ନ ହି ଦେହଭୃତା ଶକ୍ୟଂ ତ୍ୟକ୍ତୁଂ କର୍ମାଣ୍ୟଶେଷତଃ ।
ଯସ୍ତୁ କର୍ମଫଳତ୍ୟାଗୀ ସ ତ୍ୟାଗୀତ୍ୟଭିଧୀୟତେ ।।୧୧।।
ନ- ନୁହେଁ; ହି-ନିଶ୍ଚିତଭାବେ; ଦେହ-ଭୃତା- ଦେହଧାରୀ ମାନଙ୍କର; ଶକ୍ୟଂ-ସମ୍ଭବ; ତ୍ୟକ୍ତୁଂ- ତ୍ୟାଗ କରିବାକୁ; କର୍ମାଣି- କର୍ମମାନ; ଅଶେଷତଃ-ସମ୍ପୂର୍ଣ୍ଣ ରୂପେ; ଯଃ- ଯିଏ;ତୁ -କିନ୍ତୁ; କର୍ମ-ଫଳ -କର୍ମର ଫଳ; ତ୍ୟାଗୀ-ତ୍ୟାଗୀ; ସଃ-ସେ; ତ୍ୟାଗୀ-ତ୍ୟାଗୀ; ଇତି-ଏହିପରି; ଅଭିଧୀୟତେ-କୁହାଯାଏ ।
BG 18.11: ଶରୀରଧାରୀ କୌଣସି ମନୁଷ୍ୟ ସମ୍ପୂର୍ଣ୍ଣରୂପେ କର୍ମତ୍ୟାଗ କରିବା ଅସମ୍ଭବ ଅଟେ । କିନ୍ତୁ ଯେଉଁମାନେ କର୍ମଫଳ ତ୍ୟାଗ କରନ୍ତି, ସେମାନେ ହିଁ ପ୍ରକୃତ ତ୍ୟାଗୀ ଅଟନ୍ତି ।
ନ ହି ଦେହଭୃତା ଶକ୍ୟଂ ତ୍ୟକ୍ତୁଂ କର୍ମାଣ୍ୟଶେଷତଃ ।
ଯସ୍ତୁ କର୍ମଫଳତ୍ୟାଗୀ ସ ତ୍ୟାଗୀତ୍ୟଭିଧୀୟତେ ।।୧୧।।
ଶରୀରଧାରୀ କୌଣସି ମନୁଷ୍ୟ ସମ୍ପୂର୍ଣ୍ଣରୂପେ କର୍ମତ୍ୟାଗ କରିବା ଅସମ୍ଭବ ଅଟେ । କିନ୍ତୁ ଯେଉଁମାନେ କର୍ମଫଳ ତ୍ୟାଗ କରନ୍ତି, ସେମାନେ ହିଁ ପ୍ରକୃତ ତ୍ୟାଗୀ ଅଟନ୍ତି ।
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଏଠାରେ ଯୁକ୍ତି କରାଯାଇପାରେ ଯେ କର୍ମଫଳ ତ୍ୟାଗ କରିବା ଠାରୁ ସମସ୍ତ କର୍ମ ତ୍ୟାଗ କରିବା ଭଲ ଅଟେ, କାରଣ ସେପରି କରିବା ଦ୍ୱାରା ସାଧନା କିମ୍ବା ଧ୍ୟାନରେ କୌଣସି ବାଧା ଉତ୍ପନ୍ନ ହେବ ନାହିଁ । ଶ୍ରୀକୃଷ୍ଣ ଏପରି ଯୁକ୍ତିକୁ ଖଣ୍ଡନ କରି କହୁଛନ୍ତି ଯେ ଶରୀରଧାରୀ ମନୁଷ୍ୟ ପାଇଁ ସମ୍ପୂର୍ଣ୍ଣ ନିଷ୍କ୍ରିୟତା ସମ୍ଭବ ନୁହେଁ । ଶରୀର ରକ୍ଷା ପାଇଁ କେତେକ ମୌଳିକ କର୍ମ, ଯେପରିକି, ଖାଇବା, ଶୋଇବା, ଗାଧୋଇବା ଇତ୍ୟାଦି କରିବା ଅନିର୍ବାର୍ଯ୍ୟ ଅଟେ । ଏତଦ୍ବ୍ୟତୀତ, ଛିଡ଼ାହେବା, ବସିବା, ଚିନ୍ତା କରିବା, ଚାଲିବା, କଥାବାର୍ତ୍ତା ହେବା ଇତ୍ୟାଦି କର୍ମଗୁଡ଼ିକୁ ଉପେକ୍ଷା କରାଯାଇ ପାରିବ ନାହିଁ । ଯଦି ଆମେ ବାହ୍ୟରୂପରେ କର୍ମ ତ୍ୟାଗକୁ ତ୍ୟାଗ ବୋଲି ଭାବିବା, ତା ହେଲେ କୌଣସି ବ୍ୟକ୍ତି ପ୍ରକୃତରେ ତ୍ୟାଗୀ ହୋଇପାରିବେ ନାହିଁ । କିନ୍ତୁ ଶ୍ରୀକୃଷ୍ଣ କହୁଛନ୍ତି ଯେ, ଯଦି ଜଣେ କର୍ମଫଳକୁ ତ୍ୟାଗ କରିପାରିବ, ଏହାକୁ ବାସ୍ତବିକ ତ୍ୟାଗ ବିବେଚନା କରାଯିବ ।