Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 18, Verse 25

ଅନୁବନ୍ଧଂ କ୍ଷୟଂ ହିଂସାମନପେକ୍ଷ୍ୟ ଚ ପୌରୁଷମ୍ ।
ମୋହାଦାରଭ୍ୟତେ କର୍ମ ଯତ୍ତତ୍ତାମସମୁଚ୍ୟତେ ।।୨୫।।

ଅନୁବନ୍ଧଂ-ପରିଣାମ; କ୍ଷୟଂ-କ୍ଷତି; ହିଂସାଂ- ହିଂସା; ଅନପେକ୍ଷ୍ୟ -ଉପେକ୍ଷା କରି; ଚ-ଏବଂ; ପୌରୁଷମ୍ -ନିଜର ସାମର୍ଥ୍ୟ; ମୋହାତ୍ -ମୋହରେ; ଆରଭ୍ୟତେ- ଆରମ୍ଭ କରାଯାଏ; କର୍ମ-କର୍ମ; ଯତ୍‌-ଯାହା; ତତ୍‌-ତାହା; ତାମସମ୍‌-ତାମସିକ; ଉଚ୍ୟତେ-କୁହାଯାଏ ।

Translation

BG 18.25: ଯେଉଁ କର୍ମ ଭ୍ରମରୁ ଜାତ ହୁଏ ତଥା ନିଜ ସାମର୍ଥ୍ୟର ବିଚାର ନ କରି, ପରିଣାମ, ହାନି ଏବଂ ଅନ୍ୟମାନଙ୍କର କ୍ଷତିକୁ ଉପେକ୍ଷା କରି କରାଯାଇଥାଏ, ତାହା ତମୋଗୁଣୀ କର୍ମ ଅଟେ ।

Commentary

ତମୋଗୁଣ ଯୁକ୍ତ ବ୍ୟକ୍ତିଙ୍କର ବୁଦ୍ଧି ଅଜ୍ଞାନର କୁହୁଡିରେ ଆବୃତ୍ତ ହୋଇଥାଏ । ଉଚିତ କ’ଣ ବା ଅନୁଚିତ କ’ଣ ବିଚାର କରିବାରେ ସେମାନଙ୍କର ଆଗ୍ରହ ନ ଥାଏ । ସେମାନଙ୍କର ଆଗ୍ରହ କେବଳ ନିଜ ପ୍ରତି ଏବଂ ନିଜର ସ୍ୱାର୍ଥ ପ୍ରତି ରହିଥାଏ । ସେମାନେ ନିଜ ପାଖରେ ଥିବା ଅର୍ଥ କିମ୍ବା ଅନ୍ୟ ସାଧନ ପ୍ରତି, ଅନ୍ୟର ହେଉଥିବା କ୍ଷତି ପ୍ରତି ଉପେକ୍ଷା ଭାବ ପ୍ରଦର୍ଶନ କରିଥାନ୍ତି । ଏହିପରି କାର୍ଯ୍ୟ ତାଙ୍କ ନିଜର ଏବଂ ଅନ୍ୟମାନଙ୍କର କ୍ଷତି ସାଧନ କରିଥାଏ । ଶ୍ରୀକୃଷ୍ଣ କ୍ଷୟ ଶବ୍ଦ ପ୍ରୟୋଗ କରିଛନ୍ତି ଯାହାର ଅର୍ଥ ଅବନତି । ତାମସିକ କର୍ମ ବ୍ୟକ୍ତିର ସ୍ୱାସ୍ଥ୍ୟ ଏବଂ ସାମର୍ଥ୍ୟର ଅବନତି କରାଇଥାଏ ।  ଏହା ଉଦ୍ୟମ, ସମୟ ଓ ସାଧନର ବିପୁଳ ଅପଚୟ ଅଟେ । ଏହାର ବିଶିଷ୍ଟ ଉଦାହରଣ ଜୁଆ, ଚୋରୀ, ଦୁର୍ନୀତି ଏବଂ ମଦ୍ୟପାନ ଇତ୍ୟାଦି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!