Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 2, Verse 11

ଶ୍ରୀ ଭଗବାନୁବାଚ
ଅଶୋଚ୍ୟାନନ୍ୱଶୋଚସ୍ତ୍ୱଂ ପ୍ରଜ୍ଞାବାଦାଂଶ୍ଚ ଭାଷସେ ।
ଗତାସୂନଗତାସୂଂଶ୍ଚ ନାନୁଶୋଚନ୍ତି ପଣ୍ଡିତାଃ ।।୧୧।।

ଶ୍ରୀଭଗବାନ ଉବାଚ- ପରମ ପୁରୁଷ ଭଗବାନ କହିଲେ; ଅଶୋଚ୍ୟାନ୍‌- ଯାହା ପାଇଁ ଶୋକ କରାଯାଏ ନାହିଁ; ଅନ୍ୱଶୋଚଃ- ଶୋକ କରୁଛ; ତ୍ୱଂ-ତୁମେ; ପ୍ରଜ୍ଞା-ବାଦାନ୍‌- ପାଣ୍ଡିତ୍ୟପୂର୍ଣ୍ଣ କଥା; ଚ-ଏବଂ; ଭାଷସେ- କହୁଛ; ଗତ ଅସୂନ୍‌- ମୃତ; ଅଗତ ଅସୂନ୍‌-ଜୀବିତ; ଚ-ଏବଂ; ନ-ନୁହେଁ; ଅନୁଶୋଚନ୍ତି-ଶୋକ କରନ୍ତି; ପଣ୍ଡିତାଃ- ପଣ୍ଡିତମାନେ ।

Translation

BG 2.11: ଭଗବାନ କହିଲେ, ଯଦିଓ ତୁମେ ବିଜ୍ଞତା ପୂର୍ଣ୍ଣ କଥା କହୁଛ, ତଥାପି ତୁମେ ସେମାନଙ୍କ ପ୍ରତି ଶୋକ ପ୍ରକାଶ କରୁଛ ଯେଉଁମାନେ ଶୋକର ଯୋଗ୍ୟ ନୁହନ୍ତି । ବିଜ୍ଞ ବ୍ୟକ୍ତିମାନେ ଜୀବିତ ବା ମୃତ କାହା ପ୍ରତି ବି ଶୋକ କରନ୍ତି ନାହିଁ ।

Commentary

ଏହି ଶ୍ଳୋକରୁ ଏକ ନାଟକୀୟ ପ୍ରାରମ୍ଭିକ ଅଭିବ୍ୟକ୍ତି ସହିତ ଶ୍ରୀକୃଷ୍ଣ ତାଙ୍କର ବକ୍ତବ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ଅର୍ଜୁନ ଭାବୁଛନ୍ତି ଯେ ସେ ଯେଉଁ ଶୋକ କରୁଛନ୍ତି, ତାହା ଯଥାର୍ଥ ଅଟେ । କିନ୍ତୁ ସେଥିରେ ସହମତି ପ୍ରକାଶ କରିବା ପରିବର୍ତ୍ତେ, ଶ୍ରୀକୃଷ୍ଣ ତାଙ୍କର ଯୁକ୍ତିକୁ ଭିତ୍ତିହୀନ ସାବ୍ୟସ୍ତ କରିଛନ୍ତି । ସେ କହୁଛନ୍ତି “ଅର୍ଜୁନ! ତୁମେ ହୁଏତ ଭାବୁଥାଇ ପାର ଯେ ତୁମେ ଜ୍ଞାନପୂର୍ଣ୍ଣ କଥା କହୁଛ, କିନ୍ତୁ ବାସ୍ତବରେ ତୁମେ ଯାହା କହୁଛ ଏବଂ କରୁଛ ତାହା ତୁମର ଅଜ୍ଞାନତା ଅଟେ । କୌଣସି ସମ୍ଭାବିତ କାରଣ ଶୋକକୁ ଉଚିତ୍ ପ୍ରତିପାଦିତ କରେ ନାହିଁ । ବିଜ୍ଞ ବ୍ୟକ୍ତିମାନେ ଜୀବିତ ବା ମୃତ କାହା ପାଇଁ କେବେ ବି ଶୋକ କରନ୍ତି ନାହିଁ । ତେଣୁ ନିଜ ଜ୍ଞାତି କୁଟୁମ୍ବଙ୍କୁ ହତ୍ୟା କରିବାରେ ଯେଉଁ ଦୁଃଖର କଳ୍ପନା ତୁମେ କରୁଛ ତାହା ଭ୍ରମପୂର୍ଣ୍ଣ ଅଟେ ଏବଂ ତାହା ପ୍ରମାଣିତ କରୁଛି ଯେ ତୁମେ ପଣ୍ଡିତ ନୁହଁ ।”

ଶୋକରହିତ ଜଣେ ଜ୍ଞାନୀଙ୍କୁ ଖୋଜିବା ପାଇଁ ଆମକୁ ଗୀତାର ଗଭୀରତାକୁ ଯିବାକୁ ପଡ଼ିବ ନାହିଁ, କାରଣ ପିତାମହ ଭୀଷ୍ମ ନିଜେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଅଟନ୍ତି । ସେ ଜଣେ ମହାପୁରୁଷ ଥିଲେ ଯିଏ ଜନ୍ମ ମୃତ୍ୟୁର ରହସ୍ୟ ଭେଦ କରିପାରିଥିଲେ ଏବଂ ଯିଏ ପରିସ୍ଥିତିର ବିଷମତାର ଊର୍ଦ୍ଧ୍ୱରେ ଥିଲେ । ସବୁ ପରିସ୍ଥିତିରେ ଶାନ୍ତ ରହି, ଭଗବାନଙ୍କର ସେବା ଭାବରେ ସେ ଦୃଷ୍ଟମାନଙ୍କର ପକ୍ଷ ନେବାକୁ ମଧ୍ୟ ରାଜି ହୋଇଥିଲେ । ଏହା ଦ୍ୱାରା ସେ ଏକ ଉଦାହରଣ ପ୍ରସ୍ତୁତ କରିଥିଲେ ଯେ ଯେଉଁମାନେ ଭଗବାନଙ୍କ ପ୍ରତି ସମର୍ପିତ, ସେମାନେ ଫଳାଫଳ ପ୍ରତି ଚିନ୍ତିତ ନ ହୋଇ, ସମସ୍ତ ପରିସ୍ଥିତିରେ ତାଙ୍କର କର୍ତ୍ତବ୍ୟ କରିଚାଲନ୍ତି । ଏପରି ବ୍ୟକ୍ତିମାନେ ଶୋକ କରନ୍ତି ନାହିଁ, କାରଣ ସେମାନେ ସବୁ ପରିସ୍ଥିତିକୁ ଭଗବାନଙ୍କର କୃପା ଭାବରେ ଗ୍ରହଣ କରିଥାଆନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
2. ସାଂଖ୍ୟ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!