ଅଶାସ୍ତ୍ରବିହିତଂ ଘୋରଂ ତପ୍ୟନ୍ତେ ଯେ ତପୋ ଜନାଃ ।
ଦମ୍ଭାହଂକାରସଂଯୁକ୍ତାଃ କାମରାଗବଳାନ୍ୱିତାଃ ।।୫।।
କର୍ଷୟନ୍ତଃ ଶରୀରସ୍ଥଂ ଭୂତଗ୍ରାମମଚେତସଃ ।
ମାଂ ଚୈବାନ୍ତଃଶରୀରସ୍ଥଂ ତାନ୍ ବିଦ୍ଧ୍ୟାସୁରନିଶ୍ଚୟାନ୍ ।।୬।।
ଅଶାସ୍ତ୍ର-ବିହିତଂ - ଯାହା ଶାସ୍ତ୍ରବିହିତ ନୁହେଁ; ଘୋରଂ - କଠୋର; ତପ୍ୟନ୍ତେ - ତପସ୍ୟା କରନ୍ତି; ଯେ- ଯେଉଁମାନେ; ତପଃ -ତପସ୍ୟା; ଜନାଃ - ବ୍ୟକ୍ତିଗଣ; ଦମ୍ଭ -ଛଳନା; ଅହଙ୍କାର -ଅହଙ୍କାର; ସଂଯୁକ୍ତାଃ -ସଂଯୁକ୍ତ; କାମ-କାମ; ରାଗ-ଆସକ୍ତି; ବଳ-ବଳ; ଅନ୍ୱିତାଃ - ପ୍ରଣୋଦିତ; କର୍ଷୟନ୍ତଃ - କଷଣ ଦିଅନ୍ତି; ଶରୀରସ୍ଥଂ - ଶରୀର ମଧ୍ୟରେ ସ୍ଥିତ; ଭୂତ-ଗ୍ରାମମ୍ - ଶରୀରର ଉପାଦାନ; ଅଚେତସଃ - ନିରର୍ଥକ; ମାଂ - ମୋତେ; ଚ- ଏବଂ; ଏବ - ନିଶ୍ଚିତଭାବେ; ଅନ୍ତଃ- ଭିତରେ ଅବସ୍ଥିତ; ତାନ୍- ସେମାନଙ୍କୁ; ବିଦ୍ଧି - ଜାଣିରଖ; ଆସୁର-ଆସୁରିକ; ନିଶ୍ଚୟାନ୍ - ବିଶ୍ୱାସ ।
BG 17.5-6: କେତେକ ବ୍ୟକ୍ତି କଠୋର ସଂଯମ ଆଚରଣ କରିଥାନ୍ତି ଯାହା ଶାସ୍ତ୍ରସମ୍ମତ ନୁହେଁ, ବରଂ କେବଳ କପଟ ଓ ଅହଂକାର ଦ୍ୱାରା ପ୍ରେରିତ ହୋଇଥାଏ । କାମନା ଓ ଆସକ୍ତି ଦ୍ୱାରା ପ୍ରରୋଚିତ ହୋଇ, ସେମାନେ କେବଳ ତାଙ୍କ ଶରୀରର ଉପାଦାନମାନଙ୍କୁ ଯନ୍ତ୍ରଣା ଦିଅନ୍ତି ନାହିଁ, ବରଂ ତା ସହିତ ତାଙ୍କ ମଧ୍ୟରେ ପରମାତ୍ମା ରୂପରେ ନିବାସ କରିଥିବା ମୋତେ ମଧ୍ୟ ଯନ୍ତ୍ରଣା ଦେଇଥାନ୍ତି । ଏହି ବିବେକହୀନ ବ୍ୟକ୍ତିମାନଙ୍କୁ ଆସୁରିକ ପ୍ରବୃତ୍ତିଯୁକ୍ତ ଭାବରେ ଜାଣ ।
ଅଶାସ୍ତ୍ରବିହିତଂ ଘୋରଂ ତପ୍ୟନ୍ତେ ଯେ ତପୋ ଜନାଃ ।
ଦମ୍ଭାହଂକାରସଂଯୁକ୍ତାଃ କାମରାଗବଳାନ୍ୱିତାଃ ।।୫।।
କର୍ଷୟନ୍ତଃ ଶରୀରସ୍ଥଂ ଭୂତଗ୍ରାମମଚେତସଃ ।
ମାଂ ଚୈବାନ୍ତଃଶରୀରସ୍ଥଂ ତାନ୍ ବିଦ୍ଧ୍ୟାସୁରନିଶ୍ଚୟାନ୍ ।।୬।।
