Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 2, Verse 10

ତମୁବାଚ ହୃଷୀକେଶଃ ପ୍ରହସନ୍ନିବ ଭାରତ ।
ସେନୟୋରୁଭୟୋର୍ମଧ୍ୟେ ବିଷୀଦନ୍ତମିଦଂ ବଚଃ ।।୧୦।।

ତଂ- ତାଙ୍କୁ; ଉବାଚ- କହିଲେ; ହୃଷୀକେଶଃ-ମନ ଓ ଇନ୍ଦ୍ରିୟମାନଙ୍କର ପ୍ରଭୁ ଶ୍ରୀକୃଷ୍ଣ; ପ୍ରହସନ୍ନ- ହସି କରି; ଇବ-ଯେପରି; ଭାରତ-ହେ ଭରତବଂଶଜ ଧୃତରାଷ୍ଟ୍ର; ସେନୟୋଃ-ସେନାମାନଙ୍କ ମଧ୍ୟରେ; ଉଭୟୋଃ-ଦୁଇ ପକ୍ଷର; ମଧ୍ୟେ- ମଧ୍ୟରେ; ବିଷୀଦନ୍ତଂ-ବ୍ୟଥିତ ଅର୍ଜୁନଙ୍କୁ ଇଦଂ-ନିମ୍ନମତେ; ବଚଃ-କହିଲେ ।

Translation

BG 2.10: ତତ୍‌ପଶ୍ଚାତ୍‌, ହେ ଧୃତରାଷ୍ଟ୍ର! ଦୁଇ ସୈନ୍ୟ ବାହିନୀଙ୍କ ମଧ୍ୟରେ ରହି, ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ସ୍ମିତହାସ୍ୟଯୁକ୍ତ ହୋଇ ଏହିପରି କହିଲେ ।

Commentary

ଶୋକରେ ଅଭିଭୂତ ହୋଇ ଅର୍ଜୁନ ଯାହାସବୁ କହିଲେ, ତା’ର ବିପରୀତ ସ୍ମିତହାସ୍ୟ କରି ଶ୍ରୀକୃଷ୍ଣ ଏହା ସୂଚିତ କରୁଛନ୍ତି ଯେ ପରିସ୍ଥିତ ତାଙ୍କୁ ବିଚଳିତ କରୁନାହିଁ, ବରଂ ସେ ଏଥିରେ ବହୁତ ଖୁସୀ । ଜ୍ଞାନୀମାନେ ସବୁ ପରିସ୍ଥିତିରେ ଏହିପରି ସମଭାବାପନ୍ନ ମନୋଭାବ ପ୍ରକାଶ କରିଥାଆନ୍ତି ।

ଆମେ ଯେଉଁ ପରିସ୍ଥିତିରେ ଥାଉ, ଆମର ଅସମ୍ପୂର୍ଣ୍ଣ ଜ୍ଞାନ ଯୋଗୁଁ ଆମେ ସେଠାରେ ଦୋଷ ଦର୍ଶନ କରିଥାଉ - ଆମେ ଅସନ୍ତୁଷ୍ଟ ହେଉ, ଅଭିଯୋଗ କରୁ ଏବଂ ପରିସ୍ଥିତି ଠାରୁ ଦୂରେଇ ଯିବାକୁ ଇଚ୍ଛା କରୁ ତଥା ତାହାକୁ ଆମର ଦୁଃଖର କାରଣ ବୋଲି ଭାବିଥାଉ । କିନ୍ତୁ ଜ୍ଞାନୀମାନେ ଆମକୁ ସୂଚିତ କରନ୍ତି ଯେ ଭଗବାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏହି ସଂସାର ସବୁ ଦୃଷ୍ଟିରୁ ପରିପୂର୍ଣ୍ଣ ଅଟେ ଏବଂ ଉଭୟ  ଭଲ ଓ ମନ୍ଦ ପରିସ୍ଥିତି କିଛି ମହତ୍ ଉଦ୍ଦେଶ୍ୟ ନେଇ ଆମ ପାଖକୁ ଆସିଥାଏ । ସେସବୁର ଆୟୋଜନ ଆମର ଆଧ୍ୟାତ୍ମିକ ବିକାଶ ପାଇଁ କରାଯାଇଥାଏ, ଯାହା ପରିପୂର୍ଣ୍ଣତାର ଯାତ୍ରାରେ ଆମକୁ ଉପରକୁ ଠେଲିଥାଏ । ଯେଉଁମାନେ ଏହି ରହସ୍ୟକୁ ବୁଝିପାରନ୍ତି, ସେମାନେ କଷ୍ଟକର ପରିସ୍ଥିତିରେ ବିଚଳିତ ନ ହୋଇ, ପ୍ରଶାନ୍ତ ଓ ଅବିଚଳିତ ଭାବରେ ତାହାର ସମ୍ମୁଖୀନ ହୁଅନ୍ତି ।

