ସଞ୍ଜୟ ଉବାଚ
ଇତ୍ୟହଂ ବାସୁଦେବସ୍ୟ ପାର୍ଥସ୍ୟ ଚ ମହାତ୍ମନଃ ।
ସଂବାଦମିମମଶ୍ରୌଷମଦ୍ଭୁତଂ ରୋମହର୍ଷଣମ୍ ।।୭୪।।
ସଞ୍ଜୟ ଉବାଚ-ସଞ୍ଜୟ କହିଲେ; ଇତି- ଏହିପରି; ଅହଂ- ମୁଁ; ବାସୁଦେବସ୍ୟ-ଶ୍ରୀକୃଷ୍ଣଙ୍କର; ପାର୍ଥସ୍ୟ-ଅର୍ଜୁନଙ୍କର; ଚ-ଏବଂ; ମହାତ୍ମନଃ- ଦୁଇ ମହାତ୍ମା; ସଂବାଦଂ-ସଂବାଦ; ଇମମ୍-ଏହା; ଅଶ୍ରୌଷଂ- ଶୁଣିଲି; ଅଦ୍ଭୁତଂ-ଅଦ୍ଭୁତ; ରୋମହର୍ଷଣମ୍-ରୋମାଞ୍ଚକାରୀ ।
BG 18.74: ସଞ୍ଜୟ କହିଲେ: ଏହିପରି ଭାବରେ ମୁଁ ବାସୁଦେବ ପୁତ୍ର ଶ୍ରୀକୃଷ୍ଣ ଏବଂ ପୁଣ୍ୟାତ୍ମା ପୃଥାପୁତ୍ର ଅର୍ଜୁନଙ୍କର ଅଦ୍ଭୁତ ବାର୍ତ୍ତାଳାପ ଶୁଣିଲି । ଏହି ସନ୍ଦେଶ ଏତେ ରୋମାଞ୍ଚକର ଯେ ମୋର ଲୋମମୂଳ ଟାଙ୍କୁରି ଉଠୁଛି ।
ସଞ୍ଜୟ ଉବାଚ
ଇତ୍ୟହଂ ବାସୁଦେବସ୍ୟ ପାର୍ଥସ୍ୟ ଚ ମହାତ୍ମନଃ ।
ସଂବାଦମିମମଶ୍ରୌଷମଦ୍ଭୁତଂ ରୋମହର୍ଷଣମ୍ ।।୭୪।।
ସଞ୍ଜୟ କହିଲେ: ଏହିପରି ଭାବରେ ମୁଁ ବାସୁଦେବ ପୁତ୍ର ଶ୍ରୀକୃଷ୍ଣ ଏବଂ ପୁଣ୍ୟାତ୍ମା ପୃଥାପୁତ୍ର ଅର୍ଜୁନଙ୍କର ଅଦ୍ଭୁତ ବାର୍ତ୍ତାଳାପ ଶୁଣିଲି । ଏହି ସନ୍ଦେଶ ଏତେ ରୋମାଞ୍ଚକର …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଏହିପରି ଭାବରେ, ସଞ୍ଜୟ ଭଗବଦ୍ ଗୀତାର ଦିବ୍ୟ ସନ୍ଦେଶର ତାଙ୍କର ବର୍ଣ୍ଣନା ସମାପ୍ତ କରୁଛନ୍ତି । ସେ ଅର୍ଜୁନଙ୍କୁ ମହାତ୍ମା କହୁଛନ୍ତି, କାରଣ ଶ୍ରୀକୃଷ୍ଣଙ୍କର ଉପଦେଶକୁ ଅତ୍ୟନ୍ତ ମନଯୋଗ ସହକାରେ ଗ୍ରହଣ କରି ଅର୍ଜୁନ ଜ୍ଞାନୀ ହୋଇ ପାରିଛନ୍ତି । ତାଙ୍କର ଦିବ୍ୟ ବାର୍ତ୍ତାଳାପ ଶୁଣି, ସଞ୍ଜୟ କେତେ ବେଶୀ ଆଶ୍ଚର୍ଯ୍ୟଚକିତ ଏବଂ ସ୍ତମ୍ଭୀଭୂତ ହୋଇଛନ୍ତି ତାହା ସେ ପ୍ରକାଶ କରୁଛନ୍ତି । ଲୋମ ଟାଙ୍କୁରି ଉଠିବା ଗଭୀର ଭକ୍ତିର ଏକ ଲକ୍ଷଣ ଅଟେ । ଭକ୍ତି ରସାମୃତ ସିନ୍ଧୁ କହେ:
ସ୍ତମ୍ଭ ସ୍ୱେଦଽଥ ରୋମାଂଚଃ ସ୍ୱର ଭେଦୋଽଥ ବେପଥୁଃ
ବୈବର୍ଣ୍ଣ୍ୟମଶ୍ରୁ ପ୍ରଳୟ ଇତ୍ୟଷ୍ଟୌ ସ୍ୱାତ୍ତିକାଃ ସ୍ମୃତାଃ
“ଭକ୍ତି ଉତ୍ସାହର ଆଠଗୋଟି ଲକ୍ଷଣ ହେଉଛି: ସ୍ତମ୍ଭ ବା ନିଶ୍ଚଳ ହୋଇଯିବା, ସ୍ୱେଦ ନିର୍ଗତ ହେବା, ଲୋମ ଟାଙ୍କୁରି ଉଠିବା, କଣ୍ଠରୁଦ୍ଧ ହେବା, କମ୍ପନ ଜାତ ହେବା, ଅଶ୍ରୁ ସ୍ରାବିତ ହେବା, ମୁଖ ମଣ୍ଡଳ ଶେତା ପଡିଯିବା ଏବଂ ମୂର୍ଚ୍ଛିତ ହୋଇଯିବା । ସଞ୍ଜୟ ଏପରି ପ୍ରଗାଢ଼ ଭକ୍ତି ଭାବନା ଅନୁଭବ କରୁଛନ୍ତି ଯେ ଦିବ୍ୟ ଆନନ୍ଦରେ ତାଙ୍କ ଲୋମ ଟାଙ୍କୁରି ଉଠୁଛି ।
ଜଣେ ପ୍ରଶ୍ନ କରିପାରନ୍ତି, ସଞ୍ଜୟ ଯୁଦ୍ଧକ୍ଷେତ୍ରର ବହୁଦୂରରେ ଥାଇ ଏହି ବାର୍ତ୍ତାଳାପ କିପରି ଶୁଣିଲେ ? ପରବର୍ତ୍ତୀ ଶ୍ଳୋକରେ ସେ ଏହାର ରହସ୍ୟ ଉନ୍ମୋଚନ କରିଛନ୍ତି ।