Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 18, Verse 51-53

ବୁଦ୍ଧ୍ୟା ବିଶୁଦ୍ଧୟା ଯୁକ୍ତୋ ଧୃତ୍ୟାତ୍ମାନଂ ନିୟମ୍ୟ ଚ ।
ଶବ୍ଦାଦୀନ୍ ବିଷୟାଂସ୍ତ୍ୟକ୍ତ୍ୱା ରାଗଦ୍ୱେଷୌ ବ୍ୟୁଦସ୍ୟ ଚ ।।୫୧।।
ବିବିକ୍ତସେବୀ ଲଘ୍ୱାଶୀ ଯତବାକ୍କାୟମାନସଃ ।
ଧ୍ୟାନଯୋଗପରୋ ନିତ୍ୟଂ ବୈରାଗ୍ୟଂ ସମୁପାଶ୍ରିତଃ ।।୫୨।।
ଅହଙ୍କାରଂ ବଳଂ ଦର୍ପଂ କାମଂ କ୍ରୋଧଂ ପରିଗ୍ରହମ୍ ।
ବିମୁଚ୍ୟ ନିର୍ମମଃ ଶାନ୍ତୋ ବ୍ରହ୍ମଭୂୟାୟ କଳ୍ପତେ ।।୫୩।।

ବୁଦ୍ଧ୍ୟା-ବୁଦ୍ଧି; ବିଶୁଦ୍ଧୟା- ପୂର୍ଣ୍ଣବିଶୁଦ୍ଧ; ଯୁକ୍ତଃ-ଯୁକ୍ତ; ଧୃତ୍ୟା-ନିଷ୍ଠା; ଆତ୍ମାନଂ-ବୁଦ୍ଧି; ନିୟମ୍ୟ-ସଂଯତ କରି; ଚ-ଏବଂ; ଶବ୍ଦଦୀନ୍‌-ବିଷୟାନ୍ -ଶବ୍ଦ ଆଦି ଇନ୍ଦ୍ରିୟ ବିଷୟ; ତ୍ୟକ୍ତ୍ୱା-ତ୍ୟାଗ କରି; ରାଗ-ଦ୍ୱେଷୌ -ଆସକ୍ତି ଏବଂ ଘୃଣା; ବ୍ୟୁଦସ୍ୟ- ତ୍ୟାଗ କରି; ଚ- ଏବଂ; ବିବିକ୍ତସେବୀ- ଏକାନ୍ତ ସ୍ଥାନରେ ବାସକରି; ଲଘୁ-ଆଶୀ -ଅଳ୍ପ ଆହାର କରି; ଯତବାକ୍‌-ବାକ୍ ଇନ୍ଦ୍ରିୟ ସଂଯମ; କାୟ-ଶରୀର; ମାନସଃ-ମନ ସଂଯମ; ଧ୍ୟାନଯୋଗ ପରଃ-ସର୍ବଦା ଧ୍ୟାନସ୍ଥ; ନିତ୍ୟଂ-ସର୍ବଦା; ବୈରାଗ୍ୟଂ-ବୈରାଗ୍ୟ; ସମୁପାଶ୍ରିତଃ- ଆଶ୍ରୟ କରି ; ଅହଙ୍କାରଂ-ଅହଙ୍କାର; ବଳଂ-ହିଂସା; ଦର୍ପଂ-ମିଥ୍ୟାଗର୍ବ; କାମଂ-କାମପିପାସା; କ୍ରୋଧଂ-କ୍ରୋଧ; ପରିଗ୍ରହଂ-ସ୍ୱାର୍ଥପରତା; ବିମୁଚ୍ୟ- ମୁକ୍ତ ହୋଇ; ନିର୍ମମଃ- ମମତାଶୂନ୍ୟ; ଶାନ୍ତଃ-ଶାନ୍ତ; ବ୍ରହ୍ମଭୂୟାୟ-ବ୍ରହ୍ମ ପ୍ରାପ୍ତି ନିମନ୍ତେ; କଳ୍ପତେ- ଯୋଗ୍ୟ ।