କେତେକ ବ୍ୟକ୍ତି କଠୋର ସଂଯମ ଆଚରଣ କରିଥାନ୍ତି ଯାହା ଶାସ୍ତ୍ରସମ୍ମତ ନୁହେଁ, ବରଂ କେବଳ କପଟ ଓ ଅହଂକାର ଦ୍ୱାରା ପ୍ରେରିତ ହୋଇଥାଏ । କାମନା ଓ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଆଧ୍ୟାତ୍ମିକତା ନାମରେ ଲୋକେ ଅର୍ଥହୀନ ସଂଯମର ଆଚରଣ କରନ୍ତି । କେହି କେହି କଣ୍ଟକିତ ଶଯ୍ୟାରେ ଶୟନ କରନ୍ତି କିମ୍ବା ଦେହରେ ତୀକ୍ଷ୍ଣ କଣ୍ଟା ବିଦ୍ଧ କରନ୍ତି । ଏହି ବିକଟାଳ ପ୍ରଥାର ପାଳନ ସେମାନେ ଭୌତିକ ଜଗତରେ ଆଧିପତ୍ୟ ଲାଭ ଉଦ୍ଦେଶ୍ୟରେ କରିଥାନ୍ତି । ଅନ୍ୟ କେତେଜଣ ବହୁବର୍ଷ ଧରି ଗୋଟିଏ ହାତକୁ ଉପରକୁ ଉଠାଇ ରଖିଥାନ୍ତି ଏବଂ ବିଶ୍ୱାସ କରନ୍ତି ଯେ ଏହା ଦ୍ୱାରା ସେମାନେ ରହସ୍ୟମୟ ଶକ୍ତିର ଅଧିକାରୀ ହୋଇଯିବେ । ଆଉ କେତେଜଣ ସୂର୍ଯ୍ୟଙ୍କୁ ଅପଲକ ଚାହିଁ ରହନ୍ତି ଏବଂ ଏହାଦ୍ୱାରା ତାଙ୍କ ଚକ୍ଷୁର କ୍ଷତିସାଧନ ହେବା ପ୍ରତି ଅସାବଧାନ ହୋଇଥାନ୍ତି । ଅନ୍ୟମାନେ ଦୀର୍ଘଦିନ ଧରି ଉପବାସ କରିଥାନ୍ତି । ଭୌତିକ ଲାଭ ପାଇଁ ସେମାନେ ତାଙ୍କ ଶରୀରକୁ ନଷ୍ଟ କରିଥାନ୍ତି । ଶ୍ରୀକୃଷ୍ଣ କହୁଛନ୍ତି: ହେ ଅର୍ଜୁନ! ଯେଉଁମାନେ ଶାସ୍ତ୍ରନିୟମ ଅବମାନନା କରୁଥିଲେ ମଧ୍ୟ ବିଶ୍ୱାସର ସହିତ ପୂଜା କରିଥାନ୍ତି, ତୁମେ ତାଙ୍କର ସ୍ଥିତି ବିଷୟରେ ପ୍ରଶ୍ନ କରିଥିଲ । ମୁଁ ତୁମକୁ କହୁଛି ଯେ ଯେଉଁମାନେ କଠୋର ସଂଯମ ଆଚରଣ କରନ୍ତି ସେମାନଙ୍କ ଠାରେ ବିଶ୍ୱାସ ଦୃଷ୍ଟିଗୋଚର ହୋଇଥାଏ ସତ, କିନ୍ତୁ ଏହା ଜ୍ଞାନର ସଠିକ୍ ଆଧାର ରହିତ ହୋଇଥାଏ । ଏପରି ବ୍ୟକ୍ତିମାନଙ୍କର ସାଧନାରେ ପୂର୍ଣ୍ଣ ବିଶ୍ୱାସ ଥାଏ, କିନ୍ତୁ ତାଙ୍କର ବିଶ୍ୱାସ ଅଜ୍ଞାନତାଯୁକ୍ତ ଅଟେ । ଯେଉଁମାନେ ନିଜ ଭୌତିକ ଶରୀରର ଅପବ୍ୟବହାର କରନ୍ତି ଏବଂ ଶରୀରକୁ ଯନ୍ତ୍ରଣା ଦିଅନ୍ତି, ସେମାନେ ଅନ୍ତରରେ ବାସ କରୁଥିବା ପରମାତ୍ମାଙ୍କର ଅସମ୍ମାନ କରନ୍ତି । ଏଗୁଡ଼ିକ ଶାସ୍ତ୍ର ପ୍ରଦତ୍ତ ମାର୍ଗର ବିପରୀତ ଅଟେ ।
ତିନୋଟି ଶ୍ରେଣୀର ବିଶ୍ୱାସ ବିଷୟରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ପ୍ରତ୍ୟେକଙ୍କର ଅନୁରୂପ ଖାଦ୍ୟ, କର୍ମ, ଯଜ୍ଞ, ଦାନ ଇତ୍ୟାଦି ବିଷୟରେ ବୁଝାଉଛନ୍ତି ।