Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 18, Verse 15-16

ଶରୀରବାଙ୍‌ମନୋଭିର୍ଯତ୍‌କର୍ମ ପ୍ରାରଭତେ ନରଃ ।
ନ୍ୟାଯ୍ୟଂ ବା ବିପରୀତଂ ବା ପଞ୍ଚୈତେ ତସ୍ୟ ହେତବଃ ।।୧୫।।
ତତ୍ରୈବଂ ସତି କର୍ତାରମାତ୍ମାନଂ କେବଳଂ ତୁ ଯଃ ।
ପଶ୍ୟତ୍ୟକୃତବୁଦ୍ଧିତ୍ୱାନ୍ନ ସ ପଶ୍ୟତି ଦୁର୍ମତିଃ ।।୧୬।।

ଶରୀର-ଶରୀର; ବାକ୍‌-ବାଣୀ; ମନୋଭିଃ-ମନରେ; ଯତ୍‌-ଯାହା; କର୍ମ-କାର୍ଯ୍ୟ; ପ୍ରାରଭତେ-ଆରମ୍ଭକରେ; ନରଃ -ବ୍ୟକ୍ତି; ନ୍ୟାଯ୍ୟଂ- ଠିକ୍‌; ବା-କିମ୍ବା; ବିପରୀତଂ-ବିପରୀତ; ବା-କିମ୍ବା; ପଞ୍ଚ-ପାଞ୍ଚ; ଏତେ -ଏସବୁ; ତସ୍ୟ-ତାହାର; ହେତବଃ- କାରଣ; ତତ୍ର-ସେଠାରେ; ଏବଂ ସତି -ତା ପରିବର୍ତ୍ତେ; କର୍ତାରଂ -କର୍ତ୍ତାଙ୍କୁ; ଆତ୍ମାନଂ -ଆତ୍ମାକୁ; କେବଳଂ-କେବଳ;ତୁ -କିନ୍ତୁ; ଯଃ-ଯେ; ପଶ୍ୟତି-ଦେଖେ; ଅକୃତ-ବୁଦ୍ଧିତ୍ୱାତ୍ -ଅଶୁଦ୍ଧ ବୁଦ୍ଧିରେ; ନ-ନୁହେଁ; ସଃ-ସେ; ପଶ୍ୟତି-ଦେଖେ; ଦୁର୍ମତିଃ-ମୁର୍ଖ ।

Translation

BG 18.15-16: ଶରୀର, ବାଣୀ ଓ ମନଦ୍ୱାରା ସମ୍ପାଦିତ ହେଉଥିବା, ସତ୍‌-କର୍ମ ଅଥବା ଅସତ୍‌କର୍ମ, ଯେକୌଣସି କାର୍ଯ୍ୟ ପାଇଁ ଏହି ପାଞ୍ଚଗୋଟି ଉପାଦାନର ଯୋଗଦାନ ରହିଅଛି । ଏହି ତଥ୍ୟକୁ ବୁଝିନଥିବା ବ୍ୟକ୍ତିମାନେ, କେବଳ ଆତ୍ମାକୁ ହିଁ କର୍ତ୍ତା ମନେ କରିଥାନ୍ତି । ସେମାନଙ୍କର ଅଶୁଦ୍ଧ ବୁଦ୍ଧିରେ ସେମାନେ ବାସ୍ତବିକତା ଯେପରି ତାହାକୁ ସେପରି ଭାବରେ ଦେଖିପାରନ୍ତି ନାହିଁ ।

