Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 18, Verse 71

ଶ୍ରଦ୍ଧାବାନନସୂୟଶ୍ଚ ଶୃଣୁୟାଦପି ଯୋ ନରଃ ।
ସୋଽପି ମୁକ୍ତଃ ଶୁଭାଁଲ୍ଲୋକାନ୍ ପ୍ରାପ୍ନୁୟାତ୍‌ପୁଣ୍ୟକର୍ମଣାମ୍ ।।୭୧।।

ଶ୍ରଦ୍ଧାବାନ୍‌-ଶ୍ରଦ୍ଧାବାନ୍‌; ଅନସୂୟଃ ଚ- ଏବଂ ଈର୍ଷାଳୁ ନୁହେଁ; ଶୃଣୁୟାତ୍‌- ଶୁଣେ; ଅପି-ନିଶ୍ଚିତଭାବେ; ଯଃ-ଯେଉଁ; ନରଃ-ମାନବ; ସଃ ଅପି-ସେ ମଧ୍ୟ; ମୁକ୍ତଃ-ମୁକ୍ତ; ଶୁଭାନ୍‌-ଶୁଭ; ଲୋକାନ୍‌-ଲୋକ; ପ୍ରାପ୍ନୁୟାତ୍‌-ପ୍ରାପ୍ତ ହୁଏ; ପୁଣ୍ୟ-କର୍ମଣାମ୍‌-ପୁଣ୍ୟାତ୍ମା ମାନଙ୍କ ମଧ୍ୟରେ ।

Translation

BG 18.71: ଏପରିକି ଯେଉଁମାନେ କେବଳ ଶ୍ରଦ୍ଧାଯୁକ୍ତ ଏବଂ ଦ୍ୱେଷ ରହିତ ହୋଇ ଏହି ଜ୍ଞାନକୁ ଶ୍ରବଣ କରନ୍ତି, ସେମାନେ ମଧ୍ୟ ପାପମୁକ୍ତ ହୋଇ ସେହି ପବିତ୍ର ଲୋକକୁ ଗମନ କରିବେ ଯେଉଁଠାରେ ଧର୍ମାତ୍ମାମାନେ ବାସ କରନ୍ତି ।

Commentary

ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର, ଗୁଢ଼ ଅର୍ଥ ବୁଝିବାକୁ ସମସ୍ତଙ୍କର ବୁଦ୍ଧି ସମର୍ଥ ନୁହେଁ । ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି, ଏହିପରି ବ୍ୟକ୍ତିମାନେ  କେବଳ ଶ୍ରଦ୍ଧାର ସହିତ ଏହା ଶ୍ରବଣ କଲେ ମଧ୍ୟ ଲାଭାନ୍ୱିତ ହେବେ । ଭଗବାନ ତାଙ୍କ ମଧ୍ୟରେ ବାସ କରୁଛନ୍ତି, ସେ ତାଙ୍କର ଆନ୍ତରିକ ଉଦ୍ୟମକୁ ଲକ୍ଷ୍ୟ କରି, ତାଙ୍କୁ ପୁରସ୍କୃତ କରିବେ । ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କର ଶିଷ୍ୟ ସନନ୍ଦଙ୍କ ସମ୍ପର୍କରେ ଏକ ସୁନ୍ଦର ଘଟଣା, ଏହି ତଥ୍ୟକୁ ସ୍ପଷ୍ଟ କରିଥାଏ । ସେ ଅଶିକ୍ଷିତ ଥିବାରୁ ଅନ୍ୟମାନଙ୍କ ପରି ଗୁରୁଙ୍କ ଦ୍ୱାରା ପ୍ରଦାନ କରାଯାଉ ଥିବା ଶିକ୍ଷାକୁ ବୁଝିପାରୁ ନ ଥିଲେ । କିନ୍ତୁ ଶଙ୍କରାଚାର୍ଯ୍ୟ ପ୍ରବଚନ ଦେଉଥିବା ସମୟରେ ସେ ଅତ୍ୟନ୍ତ ଶ୍ରଦ୍ଧା ଓ ମନଯୋଗ ଦେଇ ଶ୍ରବଣ କରୁଥିଲେ । ଦିନେ ସେ ନଦୀର ଅପର ପାଶ୍ୱର୍କୁ ଗୁରୁଙ୍କର ବସ୍ତ୍ର ଧୋଇବାକୁ ଯାଇଥିଲେ । ଏତିକିବେଳେ ଶ୍ରେଣୀର ସମୟ ହୋଇଯିବାରୁ, ଅନ୍ୟ ଶିଷ୍ୟମାନେ ଅନୁରୋଧ କଲେ, “ଗୁରୁଜୀ, ଦୟାପୂର୍ବକ ଶିକ୍ଷା ଆରମ୍ଭ କରନ୍ତୁ ।” ଶଙ୍କରାଚାର୍ଯ୍ୟ ଉତ୍ତର ଦେଲେ, “ସନନ୍ଦ ଏଠାରେ ନାହାନ୍ତି, ଆମେ ଟିକିଏ ଅପେକ୍ଷା କରିବା ।” ଶିଷ୍ୟମାନେ କହିଲେ, “କିନ୍ତୁ ଗୁରୁଜୀ, ସେ ତ କିଛି ବୁଝିପାରନ୍ତି ନାହିଁ ।” ଶଙ୍କରାଚାର୍ଯ୍ୟ କହିଲେ “ତାହା ସତ୍ୟ, କିନ୍ତୁ ସେ ଅତ୍ୟନ୍ତ ଶ୍ରଦ୍ଧାର ସହିତ ଶ୍ରବଣ କରନ୍ତି, ତେଣୁ ମୁଁ ତାଙ୍କୁ ନିରାଶ କରିବାକୁ ଚାହେଁନାହିଁ ।”

