Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 17, Verse 26-27

ସଦ୍‌ଭାବେ ସାଧୁଭାବେ ଚ ସଦିତ୍ୟେତତ୍ ପ୍ରଯୁଜ୍ୟତେ ।
ପ୍ରଶସ୍ତେ କର୍ମଣି ତଥା ସଚ୍ଛବ୍ଦଃ ପାର୍ଥ ଯୁଜ୍ୟତେ ।।୨୬।।
ଯଜେ୍ଞ ତପସି ଦାନେ ଚ ସ୍ଥିତିଃ ସଦିତି ଚୋଚ୍ୟତେ ।।
କର୍ମ ଚୈବ ତଦର୍ଥୀୟଂ ସଦିତ୍ୟେବାଭିଧୀୟତେ ।।୨୭।।

ସତ୍‌-ଭାବେ- ଶାଶ୍ୱତ ଅସ୍ତିତ୍ୱ ଏବଂ ସତ୍ ଭାବନାରେ; ସାଧୁ ଭାବେ - ପବିତ୍ର ଭାବନାରେ; ଚ-ମଧ୍ୟ; ସତ୍‌- ‘ସତ୍‌’ ଶବ୍ଦାଂଶ; ଇତି - ଏହିପରି; ଏତତ୍ -ଏହା; ପ୍ରଯୁଜ୍ୟତେ - ବ୍ୟବହୃତ ହୁଏ; ପ୍ରଶସ୍ତେ -ପବିତ୍ର; କର୍ମଣି - କର୍ମରେ; ତଥା -ମଧ୍ୟ; ସଚ୍ଛବ୍ଦ -ସତ୍ ଶବ୍ଦ; ପାର୍ଥ - ହେ ପୃଥାପୁତ୍ର!; ଯୁଜ୍ୟତେ - ବ୍ୟବହୃତ ହୁଏ; ଯଜେ୍ଞ- ଯଜ୍ଞରେ; ତପସି - ତପସ୍ୟାରେ; ଦାନେ - ଦାନରେ; ଚ-ଏବଂ; ସ୍ଥିତିଃ - ସ୍ଥିତ ରହେ; ସତ୍‌- ‘ସତ୍‌’ ଶବ୍ଦାଂଶ; ଇତି- ଏହିପରି; ଚ-ଏବଂ; ଉଚ୍ୟତେ -ଉଚ୍ଚାରଣ କରାଯାଏ; କର୍ମ -କର୍ମ; ଚ- ଏବଂ; ଏବ- ନିଶ୍ଚିତଭାବ; ତତ୍‌-ଅର୍ଥୀୟଂ -ସେହି ଉଦ୍ଦେଶ୍ୟରେ; ସତ୍‌- ‘ସତ୍‌’ ଶବ୍ଦାଂଶ; ଇତି - ଏହିପରି; ଏବ-ନିଶ୍ଚିତଭାବେ; ଅଭିଧୀୟତେ - ବର୍ଣ୍ଣନା କରାଯାଇଛି ।

Translation

BG 17.26-27: ସତ୍ ଶବ୍ଦର ଅର୍ଥ ଚିରନ୍ତନ ଅସ୍ତିତ୍ୱ ଏବଂ ସତ୍ୟ । ହେ ଅର୍ଜୁନ! ଏହା ଏକ ପବିତ୍ର କର୍ମକୁ ବର୍ଣ୍ଣନା କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ । ଯଜ୍ଞ, ତପ ଏବଂ ଦାନରେ ସ୍ଥିତ ହେବାକୁ ମଧ୍ୟ ‘ସତ୍‌’ ଶବ୍ଦ ଦ୍ୱାରା ବର୍ଣ୍ଣନା କରାଯାଇଥାଏ । ତେଣୁ ସେହି ଉଦ୍ଦେଶ୍ୟରେ କରାଯାଉଥିବା ସମସ୍ତ କର୍ମ ‘ସତ୍‌’ ନାମରେ ଅଭିହିତ ହୁଏ ।

