ନିୟତସ୍ୟ ତୁ ସଂନ୍ୟାସଃ କର୍ମଣୋ ନୋପପଦ୍ୟତେ ।
ମୋହାତ୍ତସ୍ୟ ପରିତ୍ୟାଗସ୍ତାମସଃ ପରିକୀର୍ତିତଃ ।।୭।।
ନିୟତସ୍ୟ -ବିହିତ କର୍ତ୍ତବ୍ୟର; ତୁ-କିନ୍ତୁ; ସଂନ୍ୟାସଃ- ତ୍ୟାଗ; କର୍ମଣଃ-କର୍ମସବୁ; ନ-ନୁହେଁ; ଉପପଦ୍ୟତେ -ପାଳନୀୟ; ମୋହାତ୍- ମୋହ ଯୋଗୁଁ; ତସ୍ୟ- ତାହାର; ପରିତ୍ୟାଗଃ -ତ୍ୟାଗ; ତାମସଃ -ତମୋଗୁଣାଧୀନ; ପରିକୀର୍ତିତଃ -ବିବେଚିତ କରାଯାଏ ।
BG 18.7: ବିହିତ କର୍ମ କେବେହେଲେ ତ୍ୟାଗ କରାଯିବା ଉଚିତ ନୁହେଁ । ଏହିପରି ଭ୍ରମାତ୍ମକ ତ୍ୟାଗକୁ ତମୋଗୁଣଯୁକ୍ତ କୁହାଯାଏ ।
ନିୟତସ୍ୟ ତୁ ସଂନ୍ୟାସଃ କର୍ମଣୋ ନୋପପଦ୍ୟତେ ।
ମୋହାତ୍ତସ୍ୟ ପରିତ୍ୟାଗସ୍ତାମସଃ ପରିକୀର୍ତିତଃ ।।୭।।
ବିହିତ କର୍ମ କେବେହେଲେ ତ୍ୟାଗ କରାଯିବା ଉଚିତ ନୁହେଁ । ଏହିପରି ଭ୍ରମାତ୍ମକ ତ୍ୟାଗକୁ ତମୋଗୁଣଯୁକ୍ତ କୁହାଯାଏ ।
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ନିଷିଦ୍ଧ କର୍ମ ଏବଂ ଅସାଧୁ କର୍ମ ତ୍ୟାଗ କରିବା ଉଚିତ୍; କର୍ମଫଳ ପ୍ରତି କାମନା ତ୍ୟାଗ କରିବା ମଧ୍ୟ ଉଚିତ୍ ଅଟେ; କିନ୍ତୁ ବିହିତ କର୍ମ ତ୍ୟାଗ କରିବା ଉଚିତ୍ ନୁହେଁ । ବିହିତ କର୍ମ ମନକୁ ଶୁଦ୍ଧ କରିବା ସହିତ ମନକୁ ତମୋଗୁଣରୁ ରଜୋଗୁଣକୁ ରଜୋଗୁଣରୁ ସତ୍ତ୍ୱଗୁଣକୁ ଉତ୍ତୀର୍ଣ୍ଣ ହେବାରେ ସାହାଯ୍ୟ କରେ । ସେଗୁଡ଼ିକୁ ତ୍ୟାଗ କରିବା ମୁର୍ଖାମୀର ପରିଚାୟକ ଅଟେ । ଶ୍ରୀକୃଷ୍ଣ କହୁଛନ୍ତି ଯେ ତ୍ୟାଗ ନାମରେ ବିହିତ କର୍ମ ପରିତ୍ୟାଗ କରିବା ତାମସିକ ତ୍ୟାଗ ଅଟେ ।
ସଂସାରରେ ଆମ ସମସ୍ତଙ୍କର କିଛି ପାଳନୀୟ କର୍ତ୍ତବ୍ୟ ରହିଛି । ସେଗୁଡ଼ିକ ପାଳନ କରିବା ଦ୍ୱାରା ମନୁଷ୍ୟ ଠାରେ ଅନେକ ସଦ୍ଗୁଣ ବିକଶିତ ହୁଏ, ଯେପରି କି ଦାୟୀତ୍ୱବୋଧତା, ମନ ଓ ଇନ୍ଦ୍ରିୟମାନଙ୍କର ଶୃଙ୍ଖଳା, ଦୁଃଖ ଓ କଷ୍ଟ ସହ୍ୟ କରିବା ଇତ୍ୟାଦି । ଅଜ୍ଞାନବଶତଃ ସେଗୁଡ଼ିକୁ ପରିତ୍ୟାଗ କରିବା ଦ୍ୱାରା, ଆତ୍ମା ପତନ ଅଭିମୁଖୀ ହୋଇଥାଏ । ଏହି ପାଳନୀୟ କର୍ମଗୁଡ଼ିକ ବ୍ୟକ୍ତିର ଚେତନାର ସ୍ତର ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ । ଜଣେ ସାଧାରଣ ବ୍ୟକ୍ତି ପାଇଁ ଅର୍ଥ ଉପାର୍ଜନ, ପରିବାର ପୋଷଣ, ଗାଧୋଇବା, ଖାଇବା ଇତ୍ୟାଦି କର୍ମସବୁ ବିହିତ କର୍ମ ଅଟେ । ବ୍ୟକ୍ତିର ଚେତନାର ସ୍ତର ଉନ୍ନତ ହେବା ସହିତ ଏହି ପାଳନୀୟ କର୍ମ ମଧ୍ୟ ବଦଳି ଯାଏ । ସେମାନଙ୍କ ପାଇଁ ଯଜ୍ଞ, ଦାନ ଏବଂ ତପସ୍ୟା ପାଳନୀୟ କର୍ମ ହୋଇଯାଏ ।