Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 18, Verse 77

ତଚ୍ଚ ସଂସ୍ମୃତ୍ୟ ସଂସ୍ମୃତ୍ୟ ରୂପମତ୍ୟଦ୍ଭୁତଂ ହରେଃ ।
ବିସ୍ମୟୋ ମେ ମହାନ୍‌ରାଜନ୍‌ହୃଷ୍ୟାମି ଚ ପୁନଃ ପୁନଃ ।।୭୭।।

ତତ୍‌-ତାହା; ଚ-ଏବଂ; ସଂସ୍ମୃତ୍ୟ ସଂସ୍ମୃତ୍ୟ -ବାରମ୍ବାର ସ୍ମରଣ କରି; ରୂପଂ-ରୂପ; ଅତି-ମହାନ୍‌; ଅଦ୍ଭୁତଂ-ଆଶ୍ଚର୍ଯ୍ୟପ୍ରଦ; ହରେଃ-ଭଗବାନ ଶ୍ରୀକୃଷ୍ଣଙ୍କର; ବିସ୍ମୟଃ-ବିସ୍ମୟ; ମେ-ମୋର; ମହାନ୍‌-ମହାନ୍‌; ରାଜନ୍‌-ହେ ରାଜା; ହୃଷ୍ୟାମି-ଆନନ୍ଦିତ ହେଉଅଛି; ପୁନଃ ପୁନଃ- ବାରମ୍ବାର ।

Translation

BG 18.77: ଭଗବାନ ଶ୍ରୀକୃଷ୍ଣଙ୍କର ସେହି ବିସ୍ମୟକର ଏବଂ ଅଲୌକିକ ବିଶ୍ୱରୂପକୁ ସ୍ମରଣ କରି, ମୋର ଆଶ୍ଚର୍ଯ୍ୟର ସୀମା ରହୁନାହିଁ ତଥା ମୁଁ ବାରମ୍ବାର ଆନନ୍ଦରେ ଶିହରିତ ହୋଇ ଉଠୁଛି ।

Commentary

ଅର୍ଜୁନ ଭଗବାନଙ୍କର ବିଶ୍ୱରୂପ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ, ଯାହା ସର୍ବଶ୍ରେଷ୍ଠ ଯୋଗୀଗଣ ମଧ୍ୟ କ୍ୱଚିତ୍ ଦର୍ଶନ କରିଥାନ୍ତି । ଶ୍ରୀକୃଷ୍ଣ ତାଙ୍କୁ କହିଥିଲେ ଯେ ତାଙ୍କ ସମ୍ମୁଖରେ ସେ ନିଜର ବିଶ୍ୱରୂପ ପ୍ରକଟ କରିବେ, କାରଣ ଅର୍ଜୁନ ତାଙ୍କର ଭକ୍ତ, ସଖା ଏବଂ ଅତ୍ୟନ୍ତ ପ୍ରିୟ ଅଟନ୍ତି । ସଞ୍ଜୟ ମଧ୍ୟ ଏହି ବିଶ୍ୱରୂପ ଦର୍ଶନ କରି ପାରିଥିଲେ, କାରଣ ଜଣେ ପ୍ରବକ୍ତା ଭାବରେ ସେ ତାଙ୍କ ଦିବ୍ୟଲୀଳାରେ ଭାଗ ନେବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ । ବେଳେବେଳେ ଏପରି ସମୟ ଆସେ, ଯେତେବେଳେ ଅପ୍ରତ୍ୟାଶିତ କୃପା ମିଳିଥାଏ । ଆମେ ଏହାର ସଦୁପଯୋଗ କଲେ, ଆମ ସାଧନାରେ ଦ୍ରୁତ ପ୍ରଗତି କରିପାରିବା । ସଞ୍ଜୟ ଯାହା ଦର୍ଶନ କଲେ, ତାହା ବାରମ୍ବାର ସ୍ମରଣ କରୁଛନ୍ତି ଏବଂ ଭକ୍ତିର ପ୍ରବାହରେ ନିଜକୁ ଭସାଇ ଦେଇଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!