ଜ୍ଞାନଂ କର୍ମ ଚ କର୍ତା ଚ ତ୍ରିଧୈବ ଗୁଣଭେଦତଃ ।
ପ୍ରୋଚ୍ୟତେ ଗୁଣସଂଖ୍ୟାନେ ଯଥାବଚ୍ଛୃଣୁ ତାନ୍ୟପି ।।୧୯।।
ଜ୍ଞାନଂ-ଜ୍ଞାନ; କର୍ମ-କର୍ମ; ଚ-ଏବଂ; କର୍ତା-କର୍ତ୍ତା; ଚ-ମଧ୍ୟ; ତ୍ରିଧା-ତିନିପ୍ରକାର; ଏବ-ନିଶ୍ଚିତଭାବେ; ଗୁଣଭେଦତଃ-ପ୍ରାକୃତିକ ଗୁଣ ଅନୁଯାୟୀ; ପ୍ରୋଚ୍ୟତେ-କୁହାଯାଏ; ଗୁଣ-ସଂଖ୍ୟାନେ -ସାଂଖ୍ୟ ଦର୍ଶନ ଅନୁଯାୟୀ ବିଭିନ୍ନ ଗୁଣ; ଯଥାବତ୍ -ଯେପରି କାର୍ଯ୍ୟ କରନ୍ତି; ଶୃଣୁ-ଶୁଣ; ତାନି-ସେ ସବୁ; ଅପି-ମଧ୍ୟ ।
BG 18.19: ସାଂଖ୍ୟ ଦର୍ଶନରେ, ଭୌତିକ ପ୍ରକୃତିର ତିନିଗୁଣ ଅନୁଯାୟୀ: ଜ୍ଞାନ, କର୍ମ ଏବଂ କର୍ତ୍ତାକୁ ତିନି ପ୍ରକାରର କୁହାଯାଇଛି । ମୁଁ ସେଗୁଡ଼ିକର ପାର୍ଥକ୍ୟ ବର୍ଣ୍ଣନା କରିବାକୁ ଯାଉଛି, ତାହା ତୁମେ ଶ୍ରବଣ କର ।
ଜ୍ଞାନଂ କର୍ମ ଚ କର୍ତା ଚ ତ୍ରିଧୈବ ଗୁଣଭେଦତଃ ।
ପ୍ରୋଚ୍ୟତେ ଗୁଣସଂଖ୍ୟାନେ ଯଥାବଚ୍ଛୃଣୁ ତାନ୍ୟପି ।।୧୯।।
ସାଂଖ୍ୟ ଦର୍ଶନରେ, ଭୌତିକ ପ୍ରକୃତିର ତିନିଗୁଣ ଅନୁଯାୟୀ: ଜ୍ଞାନ, କର୍ମ ଏବଂ କର୍ତ୍ତାକୁ ତିନି ପ୍ରକାରର କୁହାଯାଇଛି । ମୁଁ ସେଗୁଡ଼ିକର ପାର୍ଥକ୍ୟ ବର୍ଣ୍ଣନା କରିବାକୁ ଯାଉଛି, …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ପୁନର୍ବାର ପ୍ରକୃତିର ତିନିଗୁଣ ବିଷୟରେ ଆଲୋଚନା କରୁଛନ୍ତି । ଚତୁର୍ଦ୍ଦଶ ଅଧ୍ୟାୟରେ ସେ ଏହି ଗୁଣଗୁଡ଼ିକ ସମ୍ବନ୍ଧରେ ଉପକ୍ରମ ଉପସ୍ଥାପନ କରିଥିଲେ ଏବଂ ଏଗୁଡ଼ିକ କିପରି ଆତ୍ମାକୁ ଜନ୍ମ ମୃତ୍ୟୁର ସଂସାରରେ ବାନ୍ଧି ରଖନ୍ତି, ତାହା ଦର୍ଶାଇଥିଲେ । ସପ୍ତଦଶ ଅଧ୍ୟାୟରେ, ଏମାନେ ମନୁଷ୍ୟଠାରେ ଶ୍ରଦ୍ଧାର ବିକାଶ ଏବଂ ତାହାର ଖାଦ୍ୟ ରୁଚିକୁ କିପରି ପ୍ରଭାବିତ କରନ୍ତି, ତାହାର ବିସ୍ତୃତ ବର୍ଣ୍ଣନା କରିଥିଲେ । ସେ ତିନିପ୍ରକାର ଯଜ୍ଞ, ଦାନ ଏବଂ ତପସ୍ୟା ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିଥିଲେ । ଏଠାରେ ଭଗବାନ ତିନିଗୁଣ ଅନୁଯାୟୀ ତିନି ପ୍ରକାର ଜ୍ଞାନ, କର୍ମ ଏବଂ କର୍ତ୍ତା ବିଷୟରେ ବର୍ଣ୍ଣନା କରିବାକୁ ଯାଉଛନ୍ତି ।
ଭାରତୀୟ ଦର୍ଶନ ଅନ୍ତର୍ଗତ ଛଅ ପ୍ରକାର ମତବାଦ ମଧ୍ୟରୁ, ସାଂଖ୍ୟ ଦର୍ଶନକୁ, (ଯାହାକୁ ପୁରଷ ପ୍ରକୃତି ବାଦ ମଧ୍ୟ କୁହାଯାଏ)ଭୌତିକ ପ୍ରକୃତିର ବିଶ୍ଳେଷଣ ସମ୍ପର୍କୀୟ ଅଧିକାରୀ ମନେ କରାଯାଏ । ଏହା ଆତ୍ମାକୁ ପୁରୁଷ (ଈଶ୍ୱର)ବିବେଚନା କରେ, ତେଣୁ ଅନେକ ପୁରୁଷଙ୍କୁ ମାନ୍ୟତା ଦିଏ । ଭୌତିକ ପ୍ରକୃତି ଦ୍ୱାରା ଗଠିତ ସମସ୍ତ ବସ୍ତୁ ପ୍ରକୃତି ଅଟେ । ସାଂଖ୍ୟ ଦର୍ଶନ ଅନୁଯାୟୀ, ପୁରୁଷର ପ୍ରକୃତିକୁ ଉପଭୋଗ କରିବାର କାମନା ସମସ୍ତ ଦୁଃଖର କାରଣ ଅଟେ । ଯେତେବେଳେ ଉପଭୋଗ କରିବାର ଏହି ପ୍ରବୃତ୍ତି ଲୋପ ପାଇଯାଏ, ପୁରୁଷ ଭୌତିକ ପ୍ରକୃତିର ବନ୍ଧନରୁ ମୁକ୍ତ ହୋଇ ଚିରନ୍ତନ ଆନନ୍ଦ ପ୍ରାପ୍ତ କରେ । ସାଂଖ୍ୟ ପ୍ରଣାଳୀ, ପରମ ପୁରୁଷ ବା ପରମାତ୍ମାଙ୍କର ଅସ୍ତିତ୍ୱକୁ ସ୍ୱୀକାର କରେ ନାହିଁ, ତେଣୁ ଏହା ପରମ ସତ୍ୟକୁ ଜାଣିବା ପାଇଁ ପର୍ଯ୍ୟାପ୍ତ ନୁହେଁ । କିନ୍ତୁ ଭୌତିକ ପ୍ରକୃତିର ଜ୍ଞାନ ବିଷୟରେ, ଶ୍ରୀକୃଷ୍ଣ ଏହାକୁ ଅଧିକାରୀ ଭାବରେ ସୂଚିତ କରିଛନ୍ତି ।