Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 18, Verse 37

ଯତ୍ତଦଗ୍ରେ ବିଷମିବ ପରିଣାମେଽମୃତୋପମମ୍ ।
ତତ୍ସୁଖଂ ସାତ୍ତ୍ୱିକଂ ପ୍ରୋକ୍ତମାତ୍ମବୁଦ୍ଧିପ୍ରସାଦଜମ୍ ।।୩୭।।

ଯତ୍‌-ଯାହା; ତତ୍‌-ତାହା; ଅଗ୍ରେ-ଆରମ୍ଭରେ; ବିଷମ୍ ଇବ-ବିଷ ପରି; ପରିଣାମେ-ଶେଷରେ; ଅମୃତ-ଉପମମ୍ -ଅମୃତ ସଦୃଶ; ତତ୍‌-ସେହି; ସୁଖଂ-ସୁଖ; ସାତ୍ତ୍ୱିକଂ-ସାତ୍ତ୍ୱିକ; ପ୍ରୋକ୍ତଂ-କୁହାଯାଏ; ଆତ୍ମ-ବୁଦ୍ଧି -ଆତ୍ମଜ୍ଞାନରେ ସ୍ଥିତ; ପ୍ରସାଦଜମ୍‌- ଶୁଦ୍ଧ ବୁଦ୍ଧିରେ ଉତ୍ପନ୍ନ ।

Translation

BG 18.37: ପ୍ରାରମ୍ଭରେ ଯାହା ବିଷତୁଲ୍ୟ ପ୍ରତୀତ ହୋଇଥାଏ, କିନ୍ତୁ ଶେଷରେ ଏହାର ସ୍ୱାଦ ଅମୃତ ତୁଲ୍ୟ ହୋଇଥାଏ, ସେହି ଆନନ୍ଦକୁ ସାତ୍ତ୍ୱିକ ଗୁଣଯୁକ୍ତ କୁହାଯାଇଥାଏ । ଏହା ଆତ୍ମଜ୍ଞାନରେ ସ୍ଥିତ ବିଶୁଦ୍ଧ ବୁଦ୍ଧି ଦ୍ୱାରା ଉତ୍ପନ୍ନ ହୋଇଥାଏ ।

Commentary

ଭାରତର ଅଁଳା କୋଳି ଏକ ପ୍ରକାରର ସୁଖାଦ୍ୟ ଅଟେ, ଯାହା ସ୍ୱାସ୍ଥ୍ୟ ପକ୍ଷରେ ଅତ୍ୟନ୍ତ ହିତକାରୀ । ଏଥିରେ ଦଶଗୋଟି କମଳା ଠାରୁ ଅଧିକ ଭିଟାମିନ୍ ସି ଥାଏ, କିନ୍ତୁ ଏହାର ସ୍ୱାଦ କଷା ହୋଇଥିବାରୁ ପିଲାମାନେ ଏହାକୁ ପସନ୍ଦ କରନ୍ତି ନାହିଁ । ଉତ୍ତର ଭାରତରେ ଅଭିଭାବକମାନେ ତାଙ୍କ ପିଲାମାନଙ୍କୁ ଅଁଳା ଖାଇବାକୁ ଉତ୍ସାହିତ କରିବାକୁ ଯାଇ ଏପରି କହିଥାନ୍ତି: ଅମଲେ କା ଖାୟା ଔର ବଡ଼ୋଁ କା କହା, ବାଦ ମେ ପତା ଚଲତା ହୈ । “ଅଁଳା ଖାଇବା ଓ ଗୁରୁଜନଙ୍କ ଉପଦେଶ ମାନିବା, ଏହାର ଲାଭ ଭବିଷ୍ୟତରେ ହିଁ ଜଣା ପଡ଼ିଥାଏ ।” ବାସ୍ତବରେ, ଅଁଳା ଖାଇବାର ଅଳ୍ପ ସମୟ ପରେ ହିଁ କଷାର ସ୍ୱାଦ ଚାଲିଯାଏ ଏବଂ ତାହା ମିଠା ଲାଗେ । ତାଛଡା, ପ୍ରାକୃତିକ ଭିଟାମିନ୍ ସି ଖାଇବାର ଦୀର୍ଘକାଳୀନ ଲାଭ ତ ନିଃସନ୍ଦେହ ଭାବରେ ଅନେକ ଅଛି । ଉପରୋକ୍ତ ଶ୍ଳୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ସାତ୍ତ୍ୱିକ ଆନନ୍ଦ ମଧ୍ୟ ଠିକ୍ ସେହିପରି ଅଟେ । ସ୍ୱଳ୍ପ କାଳ କଟୁବୋଧ ହେଉଥିଲେ ମଧ୍ୟ, ଶେଷରେ ଏହାର ସ୍ୱାଦ ଅମୃତତୁଲ୍ୟ ହୋଇଥାଏ ।

