Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 17, Verse 9

କଟ୍ୱମ୍ଲଲବଣାତ୍ୟୁଷ୍ଣତୀକ୍ଷ୍‌ଣରୂକ୍ଷବିଦାହିନଃ ।
ଆହାରା ରାଜସସ୍ୟେଷ୍ଟା ଦୁଃଖଶୋକାମୟପ୍ରଦାଃ ।।୯।।

କଟୁ- ପିତା; ଅମ୍ଲ-ଖଟା; ଲବଣ - ଲୁଣିଆ; ଅତି-ଉଷ୍ଣ- ଅତି ଗରମ; ତୀକ୍ଷ୍ମ-ତୀବ୍ର; ରୂକ୍ଷ -ଶୁଷ୍କ; ବିଦାହିନଃ -ଉତ୍କଟ; ଆହାରାଃ - ଖାଦ୍ୟ; ରାଜସସ୍ୟ - ରଜୋଗୁଣର; ଇଷ୍ଟାଃ -ପ୍ରିୟ; ଦୁଃଖ - ଦୁଃଖ; ଶୋକ- ଶୋକ; ଆମୟ -ରୋଗ; ପ୍ରଦାଃ - କାରକ ।

Translation

BG 17.9: ଯେଉଁ ଖାଦ୍ୟ ଅତ୍ୟନ୍ତ ପିତା, ଖଟା, ଲବଣାକ୍ତ, ଅଧିକ ଗରମ, ଦୁର୍ଗନ୍ଧଯୁକ୍ତ, ଶୁଷ୍କ ଏବଂ ଉତ୍କଟ ଅଟେ, ସେସବୁ ଖାଦ୍ୟ ରାଜସିକ ଗୁଣଯୁକ୍ତ ବ୍ୟକ୍ତିଙ୍କର ପ୍ରିୟ ଅଟେ । ଏହିପରି ଖାଦ୍ୟ ଯନ୍ତ୍ରଣା, ଦୁଃଖ ଏବଂ ରୋଗ ଜାତ କରେ ।

Commentary

ନିରାମିଷ ଭୋଜନ ଅତ୍ୟଧିକ ଲଙ୍କା, ଶର୍କରା, ଲବଣ ଇତ୍ୟାଦି ବ୍ୟବହାର କରି ପ୍ରସ୍ତୁତ କରା ଯାଇଥିଲେ, ତାହାକୁ ରାଜସିକ ଖାଦ୍ୟ କହନ୍ତି ।  ସେଗୁଡ଼ିକୁ ବର୍ଣ୍ଣନା କରିବା ସମୟରେ ‘ଅତ୍ୟଧିକ’ ଶବ୍ଦଟି ସମସ୍ତ ବିଶେଷଣ ସହିତ ପ୍ରୟୋଗ କରାଯାଇପାରେ । ଏହିପରି ରାଜସିକ ଖାଦ୍ୟ ସବୁ ଅତ୍ୟଧିକ ତିକ୍ତ, ଅତ୍ୟଧିକ କଷା, ଅତ୍ୟଧିକ ଲବଣାକ୍ତ, ଅତ୍ୟଧିକ ଗରମ, ଅତ୍ୟଧିକ ଗନ୍ଧଯୁକ୍ତ, ଅତ୍ୟଧିକ ଶୁଷ୍କ, ଅତ୍ୟଧିକ ରାଗ, ଇତ୍ୟାଦି । ସେଗୁଡ଼ିକ ଖରାପ ସ୍ୱାସ୍ଥ୍ୟ, ଅଶାନ୍ତି ଏବଂ ନିରାଶା ଉତ୍ପନ୍ନ କରନ୍ତି । ରାଜସିକ ଗୁଣଯୁକ୍ତ ବ୍ୟକ୍ତି ଏଗୁଡ଼ିକୁ ଲୋଭନୀୟ ମନେ କରୁଥିବା ବେଳେ, ସାତ୍ତ୍ୱିକ ବ୍ୟକ୍ତି ଏଗୁଡ଼ିକ ବିରକ୍ତିକର ମନେ କରନ୍ତି । ଭୋଜନର ଉଦ୍ଦେଶ୍ୟ ଜିହ୍ୱାର ଆନନ୍ଦ ପାଇଁ ନୁହେଁ, ବରଂ ଶରୀରକୁ ସୁସ୍ଥ ଏବଂ ଶକ୍ତିଶାଳୀ କରିବା ଅଟେ । ଯେପରି ପୁରାତନ ପ୍ରବାଦ ଅଛି: “ବଞ୍ôଚବାକୁ ଖାଅ, ଖାଇବାକୁ ବଞ୍ଚ ନାହିଁ ।” ତେଣୁ ଜ୍ଞାନୀମାନେ ସେହି ଖାଦ୍ୟ ଗ୍ରହଣ କରନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ହିତକର ଏବଂ ମନକୁ ଶାନ୍ତ ରଖେ, ତାହା ସାତ୍ତ୍ୱିକ ଖାଦ୍ୟ ଅଟେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
17. ଶ୍ରଦ୍ଧା ତ୍ରୟ ବିଭାଗ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!