ଅବିନାଶି ତୁ ତଦ୍ବିଦ୍ଧି ଯେନ ସର୍ବମିଦଂ ତତମ୍ ।
ବିନାଶମବ୍ୟୟସ୍ୟାସ୍ୟ ନ କଶ୍ମିତ୍କର୍ତୁମର୍ହତି ।।୧୭।।
ଅବିନାଶି- ବିନାଶରହିତ; ତୁ-ବାସ୍ତବରେ; ତତ୍-ତାହା; ବିଦ୍ଧି- ଜାଣ; ଯେନ-ଯାହାଦ୍ୱାରା; ସର୍ବଂ-ସମଗ୍ର; ଇଦଂ- ଏହା; ତତମ୍-ପରିବ୍ୟାପ୍ତ; ବିନାଶଂ-ବିନାଶ; ଅବ୍ୟୟସ୍ୟ-ଅବ୍ୟୟର; ଅସ୍ୟ- ଏହାର; ନ କଶ୍ଚିତ୍-କେହି; କର୍ତୁଂ-କରିବାକୁ; ଅର୍ହତି- ସକ୍ଷମ ।
BG 2.17: ଏକଥା ଜାଣ ଯେ ଯାହା ସମଗ୍ର ଶରୀରରେ ବ୍ୟାପ୍ତ ଅଟେ, ତାହା ଅବିନାଶୀ ଅଟେ । ସେହି ଅକ୍ଷୟ ଆତ୍ମାକୁ କେହି ନଷ୍ଟ କରିପାରିବେ ନାହିଁ ।
ଅବିନାଶି ତୁ ତଦ୍ବିଦ୍ଧି ଯେନ ସର୍ବମିଦଂ ତତମ୍ ।
ବିନାଶମବ୍ୟୟସ୍ୟାସ୍ୟ ନ କଶ୍ମିତ୍କର୍ତୁମର୍ହତି ।।୧୭।।
ଏକଥା ଜାଣ ଯେ ଯାହା ସମଗ୍ର ଶରୀରରେ ବ୍ୟାପ୍ତ ଅଟେ, ତାହା ଅବିନାଶୀ ଅଟେ । ସେହି ଅକ୍ଷୟ ଆତ୍ମାକୁ କେହି ନଷ୍ଟ କରିପାରିବେ ନାହିଁ ।
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ଶରୀର ଓ ଆତ୍ମା ମଧ୍ୟରେ ସମ୍ପର୍କ ସ୍ଥାପନ କରି କହୁଛନ୍ତି ଯେ ଆତ୍ମା ଶରୀରରେ ବ୍ୟାପ୍ତ ରହିଛି । ଏହାଦ୍ୱାରା ସେ କ’ଣ କହିବାକୁ ଚାହୁଁଛନ୍ତି? ଆତ୍ମା ଚୈତନ୍ୟ ଅଟେ ଅର୍ଥାତ୍ ଏହାର ଚେତନା ଅଛି । ଶରୀର ଜଡ଼ ପଦାର୍ଥ ଦ୍ୱାରା ନିର୍ମିତ ଏବଂ ଚେତନା ହୀନ ଅଟେ କିନ୍ତୁ ଆତ୍ମା ଶରୀର ମଧ୍ୟରେ ରହି ତାକୁ ଚୈତନ୍ୟତା ପ୍ରଦାନ କରେ । ତେଣୁ ଆତ୍ମା ଶରୀରରେ ବ୍ୟାପ୍ତ ରହି ତାହାର ପ୍ରତ୍ୟେକ ଅଂଶରେ ଚୈତନ୍ୟତାର ବିସ୍ତାର କରିଥାଏ ।
ଆତ୍ମାର ନିବାସ ସ୍ଥାନ ବିଷୟରେ କେହି କେହି ପ୍ରଶ୍ନ କରିଥାଆନ୍ତି । ବେଦ କହେ, ଆତ୍ମା ହୃଦୟରେ ନିବାସ କରେ:
ହୃଦି ହ୍ୟେଷ ଆତ୍ମା (ପ୍ରଶ୍ନୋପନିଷଦ ୩.୬)
ସ ବା ଏଷ ଆତ୍ମା ହୃଦି (ଛାନ୍ଦୋଗ୍ୟ ଉପନିଷଦ ୮.୩.୩)
ହୃଦି ଶବ୍ଦଟି ସୂଚିତ କରିଥାଏ ଯେ ଆତ୍ମା ହୃଦୟରେ ଅବସ୍ଥାନ କରେ । ତଥାପି ଚୈତନ୍ୟତା, ଯାହା ଆତ୍ମାର ଗୁଣ ଅଟେ, ତାହା ସମଗ୍ର ଶରୀରରେ ବ୍ୟାପ୍ତ ହୋଇଥାଏ । ଏହା କିପରି ହୋଇଥାଏ? ବେଦବ୍ୟାସ ଏହି ତଥ୍ୟକୁ ନିମ୍ନମତେ ବର୍ଣ୍ଣନା କରିଛନ୍ତି:
ଅବିରୋଧଶ୍ଚନ୍ଦନବତ୍ (ବ୍ରହ୍ମସୂତ୍ର ୨.୩.୨୩)
“ଯେପରି କପାଳରେ ଚନ୍ଦନ ଲେପନ କଲେ ତାହା ସାରା ଶରୀରକୁ ଶୀତଳ କରିଦିଏ, ସେହିପରି ଯଦିଓ ଆତ୍ମା ହୃଦୟରେ ନିବାସ କରେ, ସେ ତା’ର ଚୈତନ୍ୟତା ସମଗ୍ର ଶରୀରରେ ବିସ୍ତାର କରିଥାଏ ।”
ପୁଣି ଜଣେ ପ୍ରଶ୍ନ କରିପାରନ୍ତି ଯେ ଯଦି ଚେତନା ଆତ୍ମାର ଗୁଣ ଅଟେ, ତାହେଲେ ଏହା କିପରି ଶରୀରରେ ବ୍ୟାପ୍ତ ହୁଏ? ବେଦବ୍ୟାସ ଏହି ପ୍ରଶ୍ନର ମଧ୍ୟ ଉତ୍ତର ଦେଇଛନ୍ତି:
ବ୍ୟତିରେକୋ ଗନ୍ଧବତ୍ (ବ୍ରହ୍ମସୁତ୍ର ୨.୩.୨୬)
“ସୁଗନ୍ଧ ଫୁଲର ଗୁଣ ଅଟେ । କିନ୍ତୁ ବଗିଚାରେ ଫୁଲ ଫୁଟି ତା’ର ମହକରେ ସମଗ୍ର ବଗିଚାକୁ ସୁଗନ୍ଧିତ କରିଦେଇଥାଏ । ସେହିପରି ଆତ୍ମା ଚୈତନ୍ୟ ଅଟେ, ଏବଂ ଏହା ଶରୀରରେ ଚୈତନ୍ୟତା ବିସ୍ତାର କରି, ଜଡ଼ ଶରୀରକୁ ଚୈତନ୍ୟ କରିଦିଏ ।