Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 18, Verse 50

ସିଦ୍ଧିଂ ପ୍ରାପ୍ତୋ ଯଥା ବ୍ରହ୍ମ ତଥାପ୍ନୋତି ନିବୋଧ ମେ ।
ସମାସେନୈବ କୌନ୍ତେୟ ନିଷ୍ଠା ଜ୍ଞାନସ୍ୟ ଯା ପରା ।।୫୦।।

ସିଦ୍ଧିଂ-ପରିପୂର୍ଣ୍ଣତା; ପ୍ରାପ୍ତଃ-ପ୍ରାପ୍ତ ହୋଇ ; ଯଥା-ଯେପରି; ବ୍ରହ୍ମ -ବ୍ରହ୍ମ; ତଥା-ସେହିପରି; ଆପ୍ନୋତି-ପ୍ରାପ୍ତ ହୁଏ; ନିବୋଧ-ବୁଝିବାକୁ ଚେଷ୍ଟା କର; ମେ-ମୋ’ଠାରୁ; ସମାସେନ-ସଂକ୍ଷେପରେ; ଏବ-ନିଶ୍ଚିତଭାବେ; କୌନ୍ତେୟ- ହେ କୁନ୍ତୀ ପୁତ୍ର; ନିଷ୍ଠା-ଐକାନ୍ତିକ ଭାବ; ଜ୍ଞାନସ୍ୟ -ଜ୍ଞାନର; ଯା -ଯାହା; ପରା -ଦିବ୍ୟ ।

Translation

BG 18.50: ହେ ଅର୍ଜୁନ ! ମୁଁ ଏବେ ସଂକ୍ଷେପରେ ବର୍ଣ୍ଣନା କରିବାକୁ ଯାଉଛି କିପରି ଜଣେ ସିଦ୍ଧି ପ୍ରାପ୍ତ (କର୍ମରୁ ବିରତି) କରିଥିବା ବ୍ୟକ୍ତି, ତାଙ୍କର ଅଲୌକିକ ଜ୍ଞାନରେ ଦୃଢ଼ ନିଶ୍ଚୟ ରହି ବ୍ରହ୍ମଙ୍କୁ ପ୍ରାପ୍ତ କରିପାରନ୍ତି, ତାହା ତୁମେ ଶ୍ରବଣ କର ।

Commentary

କୌଣସି ବିଷୟର ଶାବ୍ଦିକ ଜ୍ଞାନ ତାହାର ବ୍ୟବହାରିକ ଅନୁଭବ ଠାରୁ ଭିନ୍ନ ଅଟେ । ଏପରି କୁହାଯାଏ ଯେ, ଉତ୍ତମ ବିଚାର ଅତ୍ୟନ୍ତ ମୂଲ୍ୟବାନ ଅଟେ, କିନ୍ତୁ କାର୍ଯ୍ୟରେ ନ ଲଗାଇଲେ ତାର ମୂଲ୍ୟ ପଇସାକର ଅଟେ । ଶ୍ରୋତ୍ରିୟ ପଣ୍ଡିତଙ୍କ ମୁଣ୍ଡରେ ସବୁ ଶାସ୍ତ୍ରର ଜ୍ଞାନ ଥାଇପାରେ, କିନ୍ତୁ  ସେମାନଙ୍କର ଉପଲବ୍‌ଧି ନ ଥାଏ । ଅନ୍ୟପକ୍ଷରେ, କର୍ମଯୋଗୀମାନେ ଦିବାରାତ୍ରୀ ଶାସ୍ତ୍ରଗୁଡ଼ିକର ସତ୍ୟକୁ ଉପଲବ୍ôଧ କରିବା ପାଇର୍ ଅଭ୍ୟାସ କରିଥାନ୍ତି । ନିରବଚ୍ଛିନ୍ନ ଭାବରେ କର୍ମଯୋଗରେ ନିୟୋଜିତ ରହିବାର ପରିଣାମ ସ୍ୱରୂପ ସେହି ଆଧ୍ୟାତ୍ମିକ ଜ୍ଞାନର ଉପଲବ୍‌ଧି ହୋଇଥାଏ । ତାପରେ ଯେତେବେଳେ ବ୍ୟକ୍ତି କର୍ମଯୋଗରେ ପରିପୂର୍ଣ୍ଣତା ପ୍ରାପ୍ତ କରି ନୈଷ୍କର୍ମ୍ୟ-ସିଦ୍ଧି ବା ଅକର୍ମ ଅବସ୍ଥାରେ ଉପନୀତ ହୋଇଯାଏ, ସେହି ଦିବ୍ୟ ଜ୍ଞାନ ଅନୁଭବାତ୍ମକ ହୋଇଥାଏ । ସେହି ଜ୍ଞାନରେ ସ୍ଥିତ ହୋଇ କର୍ମଯୋଗୀମାନେ ଭଗବତ୍ ପ୍ରାପ୍ତିରୂପକ ସର୍ବୋଚ୍ଚ ସିଦ୍ଧି ହାସଲ କରନ୍ତି । ଏହା କିପରି ହୋଇଥାଏ, ଶ୍ରୀକୃଷ୍ଣ ପରବର୍ତ୍ତୀ କେତେଗୋଟି ଶ୍ଳୋକରେ ତାହା ବର୍ଣ୍ଣନା କରିଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!