Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 18, Verse 12

ଅନିଷ୍ଟମିଷ୍ଟଂ ମିଶ୍ରଂ ଚ ତ୍ରିବିଧଂ କର୍ମଣଃ ଫଳମ୍ ।
ଭବତ୍ୟତ୍ୟାଗିନାଂ ପ୍ରେତ୍ୟ ନ ତୁ ସଂନ୍ୟାସିନାଂ କ୍ୱଚିତ୍ ।।୧୨।।

ଅନିଷ୍ଟଂ-ଅପ୍ରୀତିକର; ଇଷ୍ଟଂ-ସୁଖକର; ମିଶ୍ରଂ-ମିଶ୍ରିତ; ଚ-ଏବଂ; ତ୍ରିବିଧଂ- ତିନି ପ୍ରକାର; କର୍ମଣଃ-ଫଳଂ-କର୍ମଫଳ; ଭବତି-ହୁଏ; ଅତ୍ୟାଗିନାଂ-ଫଳାସକ୍ତମାନଙ୍କର; ପ୍ରେତ୍ୟ-ମୃତ୍ୟୁପରେ;ନ -ନୁହେଁ;ତୁ -କିନ୍ତୁ;ସଂନ୍ୟାସିନାଂ-ସନ୍ନ୍ୟାସୀମାନଙ୍କର; କ୍ୱଚିତ୍ -କେବେ ।

Translation

BG 18.12: ଫଳ ପ୍ରତି ଆସକ୍ତ ବ୍ୟକ୍ତିମାନଙ୍କୁ ମୃତ୍ୟୁ ପରେ ମଧ୍ୟ କର୍ମର ତିନିପ୍ରକାର ଫଳ -ସୁଖକର, ଦୁଃଖଦାୟକ ଏବଂ ମିଶ୍ରିତ- ପ୍ରାପ୍ତ ହୋଇଥାଏ । କିନ୍ତୁ ଯେଉଁମାନେ ତାଙ୍କର କର୍ମଫଳ ତ୍ୟାଗ କରିଥାଆନ୍ତି, ତାଙ୍କୁ ଏ ଜନ୍ମରେ କିମ୍ବା ପର ଜନ୍ମରେ ସେପରି ଫଳ ମିଳି ନ ଥାଏ ।

Commentary

ମୃତ୍ୟୁପରେ ଆତ୍ମାକୁ ତିିନିପ୍ରକାରର ଫଳ ମିଳିଥାଏ: ୧. ଇଷ୍ଟମ୍‌, ବା ସ୍ୱର୍ଗଲୋକର ସୁଖକର ଅନୁଭୂତି, ୨. ଅନିଷ୍ଟମ୍‌, ନର୍କଲୋକର ଦୁଃଖଦାୟକ ଅନୁଭୂତି ଏବଂ ୩. ମିଶ୍ରମ୍‌, ପୃଥିବୀରେ ମନୁଷ୍ୟରୂପରେ ମିଶ୍ରିତ ଫଳ । ଯେଉଁମାନେ ପୁଣ୍ୟ କର୍ମ କରିଥାନ୍ତି ତାଙ୍କୁ ପୁରସ୍କାର ସ୍ୱରୂପ ସ୍ୱର୍ଗଲୋକ ମିଳିଥାଏ; ଯେଉଁମାନେ ପାପ କର୍ମ କରିଥାନ୍ତି ସେମାନେ ନିମ୍ନଲୋକରେ ଜନ୍ମ ଗ୍ରହଣ କରିଥାନ୍ତି; ଯେଉଁମାନେ ଉଭୟର ମିଶ୍ରିତ କର୍ମ କରିଥାନ୍ତି, ସେମାନେ ମନୁଷ୍ୟଲୋକକୁ ଫେରି ଆସନ୍ତି । କିନ୍ତୁ ଏହା କେବଳ କର୍ମଫଳରେ ଆସକ୍ତି ଯୁକ୍ତ କର୍ମ ପ୍ରତି ପ୍ରଯୁଜ୍ୟ ଅଟେ । କର୍ମଫଳର କାମନା ତ୍ୟାଗ କରି, ଏହାକୁ ଭଗବାନଙ୍କ ପ୍ରତି କର୍ତ୍ତବ୍ୟ ଭାବରେ କରାଗଲେ, କୌଣସି କର୍ମଫଳ ସଞ୍ôଚତ ହୁଏନାହିଁ ।

ଏହିପରି ନିୟମ ସଂସାରରେ ମଧ୍ୟ ରହିଛି । ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ହତ୍ୟା କରେ, ଏହା ଅପରାଧ ରୂପେ ପରିଗଣିତ ହୁଏ ଏବଂ ତାହାର ଫଳ ମୃତ୍ୟୁଦଣ୍ଡ ହୋଇପାରେ । କିନ୍ତୁ ଯଦି ସରକାର ଜଣକୁ କୁଖ୍ୟାତ ହତ୍ୟକାରୀ ବା ଚୋର ବୋଲି ଘୋଷଣା କରିଥାନ୍ତି ଏବଂ ତାକୁ ଜୀବିତା ବା ମୃତ ଭାବେ ଧରିବାକୁ ଆଦେଶ ଦେଇଥାନ୍ତି, ତାହେଲେ ସେପରି ବ୍ୟକ୍ତିଙ୍କୁ ହତ୍ୟା କରିବା ଆଇନ ଆଖିରେ ଦଣ୍ଡନୀୟ ହୋଇ ନଥାଏ, ବରଂ ଏଥିପାଇଁ ସରକାର ପୁରସ୍କାର ଦେଇଥାନ୍ତି ଏବଂ ହତ୍ୟାକାରୀକୁ ରାଷ୍ଟ୍ରୀୟ ନାୟକ ଭାବରେ ସମ୍ମାନିତ କରିଥାନ୍ତି । ସେହିପରି କର୍ମ କରିବାକୁ ଯାଇ ଆମେ ଯେତେବେଳେ ବ୍ୟକ୍ତିଗତ ସ୍ୱାର୍ଥ ତ୍ୟାଗ କରୁ, କର୍ମର ଏହି ତିନି ପ୍ରକାର ଫଳ ଆମକୁ ମିଳେନାହିଁ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!