ସ୍ୱେ ସ୍ୱେ କର୍ମଣ୍ୟଭିରତଃ ସଂସିଦ୍ଧିଂ ଲଭତେ ନରଃ ।
ସ୍ୱକର୍ମନିରତଃ ସିଦ୍ଧିଂ ଯଥା ବିନ୍ଦତି ତଚ୍ଛୃଣୁ ।।୪୫।।
ସ୍ୱେ-ନିଜ; ସ୍ୱେ-ନିଜର; କର୍ମଣି- କର୍ମରେ; ଅଭିରତଃ-ପାଳନ କରି; ସଂସିଦ୍ଧିଂ-ସିଦ୍ଧି; ଲଭତେ-ଲାଭକରେ; ନରଃ-ମାନବ; ସ୍ୱକର୍ମ-ନିଜ ପାଇଁ ଉଦ୍ଦିଷ୍ଟ କର୍ମରେ; ନିରତଃ-ନିଯୁକ୍ତ; ସିଦ୍ଧିଂ-ସିଦ୍ଧି; ଯଥା-ଯେପରି; ବିନ୍ଦତି-ପ୍ରାପ୍ତ ହୁଏ; ତତ୍-ତାହା; ଶୃଣୁ- ଶୁଣ ।
BG 18.45: ନିଜ ସହଜାତ ଗୁଣରୁ ଉତ୍ପନ୍ନ କର୍ତ୍ତବ୍ୟ ପାଳନ କରି ମନୁଷ୍ୟ ସିଦ୍ଧି ଲାଭ କରିଥାଏ । ନିଜ ନିଜର ବିହିତ କର୍ମ କରି ଜଣେ କିପରି ସିଦ୍ଧି ଲାଭ କରିଥାଏ, ଏବେ ତାହା ମୋ ଠାରୁ ଶୁଣ ।
ସ୍ୱେ ସ୍ୱେ କର୍ମଣ୍ୟଭିରତଃ ସଂସିଦ୍ଧିଂ ଲଭତେ ନରଃ ।
ସ୍ୱକର୍ମନିରତଃ ସିଦ୍ଧିଂ ଯଥା ବିନ୍ଦତି ତଚ୍ଛୃଣୁ ।।୪୫।।
ନିଜ ସହଜାତ ଗୁଣରୁ ଉତ୍ପନ୍ନ କର୍ତ୍ତବ୍ୟ ପାଳନ କରି ମନୁଷ୍ୟ ସିଦ୍ଧି ଲାଭ କରିଥାଏ । ନିଜ ନିଜର ବିହିତ କର୍ମ କରି ଜଣେ କିପରି ସିଦ୍ଧି …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଆମ୍ଭମାନଙ୍କର ସ୍ୱଭାବ ଏବଂ ଜୀବନର ସ୍ତର ଅନୁଯାୟୀ ଯେଉଁସବୁ କର୍ମ ଆମ ପାଇଁ ନିର୍ଦ୍ଧାରିତ କରାଯାଇ ଥାଏ, ତାହା ସ୍ୱ-ଧର୍ମ ଅଟେ । ସେଗୁଡ଼ିକୁ ସମ୍ପାଦନ କରିବା ଦ୍ୱାରା ଆମେ ନିଜ ଶରୀର ଓ ମନର ଅନ୍ତର୍ନିହିତ କ୍ଷମତାର ଉପଯୋଗ ଗଠନମୂଳକ ଓ ଲାଭଦାୟକ ଭାବରେ କରିଥାଏ । ଏହା ନିଜର ଶୁଦ୍ଧିକରଣ ଓ ବିକାଶ କରାଇଥାଏ ଏବଂ ନିଜ ପାଇଁ ତଥା ସମାଜ ପାଇଁ ମଙ୍ଗଳକାରୀ ହୋଇଥାଏ । ଏହି ସବୁ କର୍ମର ନିର୍ଦ୍ଧାରଣ ଆମ ସହଜାତ ସ୍ୱଭାବ ଅନୁସାରେ ହୋଇଥିବାରୁ, ଏହାର ନିର୍ବାହ କରିବାକୁ ଯାଇ ଆମେ ଆରାମ ଏବଂ ଅବିଚଳିତ ଅନୁଭବ କରିଥାଏ । ତାପରେ, ଆମର ଦକ୍ଷତା ବୃଦ୍ଧି ସହିତ, ଆମର ସ୍ୱ-ଧର୍ମ ମଧ୍ୟ ବଦଳି ଯାଏ ଏବଂ ଆମେ ପରବର୍ତ୍ତୀ ଉଚ୍ଚ ସୋପାନରେ ପଦାର୍ପଣ କରିଥାଏ । ଏହିପରି ଭାବରେ କର୍ତ୍ତବ୍ୟନିଷ୍ଠାର ସହିତ ଦାୟୀତ୍ୱ ନିର୍ବାହ କରି ଆମେ ଅଗ୍ରଗତି କରିଥାଏ ।