ତ୍ୟାଜ୍ୟଂ ଦୋଷବଦିତ୍ୟେକେ କର୍ମ ପ୍ରାହୁର୍ମନୀଷିଣଃ ।
ଯଜ୍ଞଦାନତପଃକର୍ମ ନ ତ୍ୟାଜ୍ୟମିତି ଚାପରେ ।।୩।।
ତ୍ୟାଜ୍ୟଂ- ପରିତ୍ୟାଗ କରିବା ଉଚିତ୍; ଦୋଷବତ୍ -ଦୋଷ ସଦୃଶ; ଇତି-ଏହିପରି; ଏକେ -କେହି କେହି; କର୍ମ -କର୍ମ; ପ୍ରାହୁଃ- କହନ୍ତି; ମନୀଷିଣଃ -ବିଜ୍ଞ ବ୍ୟକ୍ତିମାନେ; ଯଜ୍ଞ -ଯଜ୍ଞ; ଦାନ -ଦାନ; ତପଃ -ତପସ୍ୟା; କର୍ମ -କର୍ମ; ନ -ନୁହେଁ; ତ୍ୟାଜ୍ୟଂ-ତ୍ୟାଗ କରିବା ଉଚିତ୍; ଇତି-ଏହିପରି; ଚ-ଏବଂ; ଅପରେ-ଅନ୍ୟମାନେ ।
BG 18.3: ଅନେକ ଜ୍ଞାନୀ ବ୍ୟକ୍ତି ମତ ଦିଅନ୍ତି ଯେ ସମସ୍ତ କର୍ମକୁ ପାପ ମନେକରି ତ୍ୟାଗ କରିବା ଉଚିତ, କିନ୍ତୁ ଅନ୍ୟମାନେ ମତ ଦିଅନ୍ତି ଯେ ଯଜ୍ଞ, ଦାନ ଏବଂ ତପଶ୍ଚର୍ଯ୍ୟା ଆଦି କର୍ମ ତ୍ୟାଗ କରିବା ଉଚିତ ନୁହେଁ ।
ତ୍ୟାଜ୍ୟଂ ଦୋଷବଦିତ୍ୟେକେ କର୍ମ ପ୍ରାହୁର୍ମନୀଷିଣଃ ।
ଯଜ୍ଞଦାନତପଃକର୍ମ ନ ତ୍ୟାଜ୍ୟମିତି ଚାପରେ ।।୩।।
ଅନେକ ଜ୍ଞାନୀ ବ୍ୟକ୍ତି ମତ ଦିଅନ୍ତି ଯେ ସମସ୍ତ କର୍ମକୁ ପାପ ମନେକରି ତ୍ୟାଗ କରିବା ଉଚିତ, କିନ୍ତୁ ଅନ୍ୟମାନେ ମତ ଦିଅନ୍ତି ଯେ ଯଜ୍ଞ, ଦାନ …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
କେତେକ ଦାର୍ଶନିକ, ଯେପରି କି ସାଂଖ୍ୟବାଦୀମାନେ, ପାର୍ଥିବ ଜୀବନକୁ ଯେତେ ଶୀଘ୍ର ସମ୍ଭବ ସମାପ୍ତ କରିବା ସପକ୍ଷରେ ଥାଆନ୍ତି । ତାଙ୍କ ମତରେ, ସମସ୍ତ କର୍ମକୁ ତ୍ୟାଗ କରାଯିବା ଉଚିତ୍ କାରଣ ସେମାନେ କାମନା ଦ୍ୱାରା ପ୍ରେରିତ, ଯାହା ଜନ୍ମ ଓ ମୃତ୍ୟୁ ପ୍ରକ୍ରିୟାରେ ଦେହାନ୍ତର ପ୍ରାପ୍ତି କରାଇଥାଏ । ସେମାନେ ଯୁକ୍ତି କରନ୍ତି, ସମସ୍ତ କର୍ମରେ କିଛି ନା କିଛି ଦୋଷ ଅନ୍ତର୍ନିହିତ ରହିଥାଏ, ଯେପରିକି