Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 18, Verse 49

ଅସକ୍ତବୁଦ୍ଧିଃ ସର୍ବତ୍ର ଜିତାତ୍ମା ବିଗତସ୍ପୃହଃ ।
ନୈଷ୍କର୍ମ୍ୟସିଦ୍ଧିଂ ପରମାଂ ସନ୍ନ୍ୟାସେନାଧିଗଚ୍ଛତି ।।୪୯।।

ଅସକ୍ତ-ବୁଦ୍ଧିଃ- ଅନାସକ୍ତ ବୁଦ୍ଧି; ସର୍ବତ୍ର-ସବୁଠାରେ; ଜିତ-ଆତ୍ମା- ଯିଏ ମନକୁ ବଶ କରିଥାଏ; ବିଗତସ୍କୃହଃ- ଭୌତିକ କାମନାରହିତ; ନୈଷ୍କର୍ମ୍ୟ ସିଦ୍ଧିଂ- ଅକର୍ମ ଅବସ୍ଥା; ପରମାଂ- ପରମ; ସନ୍ୟାସେନ-ସନ୍ୟାସାଶ୍ରମ ଦ୍ୱାରା; ଅଧିଗଚ୍ଛତି-ପ୍ରାପ୍ତ ହୁଏ ।

Translation

BG 18.49: ଯେଉଁମାନଙ୍କର ବୁଦ୍ଧି ପୂର୍ଣ୍ଣତଃ ନିର୍ଲିପ୍ତ, ଯେଉଁମାନେ ମନକୁ ବଶ କରିଥାନ୍ତି ଏବଂ ବୈରାଗ୍ୟର ଅଭ୍ୟାସ ଦ୍ୱାରା କାମନାମୁକ୍ତ ହୋଇଥାନ୍ତି ସେମାନେ କର୍ମରୁ ମୁକ୍ତ ହୋଇ ସର୍ବୋଚ୍ଚ ସିଦ୍ଧି ପ୍ରାପ୍ତ କରନ୍ତି ।

Commentary

ଏହି ଶେଷ ଅଧ୍ୟାୟରେ, ଶ୍ରୀକୃଷ୍ଣ ଅନେକ ସିଦ୍ଧାନ୍ତର ପୁନରାବୃତ୍ତି କରିଛନ୍ତି ଯାହା ପୂର୍ବରୁ ବର୍ଣ୍ଣିତ ହୋଇସାରିଛି । ଅଧ୍ୟାୟର ପ୍ରାରମ୍ଭରେ ସେ ଅର୍ଜୁନଙ୍କୁ ବୁଝାଇଛନ୍ତି, ଜୀବନରେ ନିଜ ଦାୟୀତ୍ୱରୁ ଓହରି ଯିବା ସନ୍ୟାସ ନୁହେଁ, କିମ୍ବା ଏହା ତ୍ୟାଗ ନୁହେଁ । ସେ ବର୍ତ୍ତମାନ ଅକର୍ମ ଅବସ୍ଥା ବା ନୈଷ୍କର୍ମ୍ୟ-ସିଦ୍ଧି  ବିଷୟରେ ବର୍ଣ୍ଣନା କରୁଛନ୍ତି । କେବଳ ଆମର କର୍ତ୍ତବ୍ୟ ଉପରେ ଦୃଷ୍ଟିନିବେଶ କରି, ଘଟଣା ଓ ତାର ଫଳାଫଳଠାରୁ ନିଜକୁ ଦୂରରେ ରଖି, ସଂସାର ପ୍ରବାହ ମଧ୍ୟରେ ଥାଇ ସୁଦ୍ଧା ଆମେ ଏହି ସ୍ଥିତିରେ ପହଞ୍ଚି ପାରିବା । ଏହା ପୋଲ ତଳେ ଜଳ ଗୋଟିଏ ପାଶ୍ୱର୍ରୁ ପ୍ରବେଶ କରି ଅନ୍ୟପାଶ୍ୱର୍ରେ ବାହାରି ଯିବା ସଦୃଶ ଅଟେ । ପୋଲ ଜଳକୁ ଗ୍ରହଣ କରେନାହିଁ କିମ୍ବା ଜଳର ବଣ୍ଟନ କରେନାହିଁ, ଏହା ଜଳପ୍ରବାହର ପ୍ରଭାବରୁ ମୁକ୍ତ ରହେ । ସେହିପରି କର୍ମଯୋଗୀମାନେ ତାଙ୍କର କର୍ମ କରିଥାନ୍ତି, କିନ୍ତୁ ମନକୁ ଘଟଣା ପ୍ରବାହଠାରୁ ମୁକ୍ତ ରଖିଥାନ୍ତି । ଭଗବାନଙ୍କର ଉପାସନା ଭାବରେ, ସେମାନେ ତାଙ୍କ କର୍ତ୍ତବ୍ୟ ପାଳନର ପୂର୍ଣ୍ଣ ଉଦ୍ୟମରେ ଅବହେଳା କରନ୍ତି ନାହିଁ । ସେମାନେ କର୍ମର ଫଳାଫଳକୁ ଭଗବାନଙ୍କ ହସ୍ତରେ ନ୍ୟସ୍ତ କରନ୍ତି ଏବଂ ଏହିପରି ଭାବରେ ଯାହା ଘଟିଲେ ମଧ୍ୟ ସନ୍ତୁଷ୍ଟ ଏବଂ ଅବିଚଳିତ ରହନ୍ତି ।

