Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 18, Verse 65

ମନ୍ମନା ଭବ ମଦ୍ଭକ୍ତୋ ମଦ୍ଦ୍ୟ।।ଜୀ ମାଂ ନମସ୍କୁରୁ ।
ମାମେବୈଷ୍ୟସି ସତ୍ୟଂ ତେ ପ୍ରତିଜାନେ ପ୍ରିୟୋଽସି ମେ ।।୬୫।।

ମତ୍ ମନାଃ- ମୋର ସ୍ମରଣ କର; ଭବ-ହୁଅ; ମତ୍‌-ଭକ୍ତଃ-ମୋର ଭକ୍ତ; ମତ୍‌-ୟାଜୀ-ମୋର ଉପାସନା କର; ମାଂ -ମୋତେ; ନମସ୍କୁରୁ-ପ୍ରଣାମ କର; ମାଂ-ମୋତେ; ଏବ-ନିଶ୍ଚିତଭାବେ; ଏଷ୍ୟସି-ତୁମେ ଆସିବ; ସତ୍ୟଂ-ପ୍ରକୃତରେ; ତେ-ତୁମକୁ; ପ୍ରତିଜାନେ-ମୁଁ ପ୍ରତିଜ୍ଞା କରୁଛି; ପ୍ରିୟଃ-ପ୍ରିୟ; ଅସି-ଅଟ; ମେ-ମୋର ।

Translation

BG 18.65: ସର୍ବଦା ମୋର ସ୍ମରଣ କର, ମୋର ଭକ୍ତି କର, ମୋର ଉପାସନା କର ଏବଂ ମୋତେ ପ୍ରଣାମ କର । ଏହିପରି କରିବା ଦ୍ୱାରା ତୁମେ ନିଶ୍ଚିତ ଭାବରେ ମୋ ପାଖକୁ ଆସିବ । ଏହା ମୋର ପ୍ରତିଜ୍ଞା ଅଟେ, କାରଣ ତୁମେ ମୋର ଅତି ପ୍ରିୟ ଅଟ ।

Commentary

ଶ୍ରୀକୃଷ୍ଣ ନବମ ଅଧ୍ୟାୟରେ ଅର୍ଜୁନଙ୍କୁ ଗୁଢ଼ତମ ଜ୍ଞାନ ପ୍ରଦାନ କରିବାକୁ ପ୍ରତିଜ୍ଞା କରିଥିଲେ ଏବଂ ଭକ୍ତିର ମହିମା ଗାନ କରିଥିଲେ । ଏଠାରେ ସେ ଶ୍ଳୋକ ୯.୩୪ର ପ୍ରଥମ ଧାଡ଼ିକୁ ପୁନରାବୃତ୍ତି କରି, ସେ ତାଙ୍କୁ ଭକ୍ତି କରିବାକୁ କହୁଛନ୍ତି । ଶ୍ରୀକୃଷ୍ଣଙ୍କ ପ୍ରତି ହୃଦୟରେ ଗଭୀର ପ୍ରେମ ବିକଶିତ କରି ଏବଂ ଅନନ୍ୟ ଭକ୍ତି ସହ ମନକୁ ତାଙ୍କଠାରେ ନିମଗ୍ନ କରି, ଅର୍ଜୁନ ନିଜର ଚରମ ଲକ୍ଷ୍ୟ ପ୍ରାପ୍ତ କରିବା ସୁନିଶ୍ଚିତ । ଭକ୍ତିରେ ପୂର୍ଣ୍ଣତଃ ନିମଗ୍ନ ଏପରି ଏକ ଆଦର୍ଶ ଉଦାହରଣ ହେଉଛନ୍ତି ରାଜା ଅମ୍ବରିଶ । ଶ୍ରୀମଦ୍ ଭାଗବତମ୍ ବର୍ଣ୍ଣନା କରେ:

ସ ବୈ ମନଃ କୃଷ୍ଣ-ପଦାରବିନ୍ଦୟୋର୍ ବଚାଂସି ବୈକୁଣ୍ଠ-ଗୁଣାନୁବର୍ଣ୍ଣନେ
କରୌ ହରେର୍ ମନ୍ଦିର-ମାର୍ଜନାଦିଷୁ ଶ୍ରୁତିଂ ଚକାରାଚ୍ୟୁତ-ସତ୍‌-କଥୋଦୟେ
ମୁକୁନ୍ଦ-ଲିଙ୍ଗାଳୟ-ଦର୍ଶନେ ଦୃଶୌ ତଦ୍‌-ଭୃତ୍ୟ-ଗାତ୍ର-ସ୍ପର୍ଶେଽଙ୍ଗ-ସଂଗମମ୍‌
ଘ୍ରାଣଂ ଚ ତତ୍‌-ପାଦ-ସରୋଜ-ସୌରଭେ ଶ୍ରୀମତ୍‌-ତୁଲସ୍ୟା ରସନାଂ ତଦ୍ ଅର୍ପିତେ
ପାଦୌ ହରେଃ କ୍ଷେତ୍ର-ପଦାନୁସର୍ପଣେ ଶିରୋ ହୃଷୀକେଶ-ପଦାଭିବନ୍ଦନେ
କାମଂ ଚ ଦାସ୍ୟେ ନ ତୁ କାମ-କାମ୍ୟୟା ଯଥୋତ୍ତମଶ୍ଳୋକ-ଜନାଶ୍ରୟା ରତିଃ (୯.୪.୧୮-୨୦)

