Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 18, Verse 41

ବ୍ରାହ୍ମଣକ୍ଷତ୍ରିୟବିଶାଂ ଶୂଦ୍ରାଣାଂ ଚ ପରନ୍ତପ ।
କର୍ମାଣି ପ୍ରବିଭକ୍ତାନି ସ୍ୱଭାବପ୍ରଭବୈର୍ଗୁଣୈଃ ।।୪୧।।

ବ୍ରାହ୍ମଣ- ବ୍ରାହ୍ମଣ ମାନଙ୍କର; କ୍ଷତ୍ରିୟ-କ୍ଷତ୍ରିୟମାନଙ୍କର; ବିଶାଂ-ବୈଶ୍ୟମାନଙ୍କର; ଶୂଦ୍ରାଣାଂ-ଶୂଦ୍ର ମାନଙ୍କର; ଚ-ଏବଂ; ପରନ୍ତପ- ହେ ଶତ୍ରୁ ଦମନକାରୀ; କର୍ମାଣି-କର୍ମସମୂହ; ପ୍ରବିଭକ୍ତାନି-ବିଭକ୍ତ ହୋଇଛି; ସ୍ୱଭାବ-ପ୍ରଭବୈଃ-ଗୁଣୈଃ- ନିଜ ସ୍ୱଭାବ ଓ ଗୁଣ ଅନୁଯାୟୀ କର୍ମ ।

Translation

BG 18.41: ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଏବଂ ଶୁଦ୍ରମାନଙ୍କର କର୍ମର ବିଭାଜନ ସେମାନଙ୍କର ସ୍ୱଭାବ ଜାତ ଗୁଣର ଅନୁସାରେ ହୋଇଥାଏ (ଜନ୍ମ ଅନୁସାରେ ନୁହେଁ) ।

Commentary

କେହି ଜଣେ ଯଥାର୍ଥରେ କହିଥିଲେ ଯେ ଏକ ଉପଯୁକ୍ତ ବୃତ୍ତି ଖୋଜି ପାଇବା, ଜଣେ ଉପଯୁକ୍ତ ଜୀବନ ସାଥୀ ଖୋଜି ପାଇବା ପରି ଅଟେ । କିନ୍ତୁ ନିଜ ପାଇଁ ଏକ ଉପଯୁକ୍ତ କର୍ମ ଆମେ ଖୋଜିବା କିପରି ? ଶ୍ରୀକୃଷ୍ଣ ଏଠାରେ ସ୍ପଷ୍ଟ କରିଛନ୍ତି ଯେ ମନୁଷ୍ୟ ବ୍ୟକ୍ତିତ୍ୱରେ ଗୁଣର ପ୍ରାଧାନ୍ୟ ଅନୁଯାୟୀ, ସେମାନଙ୍କର ସ୍ୱଭାବ ଭିନ୍ନ ଭିନ୍ନ ହୋଇଥାଏ, ତଦନୁଯାୟୀ ସେମାନଙ୍କ ପାଇଁ ନିର୍ଦ୍ଧାରିତ ବୃତ୍ତି ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ସ୍ୱଭାବ-ପ୍ରଭାବୈର୍ ଗୁଣୈଃ (ମନୁଷ୍ୟର ଗୁଣ ଓ ସ୍ୱଭାବ ଉପରେ ଆଧାରିତ କାର୍ଯ୍ୟ) ଅନୁଯାୟୀ, ବର୍ଣ୍ଣାଶ୍ରମ ଧର୍ମ ପ୍ରଣାଳୀ, ସମାଜ ଗଠନର ଏକ ବୈଜ୍ଞାନିକ ପଦ୍ଧତିି ଥିଲା । ଏହି ବିଭକ୍ତିକରଣ ପ୍ରଣାଳୀରେ ଚାରୋଟି ଆଶ୍ରମ (ଜୀବନ ସୋପାନ) ଏବଂ ଚାରୋଟି ବର୍ଣ୍ଣ (ବୃତ୍ତିଗତ ଶ୍ରେଣୀ) ଥିଲା । ଜୀବନର ସୋପାନ ଗୁଡ଼ିକ ହେଲା: ୧. ବ୍ରହ୍ମଚର୍ଯ୍ୟ ଆଶ୍ରମ (ଛାତ୍ର ଜୀବନ), ଯାହାର ଅବଧି ଜନ୍ମଠାରୁ ୨୫ ବର୍ଷ ବୟସ ୨. ଗୃହସ୍ଥ ଆଶ୍ରମ (ପାରିବାରିକ ଜୀବନ) ଏହା ୨୫ ଠାରୁ ୫୦ ବର୍ଷ ପର୍ଯ୍ୟନ୍ତ ସାଧାରଣ ବୈବାହିକ ଜୀବନ । ୩. ବାନପ୍ରସ୍ଥ ଆଶ୍ରମ (ଅର୍ଦ୍ଧ ସନ୍ୟାସ ଜୀବନ), ଏହାର ଅବଧି ୫୦ ରୁ ୭୫ ବର୍ଷ ପର୍ଯ୍ୟନ୍ତ । ଏହି ସୋପାନରେ ବ୍ୟକ୍ତି ପରିବାରରେ ରହି ତ୍ୟାଗର ଆଚରଣ କରିଥାଏ । ୪. ସନ୍ୟାସ ଆଶ୍ରମ (ପୂର୍ଣ୍ଣତ୍ୟାଗ) ଏହା ୭୫ ବର୍ଷ ବୟସରୁ ଆଗକୁ ହୋଇଥାଏ । ଏହି ଆଶ୍ରମରେ ବ୍ୟକ୍ତି ସମସ୍ତ ପାରିବାରିକ କର୍ମ ତ୍ୟାଗ କରି ଏକ ପବିତ୍ର ଧାମରେ ବାସ କରିବା ସହିତ ଭଗବାନଙ୍କ ଠାରେ ମନୋନିବେଶ କରିଥାଏ ।