ଶ୍ରଦ୍ଧାର ଶକ୍ତି ପ୍ରଦର୍ଶନ କରିବା ପାଇଁ, ଶଙ୍କରାଚାର୍ଯ୍ୟ ଉଚ୍ଚସ୍ୱରରେ ଡାକିଲେ, “ସନନ୍ଦ, ଦୟାକରି ଏଠାକୁ ଆସ ।” ଗୁରୁଙ୍କ ଡାକ ଶୁଣି, ସନନ୍ଦ ଦ୍ୱିଧା ବୋଧ ନ କରି ଜଳ ଉପରେ ଧାଇଁବାରେ ଲାଗିଲେ । ଏପରି କୁହାଯାଏ ଯେ ନଦୀ ଜଳରେ ସେ ଯେଉଁଠାରେ ବି ପାଦ ରଖିଲେ, ତାଙ୍କ ଭାର ବହନ କରିବା ପାଇଁ ସେଠାରେ ପଦ୍ମପୁଷ୍ପ ପ୍ରସ୍ଫୁଟିତ ହେଲା । ସେ ନଦୀ ପାର କରି ଗୁରୁଙ୍କୁ ପ୍ରଣତି ଜଣାଇଲେ । ସେହି ସମୟରେ ତାଙ୍କ ମୁଖରୁ ବିଶୁଦ୍ଧ ସଂସ୍କୃତରେ ଗୁରୁଙ୍କର ସ୍ତୁତି ନିସୃତ ହେବାରେ ଲାଗିଲା । ଅନ୍ୟ ଶିଷ୍ୟମାନେ ତାହା ଶୁଣି ଚମତ୍କୃତ ହୋଇଗଲେ । ତାଙ୍କ ପାଦ ତଳେ ପଦ୍ମ ଫୁଟିଥିବାରୁ ତାଙ୍କ ନାମ “ପଦ୍ମପାଦ” ହୋଇଗଲା । ସେ ଶଙ୍କରାଚାର୍ଯ୍ୟଙ୍କ ଚାରିଜଣ ମୁଖ୍ୟ ଶିଷ୍ୟ ସୁରେଶ୍ୱରାଚାର୍ଯ୍ୟ, ହସ୍ତମଳକ ଏବଂ ତ୍ରୋଟକଚାର୍ଯ୍ୟଙ୍କ ସହିତ ଜଣେ ହୋଇଗଲେ । ଉପରୋକ୍ତ ଶ୍ଳୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆଶ୍ୱାସନା ଦେଉଛନ୍ତି ଯେ କେବଳ ଏହି ପବିତ୍ର ବାର୍ତ୍ତାଳାପ ପୂର୍ଣ୍ଣ ଶ୍ରଦ୍ଧାଯୁକ୍ତ ହୋଇ ଶୁଣିଲେ ଧୀରେ ଧୀରେ ବ୍ୟକ୍ତିର ମନ ଶୁଦ୍ଧ ହୋଇଯାଏ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!