Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 18, Verse 28

ଅଯୁକ୍ତଃ ପ୍ରାକୃତଃ ସ୍ତବ୍‌ଧଃ ଶଠୋ ନୈଷ୍କୃତିକୋଽଳସଃ ।
ବିଷାଦୀ ଦୀର୍ଘସୂତ୍ରୀ ଚ କର୍ତା ତାମସ ଉଚ୍ୟତେ ।।୨୮।।

ଅଯୁକ୍ତଃ- ଉଚ୍ଛୃଙ୍ଖଳ; ପ୍ରାକୃତଃ- ଅସଭ୍ୟ; ସ୍ତବ୍ଧଃ- ଉଦ୍ଧତ; ଶଠଃ- ଶଠ; ନୈଷ୍କୃତିକଃ -ଅସାଧୁ ବା ନୀଚ; ଅଳସଃ-ଅଳସୁଆ; ବିଷାଦୀ- ବିଷାଦଗ୍ରସ୍ତ; ଦୀର୍ଘସୂତ୍ରୀ -ଉଦ୍ୟମରେ ଅବହେଳା; ଚ-ଏବଂ; କର୍ତା-କର୍ତ୍ତା; ତାମସଃ- ତାମସିକଃ; ଉଚ୍ୟତେ- କୁହାଯାଏ ।

Translation

BG 18.28: ସେହି କର୍ତ୍ତାଙ୍କୁ ତାମସିକ ଗୁଣଯୁକ୍ତ କୁହାଯାଏ ଯିଏ ଉଚ୍ଛୃଙ୍ଖଳ, ଅଭଦ୍ର, ଜିଦ୍‌ଖୋର, କପଟି, ଆଳସ୍ୟପୂର୍ଣ୍ଣ, ବିଷାଦଗ୍ରସ୍ତ ଏବଂ ଉଦ୍ୟମରେ ଅବହେଳାଯୁକ୍ତ ହୋଇଥାନ୍ତି ।

Commentary

ଶ୍ରୀକୃଷ୍ଣ ବର୍ତ୍ତମାନ ତାମସିକ କର୍ତ୍ତାଙ୍କର ଗୁଣ ବର୍ଣ୍ଣନା କରୁଛନ୍ତି । ସେମାନଙ୍କର ମନ ନକାରାତ୍ମକ ଆବେଶରେ ମୋହିତ ହୋଇଥାଏ, ତେଣୁ ସେମାନେ ଅଯୁକ୍ତଃ (ଉଚ୍ଛୃଙ୍ଖଳ) ହୋଇଥାଆନ୍ତି । ଶାସ୍ତ୍ରମାନେ ଉପଯୁକ୍ତ ଓ ଅନୁପଯୁକ୍ତ ଆଚରଣର ନିର୍ଦ୍ଦେଶ କରିଛନ୍ତି । କିନ୍ତୁ ତମୋଗୁଣୀ କର୍ତ୍ତା ସ୍ତବ୍ଧ (ଜିଦ୍‌ଖୋର) ହୋଇଥାନ୍ତି, କାରଣ ସେମାନେ ବିଚାରଣ ପାଇଁ ନିଜର କର୍ଣ୍ଣ ଓ ମନକୁ ରୁଦ୍ଧ କରି ଦେଇଥାନ୍ତି । ଅଧିକାଂଶତଃ ସେମାନେ  ଶଠଃ (କପଟି) ଏବଂ ନୈଷ୍କୃତିକଃ (ଅସାଧୁ) ସ୍ୱଭାବର ହୋଇଥାଆନ୍ତି । ନିଜ ପାଶବିକ ପ୍ରବୃତ୍ତିକୁ ନିୟନ୍ତ୍ରଣ କରିବା ଦିଗରେ କୌଣସି ଆଗ୍ରହ ନ ଥିବା ଯୋଗୁଁ ସେମାନଙ୍କର ସ୍ୱଭାବ ପ୍ରାକୃତଃ (ଅସଭ୍ୟ) ହୋଇଥାଏ । ତାଙ୍କର କର୍ତ୍ତବ୍ୟ କରିବାର ଥିଲେ ମଧ୍ୟ, କର୍ମକୁ ଦୁଷ୍କର ଏବଂ କଷ୍ଟଦାୟକ ମନେ କରି ସେମାନେ ଅଳସଃ  (ଆଳସ୍ୟ ପରାୟଣ) ଏବଂ ଦୀର୍ଘ-ସୂତ୍ରୀ (ଅବହେଳାକାରୀ) ହୋଇଥାନ୍ତି । ତାଙ୍କର ନିକୃଷ୍ଟ ଓ ନିମ୍ନ ଶ୍ରେଣୀର ଚିନ୍ତନ, ଅନ୍ୟମାନଙ୍କ ଅପେକ୍ଷା ସେମାନଙ୍କୁ ହିଁ ଅଧିକ ପ୍ରଭାବିତ କରି ତାଙ୍କୁ ବିଶାଦୀ (ଦୁଃଖି ଓ ମର୍ମାହତ) କରିଦିଏ ।

ଶ୍ରୀମଦ୍ ଭାଗବତମ୍‌ରେ ମଧ୍ୟ କର୍ତ୍ତାମାନଙ୍କର ବିଭିନ୍ନ ଶ୍ରେଣୀ ବିଷୟରେ ବର୍ଣ୍ଣନା କରାଯାଇଛି:

ସାତ୍ତ୍ୱିକଃ କାରକୋଽସଙ୍ଗୀ ରାଗାନ୍ଧୋ ରାଜସଃ ସ୍ମୃତଃ
ତାମସଃ ସ୍ମୃତି-ବିଭ୍ରଷ୍ଟୋ ନିର୍ଗୁଣୋ ମଦ୍‌-ଅପାଶ୍ରୟଃ (୧୧.୨୫.୨୬)

“ବିମୁକ୍ତ କର୍ତ୍ତା ସାତ୍ତ୍ୱିକ ଗୁଣଯୁକ୍ତ ଅଟନ୍ତି; ଯେଉଁ ବ୍ୟକ୍ତି କର୍ମ ଓ ତା’ର ଫଳ ପ୍ରତି ଅତ୍ୟଧିକ ଆସକ୍ତ ସେ ରାଜସିକ କର୍ତ୍ତା ଏବଂ ବିଚାରହୀନ ବ୍ୟକ୍ତି ତାମସିକ କର୍ତ୍ତା ଅଟନ୍ତି । କିନ୍ତୁ ଯେଉଁ କର୍ତ୍ତା ମୋ ପ୍ରତି ଶରଣାଗତ, ସେମାନେ ତ୍ରିଗୁଣାତୀତ ହୋଇଥାନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!