ଚାରି ବର୍ଣ୍ଣ (ବୃତ୍ତିଗତ ଶ୍ରେଣୀ) ଗୁଡ଼ିକ ହେଲା, ବ୍ରାହ୍ମଣ (ପୂଜକ ଶ୍ରେଣୀ), କ୍ଷତ୍ରିୟ (ଯୋଦ୍ଧା ଏବଂ ଶାସକ ଶ୍ରେଣୀ) ବୈଶ୍ୟ (ବ୍ୟବସାୟୀ ଏବଂ କୃଷକ ଶ୍ରେଣୀ) ଏବଂ ଶୂଦ୍ର (ଶ୍ରମିକ ଶ୍ରେଣୀ) । ବର୍ଣ୍ଣାଶ୍ରମ ଧର୍ମରେ କୌଣସି ବର୍ଣ୍ଣକୁ ଉଚ୍ଚ ବା ନୀଚ ବିଚାର କରାଯାଉ ନ ଥିଲା । ସମାଜର କେନ୍ଦ୍ର ଭଗବାନ ଥିଲେ, ପ୍ରତ୍ୟେକ ବ୍ୟକ୍ତି ଗୁଣ ଅନୁସାରେ କର୍ମ କରି ନିଜର ତଥା ସମାଜର ପୋଷଣ କରିବା ସହିତ ଭଗବତ୍ ପ୍ରାପ୍ତି ଦିଗରେ ଅଗ୍ରସର ହୋଇ ନିଜ ଜୀବନକୁ ସଫଳ କରୁଥିଲେ । ଅତଏବ, ବର୍ଣ୍ଣାଶ୍ରମ ପ୍ରଣାଳୀର ବିବିଧତାରେ ଏକତା ଥିଲା ।

