Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 18, Verse 33

ଧୃତ୍ୟା ଯୟା ଧାରୟତେ ମନଃପ୍ରାଣେନ୍ଦ୍ରିୟକ୍ରିୟାଃ ।
ଯୋଗେନାବ୍ୟଭିଚାରିଣ୍ୟା ଧୃତିଃ ସା ପାର୍ଥ ସାତ୍ତ୍ୱିକୀ ।।୩୩।।

ଧୃତ୍ୟା-ସଂକଳ୍ପ ଦ୍ୱାରା; ଯୟା- ଯାହା; ଧାରୟତେ-ପୁଷ୍ଟହୁଏ; ମନଃ-ମନ; ପ୍ରାଣ-ଜୀବନ; ଇନ୍ଦ୍ରିୟ-ଇନ୍ଦ୍ରିୟ; କ୍ରିୟାଃ-କର୍ମ; ଯୋଗେନ-ଯୋଗ ସାଧନାଦ୍ୱାରା; ଅବ୍ୟଭିଚାରିଣ୍ୟା- ଦୃଢତାପୂର୍ବକ; ଧୃତିଃ- ସଂକଳ୍ପ; ସା-ତାହା; ପାର୍ଥ-ହେ ପୃଥାପୁତ୍ର !; ସାତ୍ତ୍ୱିକୀ- ସାତ୍ତ୍ୱିକ ।

Translation

BG 18.33: ଯୋଗ ଦ୍ୱାରା ବିକସିତ ଦୃଢ଼ ସଂକଳ୍ପ ଯାହା ମନ, ପ୍ରାଣ ଓ ଇନ୍ଦ୍ରିୟର କ୍ରିୟାକୁ ପୁଷ୍ଟ କରିଥାଏ, ତାହା ସତ୍ତ୍ୱଗୁଣଯୁକ୍ତ ସଂକଳ୍ପ ଅଟେ ।

Commentary

ବାଧାବିଘ୍ନ ସତ୍ତ୍ୱେ ନିଜ ମାର୍ଗରେ ଅଟଳ ରହିବା ପାଇଁ ମନ ଓ ବୁଦ୍ଧିର ଆନ୍ତରିକ ଶକ୍ତିକୁ ଧୃତି ବା ସଂକଳ୍ପ କୁହାଯାଏ । ସଂକଳ୍ପ ଲକ୍ଷ୍ୟରେ ଦୃଷ୍ଟିକୁ କେନ୍ଦ୍ରିତ କରେ ଏବଂ ଆମ ଯାତ୍ରାର ଆପାତତଃ ଅଲଂଘ୍ୟ ବାଧାବିଘ୍ନକୁ ଅତିକ୍ରମ କରିବା ପାଇଁ ଶରୀର-ମନ-ବୁଦ୍ଧିର ସୁପ୍ତ ଶକ୍ତିକୁ ଜାଗ୍ରତ କରିଥାଏ ।

ଶ୍ରୀକୃଷ୍ଣ ବର୍ତ୍ତମାନ ତିନି ଶ୍ରେଣୀର ସଂକଳ୍ପ ବିଷୟରେ ଆଲୋଚନା କରିବାକୁ ଯାଉଛନ୍ତି । ଯୋଗାଭ୍ୟାସ ଦ୍ୱାରା ମନ ଶୃଙ୍ଖଳିତ ହୁଏ ଏବଂ ଇନ୍ଦ୍ରିୟ ଓ ଶରୀରକୁ ଶାସନ କରିବାର କ୍ଷମତା ବିକସିତ ହୁଏ । ଯେଉଁ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ବ୍ୟକ୍ତି ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିବା, ପ୍ରାଣବାୟୁକୁ ସନ୍ତୁଳିତ ରଖିବା ଏବଂ ମନକୁ ନିୟନ୍ତ୍ରିତ କରିବା ପାଇଁ ସକ୍ଷମ ହୋଇଥାଏ, ତାହା ସାତ୍ତ୍ୱିକ ଧୃତି ଅଟେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!