ଅପ୍ରତ୍ୟକ୍ଷ ହିଂସା । ଉଦାହରଣ ସ୍ୱରୂପ, ନିଆଁ ଜଳାଇଲେ, ପତଙ୍ଗମାନେ ସ୍ୱତଃ ସେଥିରେ ଦଗ୍ଧ ହୋଇ ମୃତ୍ୟୁବରଣ କରିବାର ସମ୍ଭାବନା ଥାଏ । ତେଣୁ ଜୀବନଧାରଣ ନିମନ୍ତେ ଆବଶ୍ୟକୀୟ କର୍ମ ବ୍ୟତିତ ଅନ୍ୟ ସବୁ କର୍ମ ତ୍ୟାଗ କରିବାକୁ ସେମାନେ ନିର୍ଦ୍ଦେଶ ଦେଇଥାନ୍ତି ।
ମୀମାଂସା ଦର୍ଶନର ସମର୍ଥକ ବିଜ୍ଞ ଦାର୍ଶନିକଗଣ ମତ ଦେଇଥାନ୍ତି ଯେ ବେଦ ପ୍ରଣୀତ କର୍ମକୁ ତ୍ୟାଗ କରିବା ଉଚିତ ନୁହେଁ । ସେମାନେ ଯୁକ୍ତି ବାଢ଼ିଥାନ୍ତି ଯେ ବେଦରେ ଯେଉଁଠାରେ ବି ଦୁଇଟି ବିରୋଧାତ୍ମକ ନିର୍ଦ୍ଦେଶ ରହିଥାଏ, ତନ୍ମଧ୍ୟରୁ ଯେଉଁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶଟି ଅଧିକ ପ୍ରଖ୍ୟାତ, ତାହା ଅନ୍ୟ ସାଧାରଣ ଆଦେଶଟିକୁ ରଦ୍ଦ କରିଦିଏ । ଉଦାହରଣ ସ୍ୱରୂପ, ବେଦ ଆମକୁ ନିର୍ଦ୍ଦେଶ ଦେଇଛି: ମା ହିଂସ୍ୟାତ୍ ସର୍ବା ଭୂତାନି “କୌଣସି ପ୍ରାଣୀ ପ୍ରତି ହିଂସା କରନାହିଁ ।” ଏହା ସାଧାରଣ ନିର୍ଦ୍ଦେଶ । ସେହି ବେଦ ଆମକୁ ଯଜ୍ଞ କରିବାକୁ ମଧ୍ୟ ଆଦେଶ ଦେଇଛି । ଏହା ଏକ ନିର୍ଦ୍ଦିଷ୍ଟ ଆଦେଶ । ଯଜ୍ଞ ସମ୍ପାଦନ କରିବା ସମୟରେ ଏପରି ହୋଇପାରେ ଯେ କେତେକ କୀଟପତଙ୍ଗ ଅନିଚ୍ଛାକୃତ ଭାବରେ ଯଜ୍ଞ ଅଗ୍ନିରେ ପଡି ମୃତ୍ୟୁବରଣ କରିବେ । କିନ୍ତୁ ମୀମାଂସା ଦର୍ଶନର ଯୁକ୍ତି ଅନୁଯାୟୀ, ଏଠାରେ ଯଜ୍ଞ କରିବାର ନିର୍ଦ୍ଦିଷ୍ଟ ଆଦେଶଟି ବଳବତ୍ତର ରହିବ ଏବଂ ହିଂସା ନ କରିବାର ସାଧାରଣ ଆଦେଶର ଏହା ବିରୋଧୀ ହୋଇଥିଲେ ସୁଦ୍ଧା ଏହା ପାଳନ କରାଯିବା ଉଚିତ । ତେଣୁ ମୀମାଂସକ ମାନଙ୍କ ମତରେ, ଆମେ ଯଜ୍ଞ, ଦାନ, ତପଶ୍ଚର୍ଯ୍ୟା ଆଦି କଲ୍ୟାଣକାରୀ କର୍ମକୁ ପରିତ୍ୟାଗ କରିବା ଉଚିତ ନୁହେଁ ।