Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 17, Verse 4

ଯଜନ୍ତେ ସାତ୍ତ୍ୱିକା ଦେବାନ୍ ଯକ୍ଷରକ୍ଷାଂସି ରାଜସାଃ ।
ପ୍ରେତାନ୍ ଭୂତଗଣାଂଶ୍ଚାନ୍ୟେ ଯଜନ୍ତେ ତାମସା ଜନାଃ ।।୪।।

ଯଜନ୍ତେ - ପୂଜା କରନ୍ତି; ସାତ୍ତ୍ୱିକଃ - ସତ୍ତ୍ୱଗୁଣୀ; ଦେବାନ୍ -ଦେବତାମାନଙ୍କୁ; ଯକ୍ଷଃ - ଯକ୍ଷ; ରକ୍ଷାଂସି - ରାକ୍ଷସମାନଙ୍କର; ରାଜସାଃ - ରଜୋଗୁଣୀମାନେ; ପ୍ରେତାନ୍‌-ଭୂତଗଣାନ୍ - ଭୂତ-ପ୍ରେତଗଣ; ଚ -ଏବଂ; ଅନ୍ୟେ - ଅନ୍ୟମାନେ; ଯଜନ୍ତେ - ପୂଜା କରନ୍ତି; ତାମସାଃ- ତମୋଗୁଣୀ; ଜନାଃ - ବ୍ୟକ୍ତିମାନେ ।

Translation

BG 17.4: ଯେଉଁମାନେ ସାତ୍ତ୍ୱିକ ଗୁଣଯୁକ୍ତ, ସେମାନେ ସ୍ୱର୍ଗର ଦେବତା ମାନଙ୍କୁ ପୂଜା କରିଥାନ୍ତି । ରାଜସିକ ଗୁଣଯୁକ୍ତ ବ୍ୟକ୍ତିମାନେ ଯକ୍ଷ ଏବଂ ରାକ୍ଷସ ମାନଙ୍କର ପୂଜା କରନ୍ତି ଏବଂ ତାମସିକ ଗୁଣଯୁକ୍ତ ବ୍ୟକ୍ତିମାନେ ଭୂତ ଓ ପ୍ରେତମାନଙ୍କ୍‌ୁ ପୂଜା କରିଥାନ୍ତି ।

Commentary

ଏପରି କୁହାଯାଏ ଯେ ସଜ୍ଜନମାନେ ଭଲ ଦିଗକୁ ଏବଂ ଦୁର୍ଜନମାନେ ମନ୍ଦ ଦିଗକୁ ଆକର୍ଷିତ ହୋଇଥାନ୍ତି । ଭୂତ ଓ ପ୍ରେତମାନେ ଦୁଷ୍ଟ ଓ ନିଷ୍ଠୁର ପ୍ରକୃତିର ହୋଇଥିବା ସତ୍ତ୍ୱେ, ତମୋଗୁଣ ବିଶିଷ୍ଟ ବ୍ୟକ୍ତି ସେମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ରାଜସିକ ଗୁଣଯୁକ୍ତ ବ୍ୟକ୍ତିମାନେ ଯକ୍ଷ (ଶକ୍ତି ଓ ଧନଯୁକ୍ତ ଉପଦେବତା) ଓ ରାକ୍ଷସ (ଇନ୍ଦ୍ରିୟ ଭୋଗ, ପ୍ରତିଶୋଧ ଏବଂ କ୍ରୋଧ ପରାୟଣ ଶକ୍ତିଶାଳୀ ଜୀବ) ମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ଏପରିକି, ଏହି ନିମ୍ନ କକ୍ଷର ଜୀବମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ, ସେମାନେ ପଶୁ ରକ୍ତ ମଧ୍ୟ ଉତ୍ସର୍ଗ କରିଥାନ୍ତି ଏବଂ ଏପରି ନିମ୍ନକୋଟୀର ଉପାସନାରେ ସେମାନଙ୍କର ବିଶ୍ୱାସ ଥାଏ । ଯେଉଁମାନେ ସତ୍ତ୍ୱଗୁଣ ଦ୍ୱାରା ଅନୁପ୍ରାଣୀତ ହୁଅନ୍ତି, ସେମାନେ ସ୍ୱର୍ଗର ଦେବତାମାନଙ୍କୁ ପୂଜା କରିବାରେ ଆଗ୍ରହୀ ହୋଇଥାନ୍ତି, କାରଣ ସେମାନେ ବିଶ୍ୱାସ କରନ୍ତି ଯେ ସେହି ଦେବତାମାନଙ୍କଠାରେ ସବୁ ପ୍ରକାରର ସଦ୍‌ଗୁଣ ରହିଛି । କିନ୍ତୁ, ବାସ୍ତବରେ ଭଗବାନଙ୍କ ନିମିତ୍ତ ଅର୍ପିତ ପୂଜା ହିଁ ଯଥାର୍ଥ ଅଟେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
17. ଶ୍ରଦ୍ଧା ତ୍ରୟ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!