ଶ୍ରୀଭଗବାନୁବାଚ
କାମ୍ୟାନାଂ କର୍ମଣାଂ ନ୍ୟାସଂ ସଂନ୍ନ୍ୟାସଂ କବୟୋ ବିଦୁଃ ।
ସର୍ବକର୍ମଫଳତ୍ୟାଗଂ ପ୍ରାହୁସ୍ତ୍ୟାଗଂ ବିଚକ୍ଷଣାଃ ।।୨।।
ଶ୍ରୀଭଗବାନୁବାଚ- ଶ୍ରୀ ଭଗବାନ କହିଲେ; କାମ୍ୟାନାଂ-କାମନା ସହ; କର୍ମଣାଂ- କର୍ମମାନଙ୍କର; ନ୍ୟାସଂ-ତ୍ୟାଗ; ସଂନ୍ନ୍ୟାସଂ- କର୍ମତ୍ୟାଗ; କବୟଃ-ପଣ୍ଡିତମାନେ; ବିଦୁଃ- ଜାଣନ୍ତି; ସର୍ବ- ସମସ୍ତ; କର୍ମ-ଫଳ -କର୍ମର ଫଳ; ତ୍ୟାଗଂ-ତ୍ୟାଗ; ପ୍ରାହୁଃ- କୁହାଯାଏ; ତ୍ୟାଗଂ- କର୍ମଫଳ ଭୋଗ କାମନାର ତ୍ୟାଗ; ବିଚକ୍ଷଣାଃ -ଜ୍ଞାନୀମାନେ ।
BG 18.2: ଶ୍ରୀଭଗବାନ କହିଲେ: କାମନା ଦ୍ୱାରା ପ୍ରେରିତ କର୍ମ ତ୍ୟାଗ କରିବାକୁ ବିଜ୍ଞ ପୁରୁଷମାନେ ସନ୍ୟାସ ଭାବରେ ବିବେଚନା କରନ୍ତି । ସମସ୍ତ କର୍ମର ଫଳକୁ ପରିତ୍ୟାଗ କରିବାକୁ ଜ୍ଞାନୀ ବ୍ୟକ୍ତିମାନେ ତ୍ୟାଗ ଭାବରେ ଅଭିହିତ କରନ୍ତି ।
ଶ୍ରୀଭଗବାନୁବାଚ
କାମ୍ୟାନାଂ କର୍ମଣାଂ ନ୍ୟାସଂ ସଂନ୍ନ୍ୟାସଂ କବୟୋ ବିଦୁଃ ।
ସର୍ବକର୍ମଫଳତ୍ୟାଗଂ ପ୍ରାହୁସ୍ତ୍ୟାଗଂ ବିଚକ୍ଷଣାଃ ।।୨।।
ଶ୍ରୀଭଗବାନ କହିଲେ: କାମନା ଦ୍ୱାରା ପ୍ରେରିତ କର୍ମ ତ୍ୟାଗ କରିବାକୁ ବିଜ୍ଞ ପୁରୁଷମାନେ ସନ୍ୟାସ ଭାବରେ ବିବେଚନା କରନ୍ତି । ସମସ୍ତ କର୍ମର ଫଳକୁ ପରିତ୍ୟାଗ କରିବାକୁ …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
କବୟଃ ର ତାତ୍ପର୍ଯ୍ୟ ବିଜ୍ଞ ବ୍ୟକ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେ ବିଜ୍ଞ ବ୍ୟକ୍ତିମାନେ କର୍ମ ତ୍ୟାଗକୁ ସନ୍ୟାସ କହନ୍ତି । ଯେଉଁମାନେ ଭୌତିକ ସୁଖପ୍ରାପ୍ତି ନିମନ୍ତେ ଉଦ୍ଦିଷ୍ଟ କର୍ମସବୁକୁ ତ୍ୟାଗ କରି ସନ୍ୟାସ ଗ୍ରହଣ କରନ୍ତି, ସେମାନଙ୍କୁ କର୍ମ ସନ୍ୟାସୀ କୁହାଯାଏ । ସେମାନେ କିଛି ନିତ୍ୟକର୍ମ କରିଥାନ୍ତି (ଶରୀର ପୋଷଣ ନିମନ୍ତେ ଦୈନନ୍ଦିନ କର୍ମ), କିନ୍ତୁ ସେମାନେ କାମ୍ୟ କର୍ମ (ଧନ ସଂଗ୍ରହ, ସନ୍ତାନ ଉତ୍ପାଦନ, ସମ୍ମାନ, ପ୍ରତିପତ୍ତି ଇତ୍ୟାଦି ପ୍ରତି ଉଦ୍ଦିଷ୍ଟ କର୍ମ) ତ୍ୟାଗ କରିଥାନ୍ତି । ଏହିସବୁ କାମ୍ୟ କର୍ମ ଜୀବକୁ କର୍ମଚକ୍ରରେ ବନ୍ଧନଯୁକ୍ତ କରେ ଏବଂ ଜନ୍ମ ଓ ମୃତ୍ୟୁର ସଂସାରରେ ବାରମ୍ବାର ପୁନର୍ଜନ୍ମ କରାଇଥାଏ ।
ବିଚକ୍ଷଣଃ ହେଉଛନ୍ତି ଜ୍ଞାନୀ ବ୍ୟକ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେ ଜ୍ଞାନୀ ବ୍ୟକ୍ତିମାନେ ତ୍ୟାଗ ଅର୍ଥାତ୍ “ଆନ୍ତରିକ ତ୍ୟାଗ” ଉପରେ ଗୁରୁତ୍ୱ ଦେଇଥାନ୍ତି । ଏହାର ଅର୍ଥ, ବେଦ ବିହିତ କର୍ତ୍ତବ୍ୟ କର୍ମ ତ୍ୟାଗ ନ କରି, କେବଳ ସେଗୁଡ଼ିକର ଫଳ ଉପଭୋଗ କରିବାର କାମନା ତ୍ୟାଗ କରିବା ଅଟେ । ତେଣୁ କର୍ମଫଳ ଉପଭୋଗର କାମନା ପରିତ୍ୟାଗ କରିବା ହିଁ ତ୍ୟାଗ ଅଟେ ଏବଂ କର୍ମ ତ୍ୟାଗ କରିବାର ମନୋଭାବ ସନ୍ୟାସ ଅଟେ । ଜ୍ଞାନପ୍ରାପ୍ତି ନିମନ୍ତେ ଉଭୟ ସନ୍ୟାସ ଓ ତ୍ୟାଗ ଯୁକ୍ତିଯୁକ୍ତ ଏବଂ ଯଥାର୍ଥ ମନେହୁଏ । ଏହି ଦୁଇଟି ମଧ୍ୟରୁ ଶ୍ରୀକୃଷ୍ଣ କେଉଁଟିକୁ ଅନୁମୋଦନ କରୁଛନ୍ତି ? ପରବର୍ତ୍ତୀ ଶ୍ଳୋକ ଗୁଡ଼ିକରେ ସେ ଏହି ବିଷୟରେ ଅଧିକ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଛନ୍ତି ।