Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 18, Verse 4

ନିଶ୍ଚୟଂ ଶୃଣୁ ମେ ତତ୍ର ତ୍ୟାଗେ ଭରତସତ୍ତମ ।
ତ୍ୟାଗୋ ହି ପୁରୁଷବ୍ୟାଘ୍ର ତ୍ରିବିଧଃ ସମ୍ପ୍ରକୀର୍ତିତଃ ।।୪।।

ନିଶ୍ଚୟଂ-ନିଷ୍କର୍ଷ; ଶୃଣୁ-ଶୁଣ; ମେ-ମୋ’ଠାରୁ; ତତ୍ର-ସେଠାରେ; ତ୍ୟାଗେ-ତ୍ୟାଗ ସଂପର୍କରେ; ଭରତ-ସତ୍ତମ- ହେ ଭରତଶ୍ରେଷ୍ଠ; ତ୍ୟାଗଃ-ତ୍ୟାଗ; ହି-ବାସ୍ତବରେ; ପୁରୁଷ-ବ୍ୟାଘ୍ର-ହେ ପୁରୁଷଶ୍ରେଷ୍ଠ !; ତ୍ରିବିଧଃ-ତିନିପ୍ରକାର; ସଂପ୍ରକୀର୍ତିତଃ-ଘୋଷଣା କରାଯାଇଛି ।

Translation

BG 18.4: ହେ ମନୁଷ୍ୟଙ୍କ ମଧ୍ୟରେ ବ୍ୟାଘ୍ର ! ଏବେ ତ୍ୟାଗ ସମ୍ବନ୍ଧରେ ମୋର ଅନ୍ତିମ ନିର୍ଣ୍ଣୟ ଶୁଣ, ଯାହା ତିନି ପ୍ରକାରର ଅଟେ ।

Commentary

ତ୍ୟାଗ ମହତ୍ତ୍ୱପୂର୍ଣ୍ଣ ଅଟେ, କାରଣ ଏହା ଜୀବନର ଉଚ୍ଚତର ସୋପାନର ଆଧାର ଅଟେ । ନିମ୍ନଶ୍ରେଣୀୟ କାମନା ତ୍ୟାଗ କରିବା ଦ୍ୱାରା ହିଁ  ଆମେ ଉଚ୍ଚତର ଆକାଂକ୍ଷା ପୋଷଣ କରିପାରିବା । ସେହିପରି, ନିମ୍ନକକ୍ଷର କର୍ମ ତ୍ୟାଗ କରିବା ଦ୍ୱାରା ହିଁ ଆମେ ଉଚ୍ଚତର କର୍ତ୍ତବ୍ୟ ଏବଂ କର୍ମ କରି ପାରିବା ଏବଂ ଆଧ୍ୟାତ୍ମିକ ମାର୍ଗରେ ଚାଲିପାରିବା । କିନ୍ତୁ ପୂର୍ବ ଶ୍ଳୋକରେ ଶ୍ରୀକୃଷ୍ଣ ପ୍ରକାଶ କରିଥିଲେ ଯେ ତ୍ୟାଗର ବାସ୍ତବ ଅର୍ଥ ବୁଝିବାରେ ମତ ପାର୍ଥକ୍ୟ ରହିଛି । ପୂର୍ବ ଶ୍ଳୋକରେ, ଦୁଇଟି ମୁଖ୍ୟ ବିରୋଧାତ୍ମକ ମନ୍ତବ୍ୟ ସମ୍ପର୍କରେ ସୂଚନା ଦେଇ, ବର୍ତ୍ତମାନ ଶ୍ରୀକୃଷ୍ଣ ତାଙ୍କର ନିଜସ୍ୱ ମତ ବ୍ୟକ୍ତ କରୁଛନ୍ତି, ଯାହା ଏହି ବିଷୟର ଅନ୍ତିମ ଆଦେଶ ଅଟେ । ସେ କହୁଛନ୍ତି ଯେ ତ୍ୟାଗକୁ ତିନୋଟି ଶ୍ରେଣୀଭୁକ୍ତ କରି (ଶ୍ଳୋକ ୭ ରୁ୯ ମଧ୍ୟରେ ବର୍ଣ୍ଣିତ ହୋଇଛି) ସେ ବିଷୟର ବିଶ୍ଳେଷଣ  କରିବେ । ସେ ଅର୍ଜୁନଙ୍କୁ ବ୍ୟାଘ୍ର ଅର୍ଥାତ୍ “ମନୁଷ୍ୟ ମାନଙ୍କ ମଧ୍ୟରେ ବ୍ୟାଘ୍ର” ଭାବରେ ସମ୍ବୋଧନ କରିଛନ୍ତି, କାରଣ ତ୍ୟାଗ ସାହସୀ-ହୃଦୟର ବ୍ୟକ୍ତିଙ୍କ ପାଇଁ ଅଟେ । ସନ୍ଥ କବୀର କହନ୍ତି:

ତୀର ତଲବାର ସେ ଜୋ ଲଢ଼ଇ, ସୋ ଶୂରବୀର ନହିଁ ହୋୟ ।
ମାୟା ତଜି ଭକ୍ତି କରେ, ଶୂର କହାବୈ ସୋୟ ।।

“ତୀର ଓ ତରବାରୀ ସହିତ ଯୁଦ୍ଧ କରୁଥିବା ବ୍ୟକ୍ତି ବୀର ନୁହେଁ, ଯେଉଁ ବ୍ୟକ୍ତି ମାୟା ତ୍ୟାଗ କରି ଭକ୍ତି କରେ, ସେ ହିଁ ପ୍ରକୃତରେ ବୀର ଅଟେ ।”

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!