ବେଦ ସାତ୍ତ୍ୱିକ ସୁଖକୁ ଶ୍ରେୟ ରୂପେ ଅଭିହିତ କରିଥାଏ, ଯାହା ବର୍ତ୍ତମାନ ଅପ୍ରୀତିକର କିନ୍ତୁ ଅନ୍ତତଃ ଲାଭଦାୟୀ ଅଟେ । ଏହାର ବିପରୀତ ପ୍ରେୟ, ଯାହା ଆରମ୍ଭରେ ସୁଖକର କିନ୍ତୁ ଅନ୍ତିମ ପରିଣତି ହାନିକାରକ ହୋଇଥାଏ । ଶ୍ରେୟ ଏବଂ ପ୍ରେୟ ସମ୍ବନ୍ଧରେ କଠୋପନିଷଦ କହେ:

ଅନ୍ୟଚ୍ଛ୍ରେୟୋଽନ୍ୟଦୁତୈବ ପ୍ରେୟସ୍ତେ ଉଭେ ନାନାର୍ଥେ ପୁରୁଷଂ ସିନୀତଃ
ତୟୋଃ ଶ୍ରେୟ ଆଦଦାନସ୍ୟ ସାଧୁ ଭବତି ହୀତୟେଽର୍ଥାଦ୍ୟ ଉ ପ୍ରେୟୋ ବୃଣୀତେ
ଶ୍ରେୟଶ୍ଚ ପ୍ରେୟଶ୍ଚ ମନୁଷ୍ୟମେତସ୍ତୌ ସମ୍ପରୀତ୍ୟ ବିବିନକ୍ତି ଧୀରଃ
ଶ୍ରେୟୋ ହି ଧୀରୋଽଭି ପ୍ରେୟସୋ ବୃଣୀତେ ପ୍ରେୟୋ ମନ୍ଦୋ ଯୋଗକ୍ଷେମାଦ୍ ବୃଣୀତେ । (୧.୨.୧-୨)

“ଦୁଇଟି ମାର୍ଗ ଅଛି- ଗୋଟିଏ ‘କଲ୍ୟାଣକାରୀ’ ଅନ୍ୟଟି ‘ସୁଖଦାୟକ’ । ଏହି ଦୁଇଟି ମାର୍ଗ ମନୁଷ୍ୟକୁ ସମ୍ପୂର୍ଣ୍ଣ ଭିନ୍ନ ସ୍ଥଳରେ ପହଞ୍ଚାଇ ଥାଆନ୍ତି । ସୁଖଦାୟକ ମାର୍ଗଟି ପ୍ରାରମ୍ଭରେ ଉପଭୋଗ୍ୟ ହୋଇଥାଏ କିନ୍ତୁ ଅନ୍ତ କଷ୍ଟରେ ହୁଏ । ଅଜ୍ଞ ବ୍ୟକ୍ତିମାନେ ଏହି ସୁଖର ଫାଶରେ ବାନ୍ଧି ହୋଇ ବରବାଦ ହୋଇଯାଆନ୍ତି । କିନ୍ତୁ ବିଜ୍ଞ ବ୍ୟକ୍ତିମାନେ ଏହି ଆକର୍ଷଣ ଦ୍ୱାରା ମୋହିତ ନ ହୋଇ କଲ୍ୟାଣର ମାର୍ଗ ବାଛିଥାନ୍ତି ଏବଂ ଶେଷରେ ଆନନ୍ଦ ପ୍ରାପ୍ତ କରିଥାନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!