ଇଦଂ ତେ ନାତପସ୍କାୟ ନାଭକ୍ତାୟ କଦାଚନ ।
ନ ଚାଶୁଶ୍ରୂଷବେ ବାଚ୍ୟଂ ନ ଚ ମାଂ ଯୋଽଭ୍ୟସୂୟତି ।।୬୭।।
ଇଦଂ-ଏହା; ତେ-ତୁମ ଦ୍ୱାରା; ନ-ନୁହେଁ; ଅତପସ୍କାୟ-ଯିଏ ତପସ୍ୱୀ ନୁହେଁ; ନ-ନୁହେଁ; ଅଭକ୍ତାୟ- ଯିଏ ଭକ୍ତ ନୁହେଁ; କଦାଚନ-କଦାପି; ନ-ନୁହେଁ; ଚ-ମଧ୍ୟ; ଅଶୁଶ୍ରୂଷବେ- ଯିଏ ଶୁଣିବାକୁ ଆଗ୍ରହୀ ନୁହେଁ; ବାଚ୍ୟଂ-କହିବା ଉଚିତ୍; ନ-ନୁହେଁ; ଚ-ମଧ୍ୟ; ମାଂ-ମୋତେ; ଯଃ-ଯିଏ; ଅଭ୍ୟସୂୟତି- ଈର୍ଷାକରେ ।
BG 18.67: ଏହିସବୁ ନିର୍ଦ୍ଦେଶ ଯିଏ ତପସ୍ୱୀ ନୁହଁନ୍ତି ଏବଂ ଯିଏ ଭକ୍ତ ନୁହଁନ୍ତି, ସେମାନଙ୍କୁ ଦେବା ଉଚିତ୍ ନୁହେଁ । ଯେଉଁମାନେ ଶୁଣିବାକୁ (ଆଧ୍ୟାତ୍ମିକ ବିଷୟ) ଅନିଚ୍ଛୁକ, ସେପରି ବ୍ୟକ୍ତିଙ୍କୁ ମଧ୍ୟ ଏହା କହିବା ଉଚିତ ନୁହେଁ, ବିଶେଷ କରି ଯେଉଁମାନେ ମୋତେ ଈର୍ଷା କରନ୍ତି ।
ଇଦଂ ତେ ନାତପସ୍କାୟ ନାଭକ୍ତାୟ କଦାଚନ ।
ନ ଚାଶୁଶ୍ରୂଷବେ ବାଚ୍ୟଂ ନ ଚ ମାଂ ଯୋଽଭ୍ୟସୂୟତି ।।୬୭।।
ଏହିସବୁ ନିର୍ଦ୍ଦେଶ ଯିଏ ତପସ୍ୱୀ ନୁହଁନ୍ତି ଏବଂ ଯିଏ ଭକ୍ତ ନୁହଁନ୍ତି, ସେମାନଙ୍କୁ ଦେବା ଉଚିତ୍ ନୁହେଁ । ଯେଉଁମାନେ ଶୁଣିବାକୁ (ଆଧ୍ୟାତ୍ମିକ ବିଷୟ) ଅନିଚ୍ଛୁକ, ସେପରି …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ପୂର୍ବବର୍ତ୍ତୀ ଶ୍ଳୋକରେ ଆଲୋଚନା କରାଯାଇଥିଲା, ଯେଉଁମାନେ ଭଗବାନଙ୍କର ପ୍ରେମ ଭକ୍ତି କରନ୍ତି, ସାଂସାରିକ କର୍ମ ତ୍ୟାଗ କଲେ ମଧ୍ୟ ତାଙ୍କୁ ପାପ ସ୍ପର୍ଶ କରେନାହିଁ, କିନ୍ତୁ ଏହି ଉପଦେଶରେ ଗୋଟିଏ ଅସୁବିଧା ଅଛି । ଯଦି ଆମେ ଭଗବତ୍ ପ୍ରେମରେ ପୂର୍ଣ୍ଣତଃ ସ୍ଥିତ ହେବା ପୂର୍ବରୁ ସାଂସାରିକ କର୍ମ ତ୍ୟାଗ କରିଦେବା, ତେବେ ଆମେ କୌଣସି କୁଳର ହେବା ନାହିଁ । ତେଣୁ କେବଳ ଅଧିକାରୀ ବ୍ୟକ୍ତିଙ୍କ ପାଇଁ ହିଁ କର୍ମ ସନ୍ୟାସ ପ୍ରଯୁଜ୍ୟ । ଆମେ କେଉଁ ମାର୍ଗର ଅଧିକାରୀ ତାହା ଗୁରୁ ହିଁ ନିର୍ଣ୍ଣୟ କରିବେ, କାରଣ ସେ ଆମର ଯୋଗ୍ୟତା ଏବଂ ମାର୍ଗର କଠିନତା ବିଷୟରେ ଅବଗତ ଥାଆନ୍ତି । ଯଦି ଜଣେ ଛାତ୍ର ସ୍ନାତକ ଉପାଧି ଚାହେଁ, ସେ ସିଧାସଳଖ ସ୍ନାତକ ଉପାଧି ପ୍ରଦାନ ଉତ୍ସବରେ ଯୋଗ ଦେଇପାରିବ ନାହିଁ । ତାକୁ ପ୍ରଥମ ଶ୍ରେଣୀରୁ କ୍ରମାନ୍ୱୟରେ ଶିକ୍ଷା ଆରମ୍ଭ କରିବାକୁ ପଡ଼ିବ । ସେହିପରି, ଅଧିକାଂଶ ବ୍ୟକ୍ତି କର୍ମଯୋଗ ପାଇଁ ଯୋଗ୍ୟ ଅଟନ୍ତି । ସମୟ ପୂର୍ବରୁ ସେମାନେ ଯଦି କର୍ମ ସନ୍ୟାସ ଗ୍ରହଣ କରନ୍ତି, ତେବେ ତାହା ବହୁତ ବଡ଼ ମୁର୍ଖାମୀ ଅଟେ । ତେଣୁ ତାଙ୍କୁ ଶାରୀରିକ ଧର୍ମ ପାଳନ କରିବା ସହିତ ଭକ୍ତି କରିବା ପାଇଁ ନିର୍ଦ୍ଦେଶ ଦେବା ଯଥାର୍ଥ ଅଟେ । ସେଥିପାଇଁ, ଶ୍ରୀକୃଷ୍ଣ ଏହି ଶ୍ଳୋକରେ କହିଛନ୍ତି ଯେ ତାଙ୍କୁ ଦିଆଯାଇଥିବା ଏହି ଗୁପ୍ତଜ୍ଞାନ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ଅନ୍ୟମାନଙ୍କ ସମ୍ମୁଖରେ ଏହି ତଥ୍ୟକୁ ପ୍ରକାଶ କରିବା ପୂର୍ବରୁ, ଆମେ ତାଙ୍କ ଅଧିକାରୀତ୍ୱର ସମୀକ୍ଷା କରିବା ଉଚିତ ।
ଏହି ଚେତାବନୀ ବିଶେଷତଃ ପୂର୍ବବର୍ତ୍ତୀ ଶ୍ଳୋକରେ ବର୍ଣ୍ଣନା କରାଯାଇଥିବା ଗୁପ୍ତଜ୍ଞାନ ପାଇଁ ତଥା ସମଗ୍ର ଭଗବଦ୍ ଗୀତାର ସନ୍ଦେଶ ପାଇଁ, ପ୍ରଯୁଜ୍ୟ ଅଟେ । ଏହା ଯଦି କୌଣସି ଶ୍ରୀକୃଷ୍ଣ ବିରୋଧୀ ବ୍ୟକ୍ତିଙ୍କ ସମ୍ମୁଖରେ ପ୍ରକାଶ କରାଯାଏ, ସେ ବ୍ୟକ୍ତି ପ୍ରତ୍ୟୁତ୍ତରରେ କହିପାରନ୍ତି, “ଶ୍ରୀକୃଷ୍ଣ ଅତ୍ୟନ୍ତ ଆତ୍ମଗର୍ବୀ ଅଟନ୍ତି, ସେ ଅର୍ଜୁନଙ୍କୁ ତାଙ୍କର ହିଁ ଯଶଗାନ କରିବାକୁ କହୁଛନ୍ତି ।” ଏହି ଦିବ୍ୟ ଉପଦେଶର ଶିକ୍ଷାକୁ ଭୁଲ୍ ବୁଝିବା ଦ୍ୱାରା, ଅବିଶ୍ୱାସୀ ଶ୍ରୋତାଙ୍କର କ୍ଷତି ସାଧନ ହୋଇଥାଏ । ପଦ୍ମପୁରାଣ ମଧ୍ୟ କହେ:
ଅଶ୍ରଦ୍ଦଧାନେ ବିମୁଖେଽପି ଅଶୃଣ୍ୱତି ଯଶ୍ଚୋପଦେଶଃ ଶିବ-ନାମାପରାଧଃ
“ବିଶ୍ୱାସହୀନ ଏବଂ ଭଗବତ୍ ବିରୋଧୀ ବ୍ୟକ୍ତିଙ୍କୁ ଦିବ୍ୟ ଉପଦେଶ ଦେବାଦ୍ୱାରା, ଆମେ ତାଙ୍କୁ ଅପରାଧି କରାଇଥାଉ ।” ତେଣୁ ଉପରୋକ୍ତ ଶ୍ଳୋକରେ, ଶ୍ରବଣ କରିବାର ଅଧିକାରୀତ୍ୱ ବିଷୟରେ ଶ୍ରୀକୃଷ୍ଣ ସୂଚନା ଦେଇଛନ୍ତି ।