Commentary

ତିନି ପ୍ରକାରର କର୍ମ ଗୁଡ଼ିକ ହେଲା- କାୟିକ (ଶରୀର ଦ୍ୱାରା ସମ୍ପାଦିତ), ବାଚିକ (ବାଣୀ ଦ୍ୱାରା ସମ୍ପାଦିତ), ଏବଂ ମାନସିକ (ମନ ଦ୍ୱାରା ସମ୍ପାଦିତ) । ଏହିସବୁ କର୍ମ ପୁଣ୍ୟ କର୍ମ ହେଉ ଅଥବା ପାପ କର୍ମ ହେଉ, ପୂର୍ବ ଶ୍ଳୋକରେ ବର୍ଣ୍ଣିତ ପାଞ୍ଚଗୋଟି କାରଣ ତାହା ପାଇଁ ଦାୟୀ ଅଟନ୍ତି । ଅହଂକାର ବଶତଃ ନିଜକୁ ଆମେ କର୍ମର କର୍ତ୍ତା ମନେ କରିଥାଉ - “ମୁଁ ଏହା କରିପାରିଲି” । ମୁଁ ତାହା ହାସଲ କରି ପାରିଲି । “ମୁଁ ଏହା କରିବି” - କର୍ତ୍ତାପଣର ଭ୍ରମରେ ଆମେ ଏହିପରି ମନ୍ତବ୍ୟ ଦେଇଥାଉ ।  ଶ୍ରୀକୃଷ୍ଣ ଏଠାରେ ଏହି ଜ୍ଞାନ ପ୍ରକାଶ କରିବାର ଉଦ୍ଦେଶ୍ୟ ହେଉଛି ଜୀବର କର୍ତ୍ତାପଣର ଅହଂ ଭାବକୁ ନଷ୍ଟ କରିବା । ତେଣୁ ସେ କହୁଛନ୍ତି ଯେ, ଯେଉଁମାନେ କେବଳ ଆତ୍ମାକୁ କର୍ମ କରିବାର କାରକ ଭାବେ ଗ୍ରହଣ କରନ୍ତି, ସେମାନେ ବାସ୍ତବିକତାକୁ ଜାଣନ୍ତି ନାହିଁ । ଭଗବାନ ଯଦି ଆତ୍ମାକୁ ଗୋଟିଏ ଶରୀର ପ୍ରଦାନ କରି ନ ଥାନ୍ତେ, ତେବେ ଆତ୍ମା କିଛି କରିପାରନ୍ତା ନାହିଁ । ପୁନଶ୍ଚ, ଭଗବାନ ଯଦି ଶରୀରକୁ ଶକ୍ତି ପ୍ରଦାନ କରି ନ ଥାନ୍ତେ, ତାହେଲେ ସେ ମଧ୍ୟ କିଛି କାର୍ଯ୍ୟ କରିପାରନ୍ତା ନାହିଁ । କେନୋପନିଷଦ କହେ:

ଯଦ୍‌ବାଚାନଭ୍ୟୁଦିତଂ ଯେନ ବାଗଭ୍ୟୁଦ୍ୟତେ (୧.୪)

“ବ୍ରହ୍ମଙ୍କୁ ବାଣୀ ଦ୍ୱାରା ବର୍ଣ୍ଣନା କରାଯାଇ ପାରିବ ନାହିଁ । ତାଙ୍କରି ଅନୁପ୍ରେରଣାରେ ବାଣୀକୁ କହିବାର ଶକ୍ତି ମିଳିଥାଏ ।”

ଜନ୍ମନସା ନ ମନୁତେ ଯେନାହୁର୍ମନୋ ମତମ୍  (୧.୫)

“ବ୍ରହ୍ମ ମନ ବୁଦ୍ଧି ଦ୍ୱାରା ଗ୍ରାହ୍ୟ ନୁହନ୍ତି । ତାଙ୍କ ଶକ୍ତିରେ ମନ ଓ ବୁଦ୍ଧି କାର୍ଯ୍ୟ କରିଥାନ୍ତି ।”

ଯଚ୍ଛକ୍ଷୁଷା ନ ପଶ୍ୟତି ଯେନ ଚକ୍ଷୂଂଷି ପଶ୍ୟତି (୧.୬)

“ଚକ୍ଷୁଦ୍ୱାରା ବ୍ରହ୍ମଙ୍କୁ ଦେଖି ହୁଏ ନାହିଁ । ତାଙ୍କ ପ୍ରେରଣାରେ ଚକ୍ଷୁ ଦେଖିପାରେ ।

ଯଚ୍ଛ୍ରୋତ୍ରେଣ ନ ଶୃଣୋତି ଯେନ ଶ୍ରୋତ୍ରମିଦଂ ଶ୍ରୁତମ୍ (୧.୭)

“କର୍ଣ୍ଣଦ୍ୱାରା ବ୍ରହ୍ମଙ୍କୁ ଶୁଣି ହେବ ନାହିଁ । ସେ କର୍ଣ୍ଣକୁ ଶୁଣିବାର ଶକ୍ତି ପ୍ରଦାନ କରନ୍ତି ।”

ଯତ୍ ପ୍ରାଣେନ ନ ପ୍ରାଣିତି ଯେନ ପ୍ରାଣଃ ପ୍ରଣୀୟତେ (୧.୮)

“ବ୍ରହ୍ମ ପ୍ରାଣ ବାୟୁଦ୍ୱାରା ଶକ୍ତିଯୁକ୍ତ ହୋଇପାରିବେ ନାହିଁ, ତାଙ୍କ ପ୍ରେରଣାରେ ପ୍ରାଣବାୟୁ କାର୍ଯ୍ୟଶୀଳ ହୁଏ ।”

ଏହାର ଅର୍ଥ ନୁହେଁ ଯେ, କର୍ମ କରିବାରେ ଆତ୍ମାର କୌଣସି ଭୂମିକା ନାହିଁ । ଏହା କାର୍ ଚାଳକ ସଦୃଶ ଅଟେ । ସେ କାର୍‌ର ଦିଗଦର୍ଶକ ଚକ୍ର ସଦୃଶ ଅଟନ୍ତି । କାର୍‌କୁ କେଉଁ ଦିଗକୁ ମୋଡ଼ିବାକୁ ହେବ ଏବଂ କେଉଁ ଗତିରେ ଚଳାଇବାକୁ ହେବ ସେ ନିର୍ଣ୍ଣୟ ନେଇଥାଏ । ସେହିପରି ଶରୀର-ମନ-ବୁଦ୍ଧିର କାର୍ଯ୍ୟକୁ ଆତ୍ମା ନିୟନ୍ତ୍ରଣ କରିଥାଏ, କିନ୍ତୁ ସେଥିପାଇଁ ସେ କୌଣସି ଶ୍ରେୟ ନେବା ଉଚିତ ନୁହେଁ । ଯଦି ଆମେ ନିଜକୁ ହିଁ କର୍ମର କର୍ତ୍ତାଭାବେ ଧରିନେବା, ତା ହେଲେ ଆମେ କର୍ମଫଳ ଉପଭୋଗ କରିବାକୁ ମଧ୍ୟ ଇଚ୍ଛାପ୍ରକାଶ କରିବା । କିନ୍ତୁ ଯେତେବେଳେ ଆମେ କର୍ତ୍ତୃତ୍ୱାଭିମାନରୁ ମୁକ୍ତ ହେଉ ଏବଂ ଆମର ସଫଳତା ପାଇଁ ଭଗବାନଙ୍କର କୃପା ଏବଂ ତାଙ୍କ ପ୍ରଦତ୍ତ ଯନ୍ତ୍ରାଦିକୁ ଶ୍ରେୟ ଦେଉ ସେତେବେଳେ ଅନୁଭବ କରୁ ଯେ ଆମେ ଆମ କର୍ମଫଳର ଉପଭୋକ୍ତା ନୋହୁଁ, ସେସବୁ ଭଗବାନଙ୍କ ସୁଖ ପାଇଁ ଉଦ୍ଦିଷ୍ଟ । ଏହି ଜ୍ଞାନ ଆମକୁ ଯଜ୍ଞ, ଦାନ ଏବଂ ତପ ଆଦି ଆମର ସମସ୍ତ କର୍ମକୁ ଦୃଢ଼ ଭକ୍ତିର ସହ ସମ୍ପନ୍ନ କରିବାରେ ଆମକୁ ସାହାଯ୍ୟ କରିବ, ଯାହା ପରବର୍ତ୍ତୀ ଶ୍ଳୋକରେ ବର୍ଣ୍ଣନା କରାଯାଇଛି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!