ତସ୍ମାଦ୍ ଓଁ ଇତ୍ୟୁଦାହୃତ୍ୟ ଯଜ୍ଞଦାନତପଃକ୍ରିୟାଃ ।
ପ୍ରବର୍ତନ୍ତେ ବିଧାନୋକ୍ତାଃ ସତତଂ ବ୍ରହ୍ମବାଦିନାମ୍ ।।୨୪।।
ତସ୍ମାତ୍ - ତେଣୁ; ଓଁ -ପବିତ୍ର ଧ୍ୱନି ଓଁ; ଇତି - ଏହିପରି; ଉଦାହୃତ୍ୟ- ଉଚ୍ଚାରଣ କରି; ଯଜ୍ଞ - ଯଜ୍ଞ; ଦାନ-ଦାନ; ତପଃ - ତପସ୍ୟା; କ୍ରିୟାଃ -କର୍ମ; ପ୍ରବର୍ତନ୍ତେ -ଆରମ୍ଭ ହୁଏ; ବିଧାନ-ଉକ୍ତାଃ -ଶାସ୍ତ୍ରନିର୍ଦ୍ଦେଶ ଅନୁଯାୟୀ; ସତତଂ -ସର୍ବଦା; ବ୍ରହ୍ମ-ବାଦିନାମ୍ -ବେଦର ବ୍ୟାଖ୍ୟାକାରୀ ।
BG 17.24: ତେଣୁ ବୈଦିକ ଆଦେଶନୁସାରେ ଯଜ୍ଞ, ଦାନ କିମ୍ବା ତପସ୍ୟା କଲାବେଳେ ବେଦଜ୍ଞ ପୁରୁଷଗଣ ଓଁ ଶବ୍ଦ ଉଚ୍ଚାରଣ ପୂର୍ବକ ସେସବୁର ପ୍ରାରମ୍ଭ କରିଥାନ୍ତି ।
ତସ୍ମାଦ୍ ଓଁ ଇତ୍ୟୁଦାହୃତ୍ୟ ଯଜ୍ଞଦାନତପଃକ୍ରିୟାଃ ।
ପ୍ରବର୍ତନ୍ତେ ବିଧାନୋକ୍ତାଃ ସତତଂ ବ୍ରହ୍ମବାଦିନାମ୍ ।।୨୪।।
ତେଣୁ ବୈଦିକ ଆଦେଶନୁସାରେ ଯଜ୍ଞ, ଦାନ କିମ୍ବା ତପସ୍ୟା କଲାବେଳେ ବେଦଜ୍ଞ ପୁରୁଷଗଣ ଓଁ ଶବ୍ଦ ଉଚ୍ଚାରଣ ପୂର୍ବକ ସେସବୁର ପ୍ରାରମ୍ଭ କରିଥାନ୍ତି ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଓଁ ଶବ୍ଦାଂଶଟି ନିରାକାର ବ୍ରହ୍ମଙ୍କର ପ୍ରତୀକାତ୍ମକ ପ୍ରତିନିଧିତ୍ୱ ଅଟେ । ଏହାକୁ ନିରାକାର ବ୍ରହ୍ମଙ୍କର ନାମ ଭାବରେ ମଧ୍ୟ ବିବେଚିତ କରାଯାଏ । ଏହା ସୃଷ୍ଟିରେ ବ୍ୟାପ୍ତଥିବା ଅନାଦି ନାଦ ଅଟେ । ଏହାର ସଠିକ୍ ଉଚ୍ଚାରଣ : ‘ଅଅଅ’କୁ ମୁହଁ ଖୋଲି, ‘ଉଉଉ’କୁ ଦୁଇ ଓଠ ଏକତ୍ର କରି ଏବଂ ‘ମମମ’କୁ ଓଠ ବନ୍ଦ କରି କରାଯାଇଥାଏ । ଏହାକୁ ବୀଜ ମନ୍ତ୍ର ଭାବରେ ଅନେକ ବେଦ ମନ୍ତ୍ରର ଆରମ୍ଭରେ ରଖାଯାଇଥାଏ, ଯାହା ପବିତ୍ରତାର ସୂଚକ ଅଟେ ।