ବିବିଧତା ସ୍ୱାଭାବିକ ଅଟେ, ଯାହାକୁ ଦୂର କରାଯାଇ ପାରିବ ନାହିଁ । ଆମ ଶରୀରରେ ବିଭିନ୍ନ ପ୍ରକାରର ଅଙ୍ଗ ରହିଛି ଏବଂ ସେମାନେ ସମସ୍ତେ ଭିନ୍ନ ଭିନ୍ନ କାର୍ଯ୍ୟ ତୁଲାଇଥାନ୍ତି । ସମସ୍ତ ଅଙ୍ଗ ଠାରୁ ଏକ ପ୍ରକାର କାର୍ଯ୍ୟର ଆଶା କରିବା ବୃଥା ଅଟେ । ସେମାନଙ୍କୁ ପରସ୍ପର ଠାରୁ ଭିନ୍ନ ଭାବରେ ଦେଖିବା ଅଜ୍ଞାନତାର ସୂଚକ ନୁହେଁ, ବରଂ ତାଙ୍କ ଉପଯୋଗିତାର ଯଥାର୍ଥ ଜ୍ଞାନ ଅଟେ । ସେହିପରି ମନୁଷ୍ୟମାନଙ୍କ ମଧ୍ୟରେ ରହିଥିବା ବିବିଧତାକୁ ଉପେକ୍ଷା କରାଯାଇ ପାରିବ ନାହିଁ । ଏପରିକି କମ୍ୟୁନିଷ୍ଟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ, ଯେଉଁଠାରେ ସାମ୍ୟବାଦ ପ୍ରମୁଖ ନିୟମ ଅଟେ, ସେଠାରେ ମଧ୍ୟ ଦଳୀୟ ନେତୃବୃନ୍ଦ ନୀତି ପ୍ରଣୟନ କରିଥାନ୍ତି, ଅସ୍ତ୍ର-ଶସ୍ତ୍ରରେ ସଜ୍ଜିତ ସୈନିକ ରାଷ୍ଟ୍ରକୁ ସୁରକ୍ଷା ପ୍ରଦାନ କରନ୍ତି, କୃଷକ ଜମି ଚାଷ କରନ୍ତି ଏବଂ ଶିଳ୍ପ ଶ୍ରମିକମାନେ ଯାନ୍ତ୍ରିକ ବୃତ୍ତିରେ ନିଯୁକ୍ତ ଥାଆନ୍ତି । ସମାନତା ପ୍ରଦାନ କରିବାର ସମସ୍ତ ଉଦ୍ୟମ ସତ୍ତ୍ୱେ ସେଠାରେ ମଧ୍ୟ ଚାରିପ୍ରକାର ବୃତ୍ତି ରହିଅଛି । ବର୍ଣ୍ଣାଶ୍ରମ ପ୍ରଣାଳୀ, ମନୁଷ୍ୟମାନଙ୍କର ସ୍ୱଭାବରେ ଥିବା ବିବିଧତାକୁ ବିଚାର କରି, ସେମାନଙ୍କ ପାଇଁ କର୍ତ୍ତବ୍ୟ ଓ ବୃତ୍ତିର ନିର୍ଦ୍ଧାରଣ କରିଥାଏ ।

କିନ୍ତୁ ସମୟକ୍ରମେ ବର୍ଣ୍ଣାଶ୍ରମ ପ୍ରଣାଳୀର ଅବକ୍ଷୟ ଘଟିଥିଲା ଏବଂ ବର୍ଣ୍ଣର ନିର୍ଣ୍ଣୟ ସ୍ୱଭାବ ଅନୁଯାୟୀ ହେବା ପରିବର୍ତ୍ତେ ଜନ୍ମ ଅନୁଯାୟୀ କରାଗଲା । ବ୍ରାହ୍ମଣମାନଙ୍କର ସନ୍ତାନମାନେ, ତାଙ୍କର ସ୍ୱଭାବ ବ୍ରାହ୍ମଣୋଚିତ ହେଉ ବା ନ ହେଉ, ନିଜକୁ ବ୍ରାହ୍ମଣ ଭାବରେ ପରିଚିତ କଲେ । ମନୁଷ୍ୟ ମଧ୍ୟରେ ଉଚ୍ଚ ଓ ନୀଚ ଜାତିର ପରିକଳ୍ପନା କରାଗଲା ଏବଂ ଉଚ୍ଚଜାତିର ବ୍ୟକ୍ତି ନୀଚ ଜାତିର ବ୍ୟକ୍ତିଙ୍କୁ ହେୟ ଦୃଷ୍ଟିରେ ଦେଖିବାକୁ ଲାଗିଲେ । ଏହି ପ୍ରଣାଳୀ କଠୋର ଏବଂ ଜନ୍ମ-ଗତ ହୋଇଯିବା ଦ୍ୱାରା, ଏହା ନିଷ୍କ୍ରିୟ ହୋଇଗଲା । ସମୟକ୍ରମେ, ଏହା ଏକ ସାମାଜିକ ଦୋଷର ରୂପ ନେଲା, ଯାହା ମୂଳ ବର୍ଣ୍ଣାଶ୍ରମ ପ୍ରଣାଳୀର ଲକ୍ଷ୍ୟ ନ ଥିଲା । ପରବର୍ତ୍ତୀ କେତୋଟି ଶ୍ଳୋକରେ, ଏହି ପ୍ରଣାଳୀର ମୂଳ ବିଭକ୍ତିକରଣ ଅନୁଯାୟୀ, ଶ୍ରୀକୃଷ୍ଣ ମନୁଷ୍ୟମାନଙ୍କର ଗୁଣ ଅନୁସାରେ କର୍ମର ସ୍ୱାଭାବିକ ନକ୍‌ସା ପ୍ରସ୍ତୁତ କରିଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!