ଯତ୍ତୁ କାମେପ୍ସୁନା କର୍ମ ସାହଙ୍କାରେଣ ବା ପୁନଃ ।
କ୍ରିୟତେ ବହୁଳାୟାସଂ ତଦ୍ରାଜସମୁଦାହୃତମ୍ ।।୨୪।।
ଯତ୍-ଯାହା; ତୁ-କିନ୍ତୁ; କାମ-ଈପ୍ସୁନା- ସ୍ୱାର୍ଥଯୁକ୍ତ କାମନା ଦ୍ୱାରା ପ୍ରେରିତ; କର୍ମ-କର୍ମ; ସାହଙ୍କାରେଣ-ଅହଙ୍କାର ଯୁକ୍ତ; ବା-କିମ୍ବା; ପୁନଃ-ପୁନଶ୍ଚ; କ୍ରିୟତେ-କରାଯାଏ; ବହୁଳ ଆୟସଂ-ଚାପଗ୍ରସ୍ତ ହୋଇ; ତତ୍-ତାହା; ରାଜସମ୍-ରାଜସିକ; ଉଦାହୃତମ୍-କୁହାଯାଏ ।
BG 18.24: ଯେଉଁ କର୍ମ ସ୍ୱାର୍ଥଯୁକ୍ତ କାମନା ଦ୍ୱାରା ପ୍ରେରିତ, ଅହଂକାରଯୁକ୍ତ ହୋଇ କରାଯାଏ ଏବଂ ମାନସିକ ଚାପ ପୂର୍ଣ୍ଣ ହୋଇଥାଏ, ତାହା ରାଜସିକ ଗୁଣଯୁକ୍ତ କର୍ମ ଅଟେ ।
ଯତ୍ତୁ କାମେପ୍ସୁନା କର୍ମ ସାହଙ୍କାରେଣ ବା ପୁନଃ ।
କ୍ରିୟତେ ବହୁଳାୟାସଂ ତଦ୍ରାଜସମୁଦାହୃତମ୍ ।।୨୪।।
ଯେଉଁ କର୍ମ ସ୍ୱାର୍ଥଯୁକ୍ତ କାମନା ଦ୍ୱାରା ପ୍ରେରିତ, ଅହଂକାରଯୁକ୍ତ ହୋଇ କରାଯାଏ ଏବଂ ମାନସିକ ଚାପ ପୂର୍ଣ୍ଣ ହୋଇଥାଏ, ତାହା ରାଜସିକ ଗୁଣଯୁକ୍ତ କର୍ମ ଅଟେ ।
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ରଜୋଗୁଣର ସ୍ୱଭାବ ଏହା ଯେ ଭୌତିକ ପ୍ରଗତି ଏବଂ ଇନ୍ଦ୍ରିୟ ସୁଖାନୁଭୂତି ପାଇଁ ଏହା ତୀବ୍ର ଆବେଗ ସୃଷ୍ଟି କରିଥାଏ । ତେଣୁ ରାଜସିକ କର୍ମ ଉଚ୍ଚ ଅଭିଳାଷ ଦ୍ୱାରା ପ୍ରେରିତ ହୋଇଥାଏ ଏବଂ ତୀବ୍ର ଉଦ୍ୟମଯୁକ୍ତ ହୋଇଥାଏ । କଠିନ ପରିଶ୍ରମ ଯୋଗୁଁ ଏହା ଅତ୍ୟଧିକ ଶାରୀରିକ ଓ ମାନସିକ କ୍ଲାନ୍ତି ଉତ୍ପନ୍ନ କରେ । ବ୍ୟବସାୟ ଜଗତ ରାଜସିକ କର୍ମର ଏକ ଉଦାହରଣ ଅଟେ । ପ୍ରଶାସନିକ ଅଧିକାରୀଗଣ ଅଧିକାଂଶ ସମୟରେ ମାନସିକ ଚାପର ଅଭିଯୋଗ କରିଥାନ୍ତି । ଏହାର କାରଣ ସେମାନଙ୍କର କର୍ମ ସାଧାରଣତଃ ଅହଂକାର ଏବଂ କ୍ଷମତା, ସମ୍ମାନ ଓ ଧନର ଅସ୍ୱାଭାବିକ ଅଭିଳାଷ ଦ୍ୱାରା ପ୍ରେରିତ ହୋଇଥାଏ । ରାଜନୈତିକ ନେତାମାନଙ୍କର ପ୍ରଚେଷ୍ଟା, ଅତ୍ୟଧିକ ଆଶଙ୍କାଗ୍ରସ୍ତ ଅଭିଭାବକ ଏବଂ ବ୍ୟବସାୟୀମାନେ ମଧ୍ୟ ରାଜସିକ ଗୁଣଯୁକ୍ତ କର୍ମର ଉପଯୁକ୍ତ ଉଦାହରଣ ଅଟନ୍ତି ।