Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 18, Verse 36

ସୁଖଂ ତ୍ୱିଦାନୀଂ ତ୍ରିବିଧଂ ଶୃଣୁ ମେ ଭରତର୍ଷଭ ।
ଅଭ୍ୟାସାଦ୍ରମତେ ଯତ୍ର ଦୁଃଖାନ୍ତଂ ଚ ନିଗଚ୍ଛତି ।।୩୬।।

ସୁଖଂ-ସୁଖ; ତୁ- କିନ୍ତୁ; ଇଦାନୀଂ-ବର୍ତ୍ତମାନ; ତ୍ରିବିଧଂ-ତିନିପ୍ରକାର; ଶୃଣୁ-ଶୁଣ; ମେ -ମୋ’ଠାରୁ; ଭରତର୍ଷଭ-ହେ ଭରତଶ୍ରେଷ୍ଠ; ଅଭ୍ୟାସାତ୍‌-ଅଭ୍ୟାସ ଦ୍ୱାରା; ରମତେ -ଆନନ୍ଦିତ ହୁଏ; ଯତ୍‌-ଯେଉଁଠାରେ; ଦୁଃଖ-ଅନ୍ତଂ-ସମସ୍ତ ଦୁଃଖ ସମାପ୍ତ ହୁଏ; ଚ-ଏବଂ; ନିଗଚ୍ଛତି-ଲାଭ କରେ ।

Translation

BG 18.36: ହେ ଅର୍ଜୁନ ! ଶରୀରଧାରୀ ଆତ୍ମା ଉପଭୋଗ କରୁଥିବା ତିନି ପ୍ରକାରର ସୁଖ, ଯାହା ସକଳ ଦୁଃଖର ଅନ୍ତ ମଧ୍ୟ କରିଥାଏ, ସେହି ବିଷୟରେ ଏବେ ମୋ’ଠାରୁ ଶୁଣ ।

Commentary

ପୂର୍ବ ଶ୍ଳୋକମାନଙ୍କରେ, ଶ୍ରୀକୃଷ୍ଣ କର୍ମର ଉପାଦାନ ବିଷୟରେ ଆଲୋଚନା କରିଥିଲେ । ତା’ପରେ ସେ କର୍ମକୁ ପ୍ରେରିତ ଏବଂ ନିୟନ୍ତ୍ରିତ କରୁଥିବା କାରକମାନଙ୍କର ବର୍ଣ୍ଣନା କଲେ । ବର୍ତ୍ତମାନ ସେ କର୍ମର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛନ୍ତି । ସମସ୍ତ କର୍ମର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଆନନ୍ଦର ଅନ୍ୱେଷଣ । ସମସ୍ତେ ଆନନ୍ଦ କାମନା କରୁଛନ୍ତି, ତାଙ୍କର କର୍ମଦ୍ୱାରା ସେମାନେ ପରିପୂର୍ଣ୍ଣତା, ସୁଖ ଓ ସନ୍ତୋଷ ଖୋଜୁଛନ୍ତି । କିନ୍ତୁ ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ମର ଉପାଦାନ ସବୁ ଭିନ୍ନ ଭିନ୍ନ ହୋଇଥିବା କାରଣରୁ ସେମାନଙ୍କ କର୍ମ ଦ୍ୱାରା ପ୍ରାପ୍ତ ହେଉଥିବା ଆନନ୍ଦର ସ୍ୱରୂପ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଶ୍ରୀକୃଷ୍ଣ ବର୍ତ୍ତମାନ ତିନି ପ୍ରକାରର ଆନନ୍ଦ ବିଷୟରେ ବର୍ଣ୍ଣନା କରୁଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!