ତଦିତ୍ୟନଭିସନ୍ଧାୟ ଫଳଂ ଯଜ୍ଞତପଃକ୍ରିୟାଃ ।
ଦାନକ୍ରିୟାଶ୍ଚ ବିବିଧାଃ କ୍ରିୟନ୍ତେ ମୋକ୍ଷକାଙ୍କ୍ଷିଭିଃ ।।୨୫।।
ତତ୍ - ‘ତତ୍’ ଶବ୍ଦ; ଇତି- ଏହିପରି ଉଚ୍ଚାରଣ କରି; ଅନଭିସନ୍ଧାୟ -କାମନା ନ କରି; ଫଳଂ- ଫଳ ପ୍ରାପ୍ତି; ଯଜ୍ଞ-ଯଜ୍ଞ; ତପଃ - ତପସ୍ୟା; କ୍ରିୟାଃ - କ୍ରିୟା (କର୍ମ); ଦାନ-ଦାନ; କ୍ରିୟାଃ - କ୍ରିୟା(କର୍ମ); ଚ-ଏବଂ; ବିବିଧାଃ -ନାନାପ୍ରକାର; କ୍ରିୟନ୍ତେ- କରନ୍ତି; ମୋକ୍ଷ-କାଙ୍କ୍ଷିଭିଃ - ଯେଉଁମାନେ ମାୟିକ ବନ୍ଧନରୁ ମୁକ୍ତି ଇଚ୍ଛା କରନ୍ତି ।
BG 17.25: ଯେଉଁମାନେ ଫଳ ପ୍ରାପ୍ତିର କାମନା କରନ୍ତି ନାହିଁ ଏବଂ ମାୟା ଜାଲରୁ ମୁକ୍ତ ହେବାକୁ ଇଚ୍ଛା କରନ୍ତି, ସେମାନେ ତପ, ଯଜ୍ଞ ଏବଂ ଦାନ କରିବା ସହିତ ‘ତତ୍’ ଶବ୍ଦର ଉଚ୍ଚାରଣ କରିଥାନ୍ତି ।
ତଦିତ୍ୟନଭିସନ୍ଧାୟ ଫଳଂ ଯଜ୍ଞତପଃକ୍ରିୟାଃ ।
ଦାନକ୍ରିୟାଶ୍ଚ ବିବିଧାଃ କ୍ରିୟନ୍ତେ ମୋକ୍ଷକାଙ୍କ୍ଷିଭିଃ ।।୨୫।।
ଯେଉଁମାନେ ଫଳ ପ୍ରାପ୍ତିର କାମନା କରନ୍ତି ନାହିଁ ଏବଂ ମାୟା ଜାଲରୁ ମୁକ୍ତ ହେବାକୁ ଇଚ୍ଛା କରନ୍ତି, ସେମାନେ ତପ, ଯଜ୍ଞ ଏବଂ ଦାନ କରିବା ସହିତ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ସମସ୍ତ କର୍ମର ଫଳ ଭଗବାନଙ୍କର ଅଟେ । ତେଣୁ ସମସ୍ତ ଯଜ୍ଞ, ତପ ଓ ଦାନ ଭଗବତ୍ ପ୍ରୀତ୍ୟର୍ଥ ଅର୍ପଣ କରି ପବିତ୍ର କରାଯିବା ଉଚିତ । ଶ୍ରୀକୃଷ୍ଣ “ତତ୍” ଶବ୍ଦକୁ ବ୍ରହ୍ମଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରି ତାହାକୁ ମହିମାନ୍ୱିତ କରିଛନ୍ତି । ଯଜ୍ଞ, ତପ ଓ ଦାନ ସହିତ ତତ୍ ଉଚ୍ଚାରଣ ସଙ୍କେତ ଦେଇଥାଏ ଯେ ଏହିସବୁ କର୍ମ କୌଣସି ଭୌତିକ ଲାଭ ପାଇଁ ନୁହେଁ, ବରଂ ଭଗବତ୍ ପ୍ରାପ୍ତି ଦ୍ୱାରା ଆତ୍ମାର ଚିରନ୍ତନ କଲ୍ୟାଣ ପାଇଁ କରାଯାଉଅଛି ।