ସଂଜୟ ଉବାଚ
ତଂ ତଥା କୃପୟାବିଷ୍ଟମଶ୍ରୁପୂର୍ଣ୍ଣାକୁଳେକ୍ଷଣମ୍ ।
ବିଷୀଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନଃ ।।୧।।
ସଞ୍ଜୟ ଉବାଚ- ସଞ୍ଜୟ କହିଲେ; ତଂ-ଅର୍ଜୁନଙ୍କୁ; ତଥା-ସେହିପରି; କୃପୟା-କୃପାକରି; ଆବିଷ୍ଟଂ-ଅଭିଭୂତ; ଅଶ୍ରୁପୂର୍ଣ୍ଣ-ଅଶ୍ରୁପୂର୍ଣ୍ଣ; ଆକୁଳ-ବ୍ୟଥିତ; ଈକ୍ଷଣମ୍-ଚକ୍ଷୁ; ବିଷୀଦନ୍ତଂ-ବିଷାଦଗ୍ରସ୍ତ; ଇଦଂ-ଏହି; ବାକ୍ୟଂ- କଥା; ଉବାଚ- କହିଲେ; ମଧୁସୂଦନଃ-ମଧୁଦୈତ୍ୟର ହତ୍ୟାକାରୀ
BG 2.1: ସଞ୍ଜୟ କହିଲେ, ଅର୍ଜୁନଙ୍କର ଏହିପରି ଦୟାରେ ଅଭିଭୂତ ବିଷାଦଗ୍ରସ୍ତ ମନ ଏବଂ ଲୋତକ ପୂର୍ଣ୍ଣ ଚକ୍ଷୁକୁ ଦେଖି ଶ୍ରୀକୃଷ୍ଣ ଏହି ସବୁ କଥା କହିଲେ ।
ସଂଜୟ ଉବାଚ
ତଂ ତଥା କୃପୟାବିଷ୍ଟମଶ୍ରୁପୂର୍ଣ୍ଣାକୁଳେକ୍ଷଣମ୍ ।
ବିଷୀଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନଃ ।।୧।।
ସଞ୍ଜୟ କହିଲେ, ଅର୍ଜୁନଙ୍କର ଏହିପରି ଦୟାରେ ଅଭିଭୂତ ବିଷାଦଗ୍ରସ୍ତ ମନ ଏବଂ ଲୋତକ ପୂର୍ଣ୍ଣ ଚକ୍ଷୁକୁ ଦେଖି ଶ୍ରୀକୃଷ୍ଣ ଏହି ସବୁ କଥା କହିଲେ ।
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଅର୍ଜୁନଙ୍କ ମନୋଭାବକୁ ବର୍ଣ୍ଣନା କରିବାକୁ ଯାଇ, ସଞ୍ଜୟ କୃପା ଅର୍ଥାତ୍ କରୁଣା ବା ଅନୁକମ୍ପା ଶବ୍ଦ ପ୍ରୟୋଗ କରିଛନ୍ତି । ଏହି ଅନୁକମ୍ପା ଦୁଇ ପ୍ରକାର ଅଟେ । ପ୍ରଥମଟି ଦିବ୍ୟ ଅନୁକମ୍ପା, ଯାହା ଈଶ୍ୱର ଏବଂ ସନ୍ଥମାନେ ଭଗବାନଙ୍କ ଠାରୁ ବିମୁଖ ହୋଇ କଷ୍ଟ ଭୋଗ କରୁଥିବା ମାୟିକ ଜଗତର ଜୀବମାନଙ୍କ ପ୍ରତି ଅନୁଭବ କରିଥାଆନ୍ତି । ଅନ୍ୟଟି ଭୌତିକ ଅନୁକମ୍ପା, ଯାହା ଆମ୍ଭମାନଙ୍କ ପରି ମାୟିକ ଜୀବ ଅନ୍ୟର କଷ୍ଟ ଦେଖି ଅନୁଭବ କରିଥାଏ । ଭୌତିକ ଅନୁକମ୍ପା ଏକ ମହତ୍ ଭାବନା ଅଟେ, କିନ୍ତୁ ତାହା ଉଚିତ୍ ଦିଗରେ ନିର୍ଦ୍ଦେଶିତ ହୋଇ ନ ଥାଏ । ଏହା ଏପରି ଅଟେ ଯେପରି ଗୋଟିଏ କାର୍ରେ ବସି କୌଣସି ସ୍ଥାନକୁ ଯିବା ସମୟରେ ଆମେ କ୍ଷୁଧାତୁର କାର୍ ଚାଳକ ପ୍ରତି ଦୃଷ୍ଟି ନ ଦେଇ କାର୍ର ଭଲ ମନ୍ଦ ପ୍ରତି ଚିନ୍ତିତ ରହିଥାଉ । ଅର୍ଜୁନ ଏହି ଦ୍ୱିତୀୟ ପ୍ରକାରର ମନୋଭାବ ପୋଷଣ କରୁଛନ୍ତି । ସେ ଯୁଦ୍ଧ ପାଇଁ ଏକତ୍ରିତ ହୋଇଥିବା ତାଙ୍କ ଶତ୍ରୁମାନଙ୍କ ପ୍ରତି ଏହି ଭୌତିକ ଅନୁକମ୍ପାରେ ଗ୍ରସିତ ହୋଇପଡ଼ିଛନ୍ତି । କିନ୍ତୁ ଅର୍ଜୁନ ଯେପରି ଦୁଃଖ ଏବଂ ନିରାଶାରେ ଅଭିଭୂତ ହୋଇ ପଡ଼ିଛନ୍ତି, ବାସ୍ତବରେ ଅନୁକମ୍ପାର ପ୍ରାର୍ଥୀ ସେ ହିଁ ଅଟନ୍ତି । ତେଣୁ ତାଙ୍କର ଅନ୍ୟ ପ୍ରତି ସଦୟ ହେବାର ଭାବନା ଅର୍ଥହୀନ ଅଟେ ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣଙ୍କୁ ‘ମଧୁସୂଦନ’ ନାମରେ ସମ୍ବୋଧନ କରାଯାଇଛି । ସେ ମଧୁ ନାମକ ରାକ୍ଷସକୁ ବଧ କରି ମଧୁସୂଦନ ନାମ ପ୍ରାପ୍ତ କରିଥିଲେ, ଅର୍ଥାତ୍ ମଧୁ ଦୈତ୍ୟର ନିଧନକାରୀ । ଏଠାରେ ସେ ଦ୍ୱନ୍ଦ୍ୱ ରୂପୀ ଦାନବ, ଯାହା ଅର୍ଜୁନଙ୍କ ମନରେ ଉତ୍ପନ୍ନ ହୋଇ ତାଙ୍କ କର୍ତ୍ତବ୍ୟ ପାଳନରେ ବାଧା ସୃଷ୍ଟି କରୁଅଛି, ତାହାକୁ ନାଶ କରିବାକୁ ଯାଉଛନ୍ତି ।