ଗୋଟିଏ ଛୋଟ କାହାଣୀ ସାହାଯ୍ୟରେ ଏହାକୁ ଅଧିକ ସ୍ପଷ୍ଟ କରାଯାଇ ପାରେ । ଜଣେ ବ୍ୟକ୍ତିଙ୍କର ଦୁଇଟି କନ୍ୟା ଥିଲେ । ପ୍ରଥମଟି ଜଣେ କୃଷକଙ୍କୁ ଏବଂ ଦ୍ୱିତୀୟଟି ଜଣେ ଇଟାଭାଟି ମାଲିକଙ୍କୁ ବିବାହ କଲେ । ଦିନେ ପିତା ତାଙ୍କର ପ୍ରଥମ କନ୍ୟାକୁ ଫୋନ କରି ଶୁଭାଶୁଭ ଜିଜ୍ଞାସା କଲେ । କନ୍ୟାଜଣକ ଉତ୍ତର ଦେଲେ “ବାପା, ଆମେ ଆର୍ଥିକ କଷ୍ଟ ଭୋଗ କରୁଛୁ । ଦୟାକରି ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଯେପରି ଆସନ୍ତା ମାସଗୁଡ଼ିକରେ ପର୍ଯ୍ୟାପ୍ତ ବୃଷ୍ଟି ହେବ ।” ସେ ତା’ପରେ ଦ୍ୱିତୀୟ ଝିଅଟିକୁ ଫୋନ କଲେ ଏବଂ ସେ ବାପାଙ୍କୁ ଅନୁରୋଧ କଲା, “ବାପା, ଆମେ ଆର୍ଥିକ ଦୃଷ୍ଟିରୁ ଅଭାବଗ୍ରସ୍ତ । ଦୟାକରି ଭଗବାନଙ୍କୁ ଅନୁରୋଧ କରନ୍ତୁ ଏ ବର୍ଷ ବୃଷ୍ଟି କରନ୍ତୁ ନାହିଁ, ଯେପରି ଯଥେଷ୍ଟ ଖରା ପଡ଼ିବ ଏବଂ ଅଧିକ ଇଟା ତିଆରି ହୋଇପାରିବ ।” ପିତା ଜଣକ ଉଭୟ କନ୍ୟାଙ୍କ ଠାରୁ ବିପରୀତ ଅନୁରୋଧ ଶୁଣିଲେ ଏବଂ ଚିନ୍ତାକଲେ, “ଭଗବାନ ହିଁ ଜାଣନ୍ତି କ’ଣ ଭଲ ଅଟେ ।  ତାଙ୍କୁ ଯାହା ଭଲ ଲାଗୁଛି ସେ କରନ୍ତୁ ।” ଏହିପରି ଭଗବାନଙ୍କ ଇଚ୍ଛାକୁ ଗ୍ରହଣ କରିବା ଦ୍ୱାରା ସାଂସାରିକ ଘଟଣାର ନିରବଚ୍ଛିନ୍ନ ସ୍ରୋତରେ ବୁଡ଼ି ରହି ସୁଦ୍ଧା, ବ୍ୟକ୍ତି କର୍ମଫଳ ପ୍ରତି ଅନାସକ୍ତ ରହିଥାଏ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!