ଏତାନ୍ୟପି ତୁ କର୍ମାଣି ସଙ୍ଗଂ ତ୍ୟକ୍ତ୍ୱା ଫଳାନି ଚ ।
କର୍ତବ୍ୟାନୀତି ମେ ପାର୍ଥ ନିଶ୍ଚିତଂ ମତମୁତ୍ତମମ୍ ।।୬।।
ଏତାନି -ଏସବୁ; ଅପି ତୁ -ନିଶ୍ଚିତଭାବେ; କର୍ମାଣି -କର୍ମସବୁ; ସଙ୍ଗଂ-ଆସକ୍ତି; ତ୍ୟକ୍ତ୍ୱା-ତ୍ୟାଗ କରି; ଫଳାନି-ଫଳସବୁ; ଚ-ଏବଂ; କର୍ତ୍ତବ୍ୟାନି-କର୍ତ୍ତବ୍ୟ ଭାବରେ; ଇତି-ଏହିପରି; ମେ-ମୋର; ପାର୍ଥ- ହେ ପୃଥାପୁତ୍ର; ନିଶ୍ଚିତଂ-ନିଶ୍ଚିତ; ମତଂ-ମତ; ଉତ୍ତମମ୍-ଉତ୍ତମ ।
BG 18.6: ଏହିସବୁ କର୍ମ ଆସକ୍ତିରହିତ ହୋଇ ଏବଂ ଫଳ ପ୍ରତି ଆଶା ନ ରଖି କରାଯିବା ଉଚିତ । ହେ ଅର୍ଜୁନ ! ଏହା ମୋର ସ୍ପଷ୍ଟ ଏବଂ ଚରମ ମତ ଅଟେ ।
ଏତାନ୍ୟପି ତୁ କର୍ମାଣି ସଙ୍ଗଂ ତ୍ୟକ୍ତ୍ୱା ଫଳାନି ଚ ।
କର୍ତବ୍ୟାନୀତି ମେ ପାର୍ଥ ନିଶ୍ଚିତଂ ମତମୁତ୍ତମମ୍ ।।୬।।
ଏହିସବୁ କର୍ମ ଆସକ୍ତିରହିତ ହୋଇ ଏବଂ ଫଳ ପ୍ରତି ଆଶା ନ ରଖି କରାଯିବା ଉଚିତ । ହେ ଅର୍ଜୁନ ! ଏହା ମୋର ସ୍ପଷ୍ଟ ଏବଂ …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଯଜ୍ଞ, ଦାନ ଏବଂ ତପସ୍ୟା; ଭଗବାନଙ୍କ ପ୍ରତି ଭକ୍ତି ଭାବନାରେ କରାଯିବା ଉଚିତ । ଏହି ଚେତନାରେ ଉପନୀତ ହୋଇ ନ ଥିଲେ, ଏହାକୁ ଏକ କର୍ତ୍ତବ୍ୟ ଭାବରେ ପ୍ରତିଫଳର ଆଶା ନ ରଖି କରାଯିବା ଉଚିତ । ଜଣେ ମା’ ତା’ର ସନ୍ତାନ ପ୍ରତି କର୍ତ୍ତବ୍ୟ କରିବାକୁ ଯାଇ ନିଜସ୍ୱ ଆନନ୍ଦ ତ୍ୟାଗ କରିଥାଏ । ଛୁଆଟିକୁ ସ୍ତନପାନ କରାଇ ସେ ତା’ର ପ୍ରତିପୋଷଣ କରିଥାଏ । ତଦ୍ୱାରା ସେ ନିଜେ କିଛି ହରାଇ ନ ଥାଏ, ବରଂ ମାତୃତ୍ୱକୁ ଚରିତାର୍ଥ କରିଥାଏ । ସେହିପରି, ଗାଈଟିଏ ଦିନସାରା ପଡ଼ିଆରେ ଘାସ ଚରେ, କିନ୍ତୁ ପହ୍ନାରେ ତା ବାଛୁରୀ ପାଇଁ କ୍ଷୀର ଭରିଦିଏ । ତାର କର୍ତ୍ତବ୍ୟ ପାଳନ ଦ୍ୱାରା ଗାଈଟି ଛୋଟ ହୋଇ ଯାଏ ନାହିଁ, ବରଂ ଲୋକେ ତାକୁ ଅଧିକ ସମ୍ମାନ ଦେଇଥାନ୍ତି । ଏହିସବୁ କାର୍ଯ୍ୟ ଯେହେତୁ ନିଃସ୍ୱାର୍ଥପର ଭାବରେ କରାଯାଇଥାଏ, ଏଗୁଡ଼ିକୁ ପବିତ୍ର ମନେ କରାଯାଏ । ଏହି ଶ୍ଳୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ବିଜ୍ଞ ବ୍ୟକ୍ତିମାନେ ଏହିସବୁ ପବିତ୍ର ଓ କଲ୍ୟାଣକାରୀ କର୍ମ ନିଃସ୍ୱାର୍ଥପର ମନୋଭାବରେ କରିବା ଉଚିତ । ପରବର୍ତ୍ତୀ ତିନୋଟି ଶ୍ଳୋକରେ ସେ ତିନି ପ୍ରକାରର ତ୍ୟାଗ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।