ଯୟା ସ୍ୱପ୍ନଂ ଭୟଂ ଶୋକଂ ବିଷାଦଂ ମଦମେବ ଚ ।
ନ ବିମୁଞ୍ଚତି ଦୁର୍ମେଧା ଧୃତିଃ ସା ପାର୍ଥ ତାମସୀ ।।୩୫।।
ଯୟା-ଯାହାଦ୍ୱାରା; ସ୍ୱପ୍ନଂ-ସ୍ୱପ୍ନ; ଭୟଂ-ଭୟ; ଶୋକଂ-ଶୋକ; ବିଷାଦଂ-ବିଷାଦ; ମଦଂ-ଛଳ; ଏବ-ନିଶ୍ଚିତଭାବେ; ଚ-ଏବଂ; ନ-ନାହିଁ; ବିମୁଞ୍ଚତି-ତ୍ୟାଗ କରେ; ଦୁର୍ମେଧା-ବୁଦ୍ଧିହୀନ; ଧୃତିଃ-ସଂକଳ୍ପ; ସା-ତାହା; ପାର୍ଥ- ହେ ପୃଥାପୁତ୍ରା; ତାମସୀ-ତାମସିକ ।
BG 18.35: ଯେଉଁ ବୁଦ୍ଧିହୀନ ସଂକଳ୍ପ ଦ୍ୱାରା ବ୍ୟକ୍ତି ଅବାସ୍ତବ କଳ୍ପନା କରିବା, ଭୟଭୀତ ହେବା, ଶୋକାକୁଳ ହେବା, ଅଶାନ୍ତ ରହିବା, ବିଷାଦ ଏବଂ କପଟକୁ ତ୍ୟାଗ କରି ପାରେ ନାହିଁ , ତାହାକୁ ତାମସିକ ସଂକଳ୍ପ କୁହାଯାଏ ।
ଯୟା ସ୍ୱପ୍ନଂ ଭୟଂ ଶୋକଂ ବିଷାଦଂ ମଦମେବ ଚ ।
ନ ବିମୁଞ୍ଚତି ଦୁର୍ମେଧା ଧୃତିଃ ସା ପାର୍ଥ ତାମସୀ ।।୩୫।।
ଯେଉଁ ବୁଦ୍ଧିହୀନ ସଂକଳ୍ପ ଦ୍ୱାରା ବ୍ୟକ୍ତି ଅବାସ୍ତବ କଳ୍ପନା କରିବା, ଭୟଭୀତ ହେବା, ଶୋକାକୁଳ ହେବା, ଅଶାନ୍ତ ରହିବା, ବିଷାଦ ଏବଂ କପଟକୁ ତ୍ୟାଗ କରି ପାରେ …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ବୁଦ୍ଧିହୀନ ଏବଂ ମୁର୍ଖମାନଙ୍କ ଠାରେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ଦେଖାଯାଇଥାଏ । କିନ୍ତୁ ଏହା ଭୟ, ଅଶାନ୍ତି ଏବଂ ଅହଂକାରରୁ ଉତ୍ପନ୍ନ ଜିଦ୍ଖୋର ମନୋବୃତ୍ତି ଅଟେ । ଉଦାହରଣ ସ୍ୱରୂପ, କେତେକ ବ୍ୟକ୍ତି ଭୟ-ମନୋଭାବର ଶୀକାର ହୋଇଥାନ୍ତି ଏବଂ ଆଶ୍ଚର୍ଯ୍ୟର ବିଷୟ ଏହା ଯେ ନିଜ ବ୍ୟକ୍ତିତ୍ୱର ଏକ ଅବିଚ୍ଛେଦ୍ୟ ଅଙ୍ଗ ପରି, ସେମାନେ ତାକୁ ଦୃଢ଼ ଭାବରେ ଧରି ରଖିଥାନ୍ତି । ଆଉ କେତେଜଣ ଅଛନ୍ତି, ଯେଉଁମାନେ ଅତୀତରେ ଘଟିଥିବା କିଛି ଅଘଟଣକୁ ଦୃଢ଼ତାର ସହ ସ୍ମୃତିରେ ଧାରଣ କରି ନିଜ ଜୀବନକୁ ନର୍କରେ ପରିଣତ କରିଥାନ୍ତି । ଏହାର ବିନାଶକାରୀ ପ୍ରଭାବ ତାଙ୍କ ଉପରେ ପଡ଼ୁଥିବାର ଲକ୍ଷ୍ୟ କରି ମଧ୍ୟ ସେମାନେ ଏହାକୁ ତ୍ୟାଗ କରନ୍ତି ନାହିଁ । ଅନ୍ୟମାନେ, ଯିଏ ତାଙ୍କର ଅହଂକାରକୁ ଏବଂ ନିଜ ସମ୍ବନ୍ଧରେ ତାଙ୍କର କଳ୍ପିତ ଧାରଣାକୁ ଆହତ କରନ୍ତି, ସେମାନଙ୍କ ସହିତ କଳହରେ ଲିପ୍ତ ରହନ୍ତି । ଏହିପରି ନିଷ୍ଫଳ ଭାବନାକୁ ଜିଦ୍ ପୂର୍ବକ ଦୃଢ଼ ଭାବରେ ଧରି ରଖିବାର ସଂକଳ୍ପକୁ, ଶ୍ରୀକୃଷ୍ଣ ତାମସିକ ଗୁଣଯୁକ୍ତ ଭାବରେ ଅଭିହିତ କରିଛନ୍ତି ।