Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 18, Verse 69

ନ ଚ ତସ୍ମାନ୍‌ମନୁଷ୍ୟେଷୁ କଶ୍ଚିନ୍‌ମେ ପ୍ରିୟକୃତ୍ତମଃ ।
ଭବିତା ନ ଚ ମେ ତସ୍ମାଦନ୍ୟଃ ପ୍ରିୟତରୋ ଭୁବି ।।୬୯।।

ନ-ନୁହେଁ; ଚ-ଏବଂ; ତସ୍ମାତ୍‌-ସେମାନଙ୍କ ଠାରୁ; ମନୁଷ୍ୟେଷୁ- ମନୁଷ୍ୟମାନଙ୍କ ମଧ୍ୟରେ; କଶ୍ଚିତ୍‌-କେହି; ମେ-ମୋର; ପ୍ରିୟ-କୃତ୍ତମଃ-ଅଧିକ ପ୍ରିୟ; ଭବିତା-ହେବେ; ନ -ନାହିଁ; ଚ- ଏବଂ; ମେ-ମୋର; ତସ୍ମାତ୍‌-ତାଙ୍କ ଠାରୁ; ଅନ୍ୟଃ-ଅନ୍ୟ; ପ୍ରିୟତରଃ-ପ୍ରିୟତର; ଭୁବି- ଏହି ପୃଥିବୀରେ ।

Translation

BG 18.69: ମୋର ପ୍ରେମଯୁକ୍ତ ସେବା ସେମାନଙ୍କ ଠାରୁ ଅଧିକ ଅନ୍ୟ କୌଣସି ମନୁଷ୍ୟ କରନ୍ତି ନାହିଁ; କିମ୍ବା ପୃଥିବୀରେ ସେମାନଙ୍କ ଠାରୁ ଅଧିକ ପ୍ରିୟ ମୋର କେହି ବି ହେବେ ନାହିଁ ।

Commentary

ଆମେ ଅନ୍ୟମାନଙ୍କୁ ଦେଉଥିବା ସମସ୍ତ ପ୍ରକାର ଉପହାର ମଧ୍ୟରୁ, ଦିବ୍ୟ ଜ୍ଞାନର ଉପହାର ସର୍ବଶ୍ରେଷ୍ଠ ଅଟେ, କାରଣ ଏହାଠାରେ ଗ୍ରାହକକୁ ଚିରଦିନ ପାଇର୍ ପରିବର୍ତ୍ତିତ କରିଦେବାର କ୍ଷମତା ରହିଥାଏ । ରାଜା ଜନକ ତାଙ୍କ ଗୁରୁଙ୍କୁ ପଚାରିଥିଲେ, “ଆପଣ ମୋତେ ପ୍ରଦାନ କରିଥିବା ଦିବ୍ୟ ଜ୍ଞାନ ଅମୂଲ୍ୟ ଅଟେ, ମୁଁ ଆପଣଙ୍କ ନିକଟରେ ଚିରଋଣୀ । ଏହାର ପ୍ରତିଦାନରେ ମୁଁ ଆପଣଙ୍କୁ କ’ଣ ଦେଇପାରିବି ?” ଗୁରୁ ଅଷ୍ଟାବକ୍ର କହିଲେ, “ଏପରି କିଛି ବି ନାହିଁ ଯାହା ଦେଇ ଆପଣ ଋଣ ମୁକ୍ତ ହୋଇ ପାରିବେ । ମୁଁ ଯେଉଁ ଜ୍ଞାନ ଆପଣଙ୍କୁ ଦେଇଛି ତାହା ଦିବ୍ୟ, କିନ୍ତୁ ଆପଣଙ୍କର ସବୁକିଛି ମାୟିକ ଅଟେ । ସାଂସାରିକ ବସ୍ତୁ କେବେ ହେଲେ ଦିବ୍ୟଜ୍ଞାନର ମୂଲ୍ୟ ହୋଇପାରିବ ନାହିଁ, କିନ୍ତୁ ଆପଣ ଗୋଟିଏ କାର୍ଯ୍ୟ କରିପାରିବେ । କୌଣସି ଜ୍ଞାନ ପିପାସୁ ବ୍ୟକ୍ତିଙ୍କୁ ଆପଣ ଏହି ଜ୍ଞାନ ପ୍ରଦାନ କରି ପାରିବେ ।” ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ ଭଗବଦ ୍‌ଗୀତାର ଜ୍ଞାନ ପ୍ରଚାର କରିବାକୁ ସେ ଭଗବାନଙ୍କର ସର୍ବୋଚ୍ଚ ପ୍ରେମମୟ ସେବା ଭାବରେ ବିବେଚିତ କରନ୍ତି । କିନ୍ତୁ ଯେଉଁମାନେ ଭଗବଦ୍ ଗୀତା ଉପରେ ପ୍ରବଚନ ଦିଅନ୍ତି, ସେମାନେ ଗୋଟିଏ ବଡ଼ କାର୍ଯ୍ୟ କରୁଛନ୍ତି ଭାବିବା ଉଚିତ ନୁହେଁ । ଜଣେ ଶିକ୍ଷକ ନିଜକୁ ଭଗବାନଙ୍କ ହାତର ଏକ ଖେଳଣା ମନେ କରି, ସମସ୍ତ ପ୍ରଶଂସା ଭଗବାନଙ୍କର କୃପା ବୋଲି ଭାବିବା ଉଚିତ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!