Translation

BG 18.51-53: ବ୍ରହ୍ମ ପ୍ରାପ୍ତି କରିବା ପାଇଁ ଜଣେ ବ୍ୟକ୍ତି ସେତେବେଳେ ଯୋଗ୍ୟ ହୁଅନ୍ତି, ଯେତେବେଳେ ସେ ବିଶୁଦ୍ଧ ବୁଦ୍ଧିଯୁକ୍ତ ହୋଇ, ଶବ୍ଦ ଓ ଅନ୍ୟାନ୍ୟ ଇନ୍ଦ୍ରିୟ ଭୋଗ ବସ୍ତୁଗୁଡ଼ିକର ଦୂରରେ ରହନ୍ତି ତଥା ଆସକ୍ତି ଓ ବିରକ୍ତି ପରିତ୍ୟାଗ କରିଥାନ୍ତି । ଏପରି ବ୍ୟକ୍ତି ଏକାନ୍ତ ପସନ୍ଦ କରନ୍ତି, ସ୍ୱଳ୍ପାହାରୀ ହୋଇ, ଶରୀର, ମନ ଓ ବାଣୀକୁ ସଂଯମ କରି ସର୍ବଦା ଧ୍ୟାନସ୍ଥ ରହନ୍ତି ତଥା ବୈରାଗ୍ୟ ଭାବର ଅଭ୍ୟାସ କରନ୍ତି । ଅହଂକାର, ହିଂସା, ଦର୍ପ, କାମନା, ସମ୍ପତ୍ତି ସଂଗ୍ରହ ଏବଂ ସ୍ୱାର୍ଥପରତାରୁ ମୁକ୍ତ ହୋଇଥିବା ବ୍ୟକ୍ତି ପ୍ରଶାନ୍ତ ଚିତ୍ତରେ ବ୍ରହ୍ମଙ୍କ ସହିତ ମିଳିତ ହେବାପାଇଁ (ଅର୍ଥାତ୍ ପରମ ସତ୍ୟକୁ ବ୍ରହ୍ମ ଭାବରେ ଅନୁଭବ କରିବା) ଯୋଗ୍ୟ ହୋଇଥାନ୍ତି ।

Commentary

ଶ୍ରୀକୃଷ୍ଣ ଏଠାରେ ବୁଝାଇଛନ୍ତି କିପରି ଭାବରେ ସଠିକ ଚେତନାରେ କର୍ତ୍ତବ୍ୟ ପାଳନ କରି ଆମେ ସିଦ୍ଧି ପ୍ରାପ୍ତ କରିପାରିବା । ସେ ବର୍ତ୍ତମାନ ସେହି ସବୁ ପ୍ରଶଂସନୀୟ ଗୁଣମାନଙ୍କର ବର୍ଣ୍ଣନା କରିବାକୁ ଯାଉଛନ୍ତି, ଯାହା ବ୍ରହ୍ମାନୁଭୂତି ପାଇଁ ଆବଶ୍ୟକ ଅଟେ । ସେ କହୁଛନ୍ତି, ସେହି ସିଦ୍ଧାବସ୍ଥାରେ ଆମଠାରେ ଦିବ୍ୟ ଜ୍ଞାନରେ ସ୍ଥିତ ବିଶୁଦ୍ଧ ବୁଦ୍ଧି ବିକଶିତ ହୋଇଥାଏ । ମନକୁ ରାଗ-ଦ୍ୱେଷରୁ ମୁକ୍ତ ହୋଇ ସଂଯମକୁ ପ୍ରାପ୍ତ ହୋଇଥାଏ । ଇନ୍ଦ୍ରିୟମାନେ ସଂଯମିତ ହେବା ସହିତ, ଶରୀର ଓ ବାଣୀର ଆବେଗକୁ ଦୃଢତାପୂର୍ବକ ଶୃଙ୍ଖଳିତ କରାଯାଇ ଥାଏ । ଖାଇବା, ଶୋଇବା ଆଦି ଶାରୀରିକ କର୍ମର ବୁଦ୍ଧିମତ୍ତାର ସହ ସନ୍ତୁଳନ ରକ୍ଷା କରାଯାଏ । ଏହିପରି ଯୋଗୀ ଗଭୀର ଭାବେ ଧ୍ୟାନସ୍ଥ ହୋଇଥାନ୍ତି,  ତେଣୁ ଏକାନ୍ତ ପସନ୍ଦ କରନ୍ତି । ଅହଂକାର ଏବଂ ତା’ର କ୍ଷମତା ଓ ସମ୍ମାନର ଲାଳସା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଏ । ଦିବ୍ୟ ଚେତନାରେ ନିରନ୍ତର ମନକୁ ଏକୀକୃତ କରି, ଜଣେ ଯୋଗୀ ସ୍ଥିର ଚିତ୍ତ ହୋଇ କାମ, କ୍ରୋଧ ଏବଂ ଲୋଭରୁ ମୁକ୍ତ ହୁଅନ୍ତି । ଏହିପରି ଯୋଗୀମାନେ ପରମ ସତ୍ୟକୁ ବ୍ରହ୍ମ ଭାବରେ ଅନୁଭବ କରନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!