“ଶ୍ରୀକୃଷ୍ଣଙ୍କ ପଦାରବିନ୍ଦରେ ଅମ୍ବରିଶ ତାଙ୍କ ମନକୁ ନିମଗ୍ନ ରଖୁଥିଲେ, ବାଣୀରେ ସେ ଶ୍ରୀକୃଷ୍ଣଙ୍କର ଯଶଗାନ କରୁଥିଲେ, ହସ୍ତରେ ମନ୍ଦିର ମାର୍ଜନା କରୁଥିଲେ, କର୍ଣ୍ଣଦ୍ୱାରା ପ୍ରଭୁଙ୍କର ଦିବ୍ୟ ଲୀଳା ଶ୍ରବଣ କରୁଥିଲେ । ସେ ତାଙ୍କ ଚକ୍ଷୁରେ ଭଗବାନଙ୍କର ବିଗ୍ରହ ଦର୍ଶନ କରୁଥିଲେ, ତାଙ୍କ ଅଙ୍ଗ ଦ୍ୱାରା ଭକ୍ତମାନଙ୍କର ଶରୀର ସ୍ପର୍ଶ କରୁଥିଲେ, ତାଙ୍କ ନାସିକା ଭଗବାନଙ୍କ ଚରଣରେ ଅର୍ପିତ ତୁଳସୀର ସୁଗନ୍ଧ ଆଘ୍ରାଣ କରୁଥିଲା ଏବଂ ତାଙ୍କ ଜିହ୍ୱା ଭଗବାନଙ୍କ ପ୍ରସାଦ ସେବନ କରୁଥିଲା । ସେ ତାଙ୍କର ପାଦକୁ ପବିତ୍ର ତୀର୍ଥଯାତ୍ରା ସକାଶେ ବ୍ୟବହାର କରୁଥିଲେ ଏବଂ ତାଙ୍କ ମସ୍ତକ ଭଗବାନଙ୍କୁ ପ୍ରଣତି ଜଣାଉଥିଲା । ସେ ପୁଷ୍ପମାଲ୍ୟ, ଚନ୍ଦନ ଆଦି ସମସ୍ତ ସାମଗ୍ରୀ ଭଗବାନଙ୍କ ସେବାରେ ଅର୍ପଣ କରୁଥିଲେ । ଏହି ସମସ୍ତ କ୍ରିୟା ସେ ନିଜ ସ୍ୱାର୍ଥ ପୂରଣ ଉଦ୍ଦେଶ୍ୟରେ ନ କରି, ନିଜର ଶୁଦ୍ଧିକରଣ ଦ୍ୱାରା ଭଗବାନଙ୍କର ନିଷ୍କାମ ପ୍ରେମ ପ୍ରାପ୍ତ କରିବା ଉଦ୍ଦେଶ୍ୟରେ କରୁଥିଲେ ।”

ହୃଦୟର ସହିତ ନିଜକୁ ପୂର୍ଣ୍ଣତଃ ଭଗବାନଙ୍କ ଭକ୍ତିରେ ନିୟୋଜିତ କରିବାର ନିର୍ଦ୍ଦେଶ ହିଁ ସମସ୍ତ ଶାସ୍ତ୍ରମାନଙ୍କର ସାରତତ୍ତ୍ୱ ଏବଂ ସମସ୍ତ ଜ୍ଞାନର ସାରମର୍ମ ଅଟେ । କିନ୍ତୁ ଏହା ଶ୍ରୀକୃଷ୍ଣ ପ୍ରଦାନ କରିଥିବା ଗୁଢ଼ତମ ଜ୍ଞାନ ନୁହେଁ, କାରଣ ପୂର୍ବରୁ ସେ ଏହା କହି ସାରିଛନ୍ତି । ବର୍ତ୍ତମାନ ପରବର୍ତ୍ତୀ ଶ୍ଳୋକରେ ସେ ସେହି ଗୁହ୍ୟତମ ଜ୍ଞାନ ପ୍ରକାଶ କରୁଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!