Commentary

ବର୍ତ୍ତମାନ ପବିତ୍ର ଶବ୍ଦ ‘ସତ୍‌’ କୁ ଶ୍ରୀକୃଷ୍ଣ ମହିମାନ୍ୱିତ କରିଛନ୍ତି । ଏହି ସତ୍ ଶବ୍ଦଟି ଅନେକ ଅର୍ଥ ବୋଧକ ଅଟେ ଏବଂ ଉପରୋକ୍ତ ଦୁଇଟି ଶ୍ଲୋକରେ ତନ୍ମଧ୍ୟରୁ କେତୋଟି ଅର୍ଥର ବର୍ଣ୍ଣନା କରିଛି । ସତ୍‌ର ବ୍ୟବହାର ଶାଶ୍ୱତ କଲ୍ୟାଣ ଏବଂ ସଦ୍‌ଗୁଣ ଅର୍ଥରେ କରାଯାଇ ଥାଏ । ତା ସହିତ ଯଜ୍ଞ, ତପ ଏବଂ ଦାନ ଇତ୍ୟାଦି ପବିତ୍ର କର୍ମକୁ ମଧ୍ୟ ସତ୍ ଭାବରେ ବର୍ଣ୍ଣନା କରାଯାଏ । ସତ୍‌ର ଏହା ମଧ୍ୟ ଅର୍ଥ ଅଟେ ଯେ ଯାହା ସର୍ବଦା ରହିଅଛି ଅର୍ଥାତ୍ ଏକ ଚିରନ୍ତନ ସତ୍ୟ । ଶ୍ରୀମଦ୍ ଭାଗବତମ୍ କହେ:

ସତ୍ୟ-ବ୍ରତଂ ସତ୍ୟ-ପରଂ ତ୍ରି-ସତ୍ୟଂ
ସତ୍ୟସ୍ୟ ଯୋନିଂ ନିହିତଂ ଚ ସତ୍ୟେ
ସତ୍ୟସ୍ୟ ସତ୍ୟଂ ଋତ-ସତ୍ୟ-ନେତ୍ରଂ
ସତ୍ୟାତ୍ମକଂ ତ୍ୱାଂ ଶରଣଂ ପ୍ରପନ୍ନାଃ (୧୦.୨.୨୬)

“ହେ ଈଶ୍ୱର, ଆପଣ ସତ୍ୟ ସଙ୍କଳ୍ପ ଅଟନ୍ତି, ଆପଣ କେବଳ ଅନ୍ତିମ ସତ୍ୟ ନୁହନ୍ତି, ଆପଣ ବ୍ରହ୍ମାଣ୍ଡୀୟ ପରିପ୍ରକାଶର ତିନି ପର୍ଯ୍ୟାୟର ସତ୍ୟ ଅଟନ୍ତି- ସୃଷ୍ଟି, ପାଳନ ଏବଂ ବିଲୟ । ଆପଣ ସମସ୍ତ ସତ୍ୟର ଉତ୍ପତ୍ତି ତଥା ଆପଣ ତାର ଅନ୍ତ ଅଟନ୍ତି । ଆପଣ ସମସ୍ତ ସତ୍ୟର ମୂଳତତ୍ତ୍ୱ ଅଟନ୍ତି ଏବଂ ଆପଣ ସେହି ଚକ୍ଷୁ ଅଟନ୍ତି ଯଦ୍ୱାରା ସତ୍ୟକୁ ଦେଖାଯାଇପାରିବ । ହେ ସତ୍ ସ୍ୱରୂପ, ପରମ ଅନ୍ତିମ ସତ୍ୟ! ଆମ୍ଭେମାନେ ଆପଣଙ୍କର ଶରଣାଗତ ହେଉଛୁ । ଦୟାକରି ଆମର ରକ୍ଷା କରନ୍ତୁ ।”

Bookmark this Verse

Sign in to save your favorite verses.

Add a Note
Swami Mukundananda
17. ଶ୍ରଦ୍ଧା ତ୍ରୟ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!