ଅଶ୍ରଦ୍ଧୟା ହୁତଂ ଦତ୍ତଂ ତପସ୍ତପ୍ତଂ କୃତଂ ଚ ଯତ୍ ।
ଅସଦିତ୍ୟୁଚ୍ୟତେ ପାର୍ଥ ନ ଚ ତତ୍ପ୍ରେତ୍ୟ ନୋ ଇହ ।।୨୮।।
ଅଶ୍ରଦ୍ଧୟା -ଶ୍ରଦ୍ଧାହୀନ; ହୁତଂ- ଯଜ୍ଞ; ଦତ୍ତଂ-ଦାନ; ତପଃ-ତପସ୍ୟା; ତପ୍ତଂ-ଅଭ୍ୟାସ କରାଯାଉଥିବା; କୃତଂ-ଅନୁଷ୍ଠିତ; ଚ-ଏବଂ; ଯତ୍-ଯାହା; ଅସତ୍ -ନଶ୍ୱର; ଇତି- ଏହିପରି; ଉଚ୍ୟତେ- କୁହାଯାଏ; ପାର୍ଥ- ହେ ପୃଥା ପୁତ୍ର; ନ-ନୁହେଁ; ଚ- ଏବଂ; ତତ୍- ତାହା; ପ୍ରେତ୍ୟ- ପରଲୋକରେ; ନୋ- ନୁହେଁ; ଇହ- ଇହଲୋକରେ ।
BG 17.28: ହେ ପୃଥା ପୁତ୍ର! ଯେ କୌଣସି ଯଜ୍ଞ, ତପସ୍ୟା ଅଥବା ଦାନ ଯଦି ଶ୍ରଦ୍ଧା ରହିତ ହୋଇ କରାଯାଏ, ତାହା ‘ଅସତ୍’ ଭାବରେ ବିବେଚିତ ହୁଏ । ସେଗୁଡ଼ିକ ଉଭୟ ଇହଲୋକ ଓ ପର ଲୋକରେ ମୂଲ୍ୟହୀନ ଅଟନ୍ତି ।
ଅଶ୍ରଦ୍ଧୟା ହୁତଂ ଦତ୍ତଂ ତପସ୍ତପ୍ତଂ କୃତଂ ଚ ଯତ୍ ।
ଅସଦିତ୍ୟୁଚ୍ୟତେ ପାର୍ଥ ନ ଚ ତତ୍ପ୍ରେତ୍ୟ ନୋ ଇହ ।।୨୮।।
ହେ ପୃଥା ପୁତ୍ର! ଯେ କୌଣସି ଯଜ୍ଞ, ତପସ୍ୟା ଅଥବା ଦାନ ଯଦି ଶ୍ରଦ୍ଧା ରହିତ ହୋଇ କରାଯାଏ, ତାହା ‘ଅସତ୍’ ଭାବରେ ବିବେଚିତ ହୁଏ । …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ସମସ୍ତ ବୈଦିକ କର୍ମ ଶ୍ରଦ୍ଧାଯୁକ୍ତ ହୋଇ ସମ୍ପନ୍ନ କରିବା ଉଚିତ, ଏହାକୁ ପ୍ରତିପାଦିତ କରିବାକୁ ଯାଇ ଶ୍ରୀକୃଷ୍ଣ ବତ୍ତର୍ମାନ ଶ୍ରଦ୍ଧା ରହିତ ବୈଦିକ କର୍ମର ବ୍ୟର୍ଥତା ଉପରେ ଗୁରୁତ୍ୱ ଦେଉଛନ୍ତି । ସେ କହୁଛନ୍ତି ଯେ ଯେଉଁମାନେ ଶାସ୍ତ୍ର ଉପରେ ବିଶ୍ୱାସ ନ କରି କର୍ମ କରନ୍ତି, ଏହି ଜନ୍ମରେ ସେମାନେ ଉତ୍ତମ ଫଳ ପ୍ରାପ୍ତ କରନ୍ତି ନାହିଁ, କାରଣ ସେମାନଙ୍କର କର୍ମ ସବୁ ଠିକ୍ ଭାବରେ ସମ୍ପାଦିତ ହୋଇ ନ ଥାଏ । ଯେହେତୁ ସେଗୁଡ଼ିକ ବେଦଶାସ୍ତ୍ରର ସର୍ତ୍ତ ପୂରଣ କରନ୍ତି ନାହିଁ, ସେମାନେ ପର ଜନ୍ମରେ ମଧ୍ୟ ତା’ର ଫଳ ପାଇ ନ ଥାନ୍ତି । ତେଣୁ ଜଣଙ୍କର ଶ୍ରଦ୍ଧା ତାଙ୍କ ନିଜସ୍ୱ ମନ ଓ ବୁଦ୍ଧିର ସିଦ୍ଧାନ୍ତ ଉପରେ ଆଧାରିତ ହେବା ଉଚିତ ନୁହେଁ । ତା ପରିବର୍ତ୍ତେ ଏହା ଶାସ୍ତ୍ର ଏବଂ ଗୁରୁଙ୍କର ଅକାଟ୍ୟ ଅଧିକାରୀତ୍ୱ ଉପରେ ଆଧାରିତ ହେବା ଉଚିତ । ଏହା ସପ୍ତଦଶ ଅଧ୍ୟାୟର ସାରମର୍ମ ଅଟେ ।