ଓଁ ତତ୍ସଦିତି ନିର୍ଦ୍ଦେଶୋ ବ୍ରହ୍ମଣସ୍ତ୍ରିବିଧଃ ସ୍ମ୍ମୃତଃ ।
ବ୍ରାହ୍ମଣାସ୍ତେନ ବେଦାଶ୍ଚ ଯଜ୍ଞାଶ୍ଚ ବିହିତାଃ ପୁରା ।।୨୩।।
ଓଁ-ତତ୍-ସତ୍ -ଶବ୍ଦ ଯାହା ଦିବ୍ୟତାର ପ୍ରତୀକ ଅଟେ; ଇତି -ତାହା; ନିର୍ଦ୍ଦେଶଃ -ପ୍ରତୀକ; ବ୍ରହ୍ମଣଃ -ପରମେଶ୍ୱରଙ୍କର; ତ୍ରିବିଧଃ - ତିନିପ୍ରକାର; ସ୍ମୃତଃ - କଥିତ; ବ୍ରାହ୍ମଣାଃ - ବ୍ରାହ୍ମଣମାନେ; ତେନ -ତାଙ୍କ ଠାରୁ; ବେଦାଃ - ବେଦଶାସ୍ତ୍ର; ଚ-ଏବଂ; ଯଜ୍ଞାଃ -ଯଜ୍ଞ; ଚ-ଏବଂ; ବିହିତାଃ -ଆସିଛନ୍ତି; ପୁରା-ସୃଷ୍ଟିର ପ୍ରାରମ୍ଭରୁ ।
BG 17.23: ସୃଷ୍ଟିର ପ୍ରାରମ୍ଭରୁ “ଓଁ ତତ୍ ସତ୍” ପରମ ଅନ୍ତିମ ସତ୍ୟର ପ୍ରତୀକ ଭାବରେ ସ୍ୱୀକୃତ । ତାଙ୍କଠାରୁ ପୁରୋହିତ, ଶାସ୍ତ୍ର ଏବଂ ଯଜ୍ଞ ଜାତ ହୋଇଛନ୍ତି ।
ଓଁ ତତ୍ସଦିତି ନିର୍ଦ୍ଦେଶୋ ବ୍ରହ୍ମଣସ୍ତ୍ରିବିଧଃ ସ୍ମ୍ମୃତଃ ।
ବ୍ରାହ୍ମଣାସ୍ତେନ ବେଦାଶ୍ଚ ଯଜ୍ଞାଶ୍ଚ ବିହିତାଃ ପୁରା ।।୨୩।।
ସୃଷ୍ଟିର ପ୍ରାରମ୍ଭରୁ “ଓଁ ତତ୍ ସତ୍” ପରମ ଅନ୍ତିମ ସତ୍ୟର ପ୍ରତୀକ ଭାବରେ ସ୍ୱୀକୃତ । ତାଙ୍କଠାରୁ ପୁରୋହିତ, ଶାସ୍ତ୍ର ଏବଂ ଯଜ୍ଞ ଜାତ ହୋଇଛନ୍ତି ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ଏହି ଅଧ୍ୟାୟରେ, ତିନୋଟି ଭୌତିକ ଗୁଣ ଅନୁଯାୟୀ; ଯଜ୍ଞ, ତପ ଏବଂ ଦାନର ଶ୍ରେଣୀ ମାନଙ୍କର ବର୍ଣ୍ଣନା କଲେ । ଏହି ତିନୋଟି ଗୁଣ ମଧ୍ୟରୁ ତାମସିକ ଗୁଣ ଆତ୍ମାର ପତନ ଅଜ୍ଞାନତା, ଶକ୍ତିହୀନତା ଏବଂ ଆଳସ୍ୟ ଆଦି ଅଭିମୁଖରେ କରାଏ । ରାଜସିକ ଗୁଣ ମନୁଷ୍ୟକୁ ଉତ୍ତେଜିତ କରି ଅସଂଖ୍ୟ କାମନାର ବନ୍ଧନରେ ପକାଏ । ସାତ୍ତ୍ୱିକଗୁଣ, ପ୍ରଶାନ୍ତ, ଜ୍ଞାନୋଦୀପ୍ତ ଏବଂ ସଦ୍ଗୁଣ ଉଦ୍ରେକ କାରକ ଅଟେ । ତଥାପି ସାତ୍ତ୍ୱିକ ଗୁଣ ମାୟିକ ଜଗତର ଅଧୀନ ଅଟେ । ତେଣୁ ଆମେ ତାହା ପ୍ରତି ଆସକ୍ତ ନ ହୋଇ ତାହାକୁ ଆଧ୍ୟାତ୍ମିକ ସ୍ତରରେ ପହଞ୍ôଚବା ପାଇଁ ଏକ ଶିଢ଼ି ରୂପରେ ବ୍ୟବହାର କରିବା ଉଚିତ୍ । ଶ୍ରୀକୃଷ୍ଣ ଏହି ଶ୍ଲୋକରେ, ତ୍ରିଗୁଣର ଊର୍ଦ୍ଧ୍ୱକୁ ଯାଇ ଓଁ ତତ୍ ସତ୍ ଶବ୍ଦଗୁଡ଼ିକର ବର୍ଣ୍ଣନା କରିଛନ୍ତି, ଯାହା ଅନ୍ତିମ ସତ୍ୟର ବିଭିନ୍ନ ଦିଗକୁ ସଙ୍କେତ କରିଥାଏ । ପରବର୍ତ୍ତୀ ଶ୍ଲୋକରେ ସେ ଏହି ସବୁ ଶବ୍ଦର ମହତ୍ତ୍ୱ ପ୍ରତିପାଦନ କରିଛନ୍ତି ।