ଅନ୍ତବନ୍ତ ଇମେ ଦେହା ନିତ୍ୟସ୍ୟୋକ୍ତାଃ ଶରୀରିଣଃ ।
ଅନାଶିନୋଽପ୍ରମେୟସ୍ୟ ତସ୍ମାଦ୍ୟୁଧ୍ୟସ୍ୱ ଭାରତ ।।୧୮।।
ଅନ୍ତବନ୍ତଃ- ବିନାଶଶୀଳ; ଇମେ-ଏହିସବୁ; ଦେହାଃ-ଭୌତିକ ଶରୀର; ନିତ୍ୟସ୍ୟ- ନିତ୍ୟ; ଉକ୍ତାଃ-କଥିତ ଅଛି; ଶରୀରିଣଃ-ଦେହଧାରୀ ଆତ୍ମା; ଅନାଶିନଃ-କଦାପି ନଷ୍ଟ ହେବ ନାହିଁ; ଅପ୍ରମେୟସ୍ୟ-ଅକଳନୀୟ; ତସ୍ମାତ୍-ତେଣୁ; ଯୁଧ୍ୟସ୍ୱ- ଯୁଦ୍ଧ କର; ଭାରତ- ହେ ଭରତ ବଂଶଜ !
BG 2.18: କେବଳ ଭୌତିକ ଶରୀର ବିନାଶଶୀଳ ଅଟେ; ଏହା ମଧ୍ୟରେ ସ୍ଥିତ ଆତ୍ମା ଅବିନାଶୀ, ଅମାପ ଏବଂ ସନାତନ ଅଟେ । ତେଣୁ ହେ ଭରତ ବଂଶଜ ଯୁଦ୍ଧକର ।
ଅନ୍ତବନ୍ତ ଇମେ ଦେହା ନିତ୍ୟସ୍ୟୋକ୍ତାଃ ଶରୀରିଣଃ ।
ଅନାଶିନୋଽପ୍ରମେୟସ୍ୟ ତସ୍ମାଦ୍ୟୁଧ୍ୟସ୍ୱ ଭାରତ ।।୧୮।।
କେବଳ ଭୌତିକ ଶରୀର ବିନାଶଶୀଳ ଅଟେ; ଏହା ମଧ୍ୟରେ ସ୍ଥିତ ଆତ୍ମା ଅବିନାଶୀ, ଅମାପ ଏବଂ ସନାତନ ଅଟେ । ତେଣୁ ହେ ଭରତ ବଂଶଜ ଯୁଦ୍ଧକର …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ବାସ୍ତବରେ ସ୍ଥୁଳ ଶରୀର ମାଟିରେ ଗଢ଼ା । ଏହି ମାଟି ହିଁ ପରିବା, ଫଳ ଶସ୍ୟ, ଡାଲି ଓ ଘାସରେ ପରିଣତ ହୁଏ । ଗାଈ ସେହି ଘାସ ଖାଇ କ୍ଷୀର ଦେଇଥାଏ । ଆମେ ମନୁଷ୍ୟମାନେ ଏହିସବୁ ଖାଦ୍ୟ ଖାଇ ଥାଉ ଯାହା ଆମ ଶରୀର ଗଠନ କରେ । ତେଣୁ ଏହା କହିବା ଅତ୍ୟୁକ୍ତି ହେବ ନାହିଁ ଯେ ଶରୀର ମାଟିରେ ଗଢ଼ା ହୋଇଛି ।
ମୃତ୍ୟୁ ସମୟରେ ଯେତେବେଳେ ଆତ୍ମା ଶରୀର ଛାଡ଼ି ଚାଲିଯାଏ, ଶରୀରର ତିନି ପ୍ରକାର ଗତି ହୋଇପାରେ: କୃମି, ବିଡ୍ ବା ଭସ୍ମ । ଏହାକୁ ଜଳାଇ ଦିଆଯାଇପାରେ, ଯଦ୍ୱାରା ଏହା ଭସ୍ମରେ ପରିଣତ ହୋଇ ମାଟି ହୋଇଯାଏ । କିମ୍ବା ଏହାକୁ ପୋତି ଦିଆଯାଏ ଯେଉଁଠି ପୋକ ଇତ୍ୟାଦି ତାହାକୁ ଭକ୍ଷଣ କରି ମାଟିରେ ପରିଣତ କରିଦିଅନ୍ତି । ନଚେତ୍ ଏହାକୁ ପାଣିରେ ଫିଙ୍ଗିଦିଆଯାଏ, ଯେଉଁଠି ଜଳଚର ପ୍ରାଣୀ ସବୁ ଏହାକୁ ଭକ୍ଷଣ କରି ମଳ ରୂପରେ ତ୍ୟାଗ କରନ୍ତି, ଯାହା ଶେଷରେ ନଦୀ ଶଯ୍ୟାର ମାଟିରେ ମିଶିଯାଏ ।
ଏହିପରି ଭାବରେ, ସଂସାରରେ ମୃତ୍ତିକା ଏକ ଆଶ୍ମର୍ଯ୍ୟଜନକ ଚକ୍ର ଦେଇ ଗତି କରିଥାଏ । ଏହା ଖାଦ୍ୟରେ ପରିଣତ ହୁଏ । ଏହି ଖାଦ୍ୟରୁ ଶରୀର ଗଠନ ହୁଏ, ଏବଂ ଶରୀର ପୁଣି ମୃତ୍ୟୁ ପରେ ମୃତ୍ତିକାକୁ ଫେରିଆସେ । ବାଇବେଲ କହେ: “ତୁମେ ଧୂଳିରେ ତିଆରି ଏବଂ ଧୂଳିକୁ ତୁମେ ଫେରିଯିବ ।” (ଜେନେସିସ୍ ୩:୧୯) । ଏହି ପଦଟି ସ୍ଥୁଳ ଶରୀରକୁ ଈଶାରା କରିଥାଏ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି, “ଏହି ଭୌତିକ ଶରୀର ମଧ୍ୟରେ ଏକ ନିତ୍ୟ ଅବିନାଶୀ ତତ୍ତ୍ୱ ରହିଛି, ଯାହା ମୃତ୍ତିକାରେ ଗଢ଼ା ନୁହେଁ । ଏହା ହିଁ ଦିବ୍ୟ ଆତ୍ମା ଓ ବାସ୍ତବ ମୁଁ ଅଟେ ।”