ଯଦଗ୍ରେ ଚାନୁବନ୍ଧେ ଚ ସୁଖଂ ମୋହନମାତ୍ମନଃ ।
ନିଦ୍ରାଳସ୍ୟପ୍ରମାଦୋତ୍ଥଂ ତତ୍ତାମସମୁଦାହୃତମ୍ ।।୩୯।।
ଯତ୍- ଯାହା; ଅଗ୍ରେ- ପ୍ରାରମ୍ଭରେ; ଚ-ଏବଂ; ଅନୁବନ୍ଧେ -ଶେଷରେ; ଚ-ଏବଂ; ସୁଖଂ-ସୁଖ; ମୋହନଂ-ଭ୍ରମାତ୍ମକ; ଆତ୍ମନଃ-ଆତ୍ମାର; ନିଦ୍ରା-ନିଦ୍ରା; ଆଳସ୍ୟ-ଆଳସ୍ୟ; ପ୍ରମାଦ-ଅବହେଳା; ଉତ୍ଥମ୍- ଜାତ; ତତ୍-ତାହା; ତାମସଂ-ତାମସିକ; ଉଦାହୃତମ୍- କୁହାଯାଏ ।
BG 18.39: ଯେଉଁ ସୁଖ ଆତ୍ମାର ସ୍ୱରୂପକୁ ଆଦିରୁ ଅନ୍ତ ଯାଏଁ ଆବୃତ କରି ରଖିଥାଏ ଏବଂ ଯାହା ନିଦ୍ରା, ଆଳସ୍ୟ ଓ ଅବହେଳାରୁ ଜାତ ହୋଇଥାଏ, ତାହାକୁ ତାମସିକ ସୁଖ କୁହାଯାଏ ।
ଯଦଗ୍ରେ ଚାନୁବନ୍ଧେ ଚ ସୁଖଂ ମୋହନମାତ୍ମନଃ ।
ନିଦ୍ରାଳସ୍ୟପ୍ରମାଦୋତ୍ଥଂ ତତ୍ତାମସମୁଦାହୃତମ୍ ।।୩୯।।
ଯେଉଁ ସୁଖ ଆତ୍ମାର ସ୍ୱରୂପକୁ ଆଦିରୁ ଅନ୍ତ ଯାଏଁ ଆବୃତ କରି ରଖିଥାଏ ଏବଂ ଯାହା ନିଦ୍ରା, ଆଳସ୍ୟ ଓ ଅବହେଳାରୁ ଜାତ ହୋଇଥାଏ, ତାହାକୁ ତାମସିକ …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ତାମସିକ ଆନନ୍ଦ ସର୍ବନିମ୍ନ କକ୍ଷର ଅଟେ ଏବଂ ଆଦିରୁ ଅନ୍ତ ପର୍ଯ୍ୟନ୍ତ ଏହା ମୁର୍ଖାମୀ ହିଁ ଅଟେ । ଏହା ଆତ୍ମାକୁ ଅଜ୍ଞାନର ଅନ୍ଧକାର ମଧ୍ୟକୁ ନିକ୍ଷେପ କରିଥାଏ । ତଥାପି ଏଥିରେ ଅତ୍ୟଳ୍ପ ଆନନ୍ଦର ଅନୁଭୂତି ହେଉଥିବାରୁ ମନୁଷ୍ୟ ଏହା ପ୍ରତି ଆସକ୍ତ ହୋଇଯାଏ । ସେଥିପାଇଁ ଯେଉଁମାନେ ଧୂମପାନରେ ଆସକ୍ତ, ତଦ୍ୱାରା ତାଙ୍କର କ୍ଷତି ହେଉଛି ଜାଣି ସୁଦ୍ଧା, ତାହାକୁ ବର୍ଜନ କରିପାରନ୍ତି ନାହିଁ । ସେମାନେ ସେହି ନିଶାରୁ ମିଳୁଥିବା ଆନନ୍ଦକୁ ତ୍ୟାଗ କରିପାରନ୍ତି ନାହିଁ । ନିଦ୍ରା, ଆଳସ୍ୟ ଏବଂ ଅବହେଳାରୁ ଜାତ ଏହି ଆନନ୍ଦକୁ ଶ୍ରୀକୃଷ୍ଣ ତାମସିକ ସୁଖ ରୂପେ ଅଭିହିତ କରିଛନ୍ତି ।