ତାଓମାନଙ୍କର ଏକ ଉକ୍ତି ଅନୁଯାୟୀ, “ତୁଷାର କଣଗୁଡ଼ିକ ଧୀରେ ଧୀରେ ଭୂମି ଉପରେ ପଡ଼େ ଏବଂ ପ୍ରତ୍ୟେକ କଣ ତା’ର ନିର୍ଦ୍ଦିଷ୍ଟ ସ୍ଥାନରେ ପଡ଼େ ।” ସଂସାର ସଂରଚନାର ଅନ୍ତର୍ନିହିତ ପରିପୂର୍ଣ୍ଣତା ଏବଂ ସେଥିରେ ଘଟୁଥିବା ବଡ ବଡ ଘଟଣାବଳୀକୁ ଏହା ଅତି ସୁନ୍ଦର ଭାବରେ ବ୍ୟକ୍ତ କରିଥାଏ, ଯଦିଓ ମାୟିକ ଦୃଷ୍ଟିକୋଣରୁ ଆମେ ତାହାର ପ୍ରତ୍ୟକ୍ଷ କରିପାରି ନ ଥାଏ ।

ବିଶ୍ୱରେ ଭଗବାନଙ୍କର ବୃହତ୍ ଯୋଜନାର ଅଂଶ ସ୍ୱରୂପ ଭୂମିକମ୍ପ, ବାତ୍ୟା, ବନ୍ୟା ଓ ତୋଫାନ ଇତ୍ୟାଦି କାହିଁକି ସୃଷ୍ଟି ହୋଇଥାଏ, ତାହାର କାରଣ ସ୍ପଷ୍ଟ କରିବାକୁ ଯାଇ ଛାନ୍ଦୋଗ୍ୟ ଉପନିଷଦ କହେ, ମନୁଷ୍ୟର ଆଧ୍ୟାତ୍ମିକ ପ୍ରଗତି ଯେତେବେଳେ ମନ୍ଥର ହୋଇଯାଏ, ଭଗବାନ ଜାଣିଶୁଣି ତାହା ସୃଷ୍ଟି କରନ୍ତି । ମନୁଷ୍ୟ ଯେତେବେଳେ ଆତ୍ମସନ୍ତୁଷ୍ଟ ହୋଇଯାଏ, ଗୋଟିଏ ଦୈବୀ ଦୁର୍ବିପାକ ଆସିଥାଏ ଏବଂ ତାହା ସହିତ ସମଯୋଜନ କରିବାକୁ ଯାଇ ମନୁଷ୍ୟ ନିଜର ସମସ୍ତ ସାମର୍ଥ୍ୟର ଉପଯୋଗ କରିଥାଏ ଯାହା ତା’ର ପ୍ରଗତିକୁ ତ୍ୱରାନ୍ୱିତ କରାଏ । କିନ୍ତୁ ଯେଉଁ ପ୍ରଗତିର ବିଷୟ ଏଠାରେ କୁହାଯାଉଛି ତାହା ବାହ୍ୟ ଭୌତିକ ପ୍ରଗତି ନୁହେଁ, ବରଂ ଏହା ଜନ୍ମ ଜନ୍ମ ଧରି ଆତ୍ମାର ମହିମାମୟ ଦିବ୍ୟତାର ଆନ୍ତରିକ ପରିପ୍ରକାଶ ଅଟେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
2. ସାଂଖ୍ୟ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!