ନ ଜାୟତେ ମ୍ରିୟତେ ବା କଦାଚି-
ନ୍ନାୟଂ ଭୂତ୍ୱା ଭବିତା ବା ନ ଭୂୟଃ ।
ଅଜୋ ନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ
ନ ହନ୍ୟତେ ହନ୍ୟମାନେ ଶରୀରେ ।।୨୦।।
ନ- ନାହିଁ; ଜାୟତେ- ଜନ୍ମହୁଏ; ମ୍ରିୟତେ-ମରେ; ବା-କିମ୍ବା; କଦାଚିତ୍-କୌଣସି କାଳରେ (ଭୂତ, ଭବିଷ୍ୟତ କିମ୍ବା ବର୍ତ୍ତମାନ); ନ-ନୁହେଁ; ଅୟଂ- ଏହା; ଭୂତ୍ୱା-ଥିଲା; ଭବିତା-ହେବ; ବା-କିମ୍ବା; ନ-ନୁହେଁ; ଭୂୟଃ-କିମ୍ବା ହୋଇଛି; ଅଜଃ-ଅଜ (ଅଜନ୍ମା); ନିତ୍ୟଃ-ନିତ୍ୟ; ଶାଶ୍ୱତଃ-ଶାଶ୍ୱତ; ଅୟଂ- ଏହି; ପୁରାଣଃ- ପୁରାତନ; ନ ହନ୍ୟତେ- ନଷ୍ଟ ହୁଏନାହିଁ; ହନ୍ୟମାନେ ଶରୀରେ- ଶରୀର ନଷ୍ଟ ହେବା ସହିତ ।
BG 2.20: ଆତ୍ମାର ଜନ୍ମ ନାହିଁ ବା ତା’ର ମୃତ୍ୟୁ ନାହିଁ । ଏମିତି ସମୟ ନଥିଲା ଯେତେବେଳେ ଏହାର ଅସ୍ତିତ୍ୱ ନଥିଲା ବା ଏମିତି ସମୟ ନାହିଁ ଯେତେବେଳେ ଏହାର ଅସ୍ତିତ୍ୱ ରହିବ ନାହିଁ । ଆତ୍ମାର ଜନ୍ମ ନାହିଁ; ଏହା ଚିରନ୍ତନ, ଅମର ଏବଂ ଶାଶ୍ୱତ ଅଟେ । ଶରୀର ନଷ୍ଟ ହେବା ସହିତ ଏହା ନଷ୍ଟ ହୁଏ ନାହିଁ ।
ନ ଜାୟତେ ମ୍ରିୟତେ ବା କଦାଚି-
ନ୍ନାୟଂ ଭୂତ୍ୱା ଭବିତା ବା ନ ଭୂୟଃ ।
ଅଜୋ ନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ
ନ ହନ୍ୟତେ ହନ୍ୟମାନେ ଶରୀରେ ।।୨୦।।
ଆତ୍ମାର ଜନ୍ମ ନାହିଁ ବା ତା’ର ମୃତ୍ୟୁ ନାହିଁ । ଏମିତି ସମୟ ନଥିଲା ଯେତେବେଳେ ଏହାର ଅସ୍ତିତ୍ୱ ନଥିଲା ବା ଏମିତି ସମୟ ନାହିଁ ଯେତେବେଳେ …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଏହି ଶ୍ଳୋକରେ ଆତ୍ମାର ଶାଶ୍ୱତ ସ୍ୱରୂପକୁ ସିଦ୍ଧ କରାଯାଇଛି, ଯାହା ନିତ୍ୟ ଏବଂ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱରେ । ତେଣୁ ଏହାର ଛଅ ପ୍ରକାର ପରିବର୍ତ୍ତନ ହୋଇ ନ ଥାଏ - ଅସ୍ତି, ଜାୟତେ, ବର୍ଦ୍ଧତେ, ବିପରିଣମତେ, ଅପକ୍ଷୀୟତେ ଓ ବିନଶ୍ୟତି । ଅର୍ଥାତ୍ ଗର୍ଭବାସ, ଜନ୍ମ, ବୃଦ୍ଧି, ବଂଶବୃଦ୍ଧି, କ୍ଷୟ ଏବଂ ମୃତ୍ୟୁ । ଏସବୁ ଶରୀରର ପରିବର୍ତ୍ତନ ଅଟେ, ଆତ୍ମାର ନୁହେଁ । ଯାହାକୁ ଆମେ ମୃତ୍ୟୁ କହୁ ତାହା କେବଳ ଶରୀରର ବିନାଶ ଅଟେ, କିନ୍ତୁ ଅମର ଆତ୍ମା ଏହି ଶାରୀରିକ ପରିବର୍ତ୍ତନରେ ପ୍ରଭାବିତ ହୁଏ ନାହିଁ । ବେଦରେ ଏହା ସମ୍ବନ୍ଧରେ ବାରମ୍ବାର ଗୁରୁତ୍ୱାରୋପଣ କରାଯାଇଛି । ଗୀତାର ଏହି ଶ୍ଳୋକ ସଦୃଶ କଠୋପନିଷଦରେ ଏକ ଶ୍ଳୋକ ଅଛି ।
ନା ଜାୟତେ ମ୍ରିୟତେ ବା ବିପଶ୍ଚିନ୍ନାୟଂ କୁତଶ୍ଚିନ୍ ନ ବଭୂବ କଶ୍ଚିତ୍
ଅଜୋ ନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ ନ ହନ୍ୟତେ ହନ୍ୟମାନେ ଶରୀରେ । (୧.୨.୧୮)
“ଆତ୍ମାର ଜନ୍ମ ନାହିଁ କି ଏହାର ମୃତ୍ୟୁ ନାହିଁ । ଏହା କାହାଠାରୁ ଉତ୍ପନ୍ନ ହୋଇ ନ ଥାଏ ବା ଏହାଠାରୁ କେହି ଉତ୍ପତ୍ତି ହୁଅନ୍ତି ନାହିଁ । ଏହା ଅଜନ୍ମା, ଚିରନ୍ତନ, ଅମର ଏବଂ ଚିରାୟୁ ଅଟେ । ଶରୀର ନଷ୍ଟ ହେଲେ ମଧ୍ୟ ଏହା ନଷ୍ଟ ହୁଏ ନାହିଁ ।” ବୃହଦାରଣ୍ୟକ ଉପନିଷଦ କହେ:
ସ ବା ଏଷ ମହାନ୍ ଅଜ ଆତ୍ମାଜରୋଽମରେଽମୃତେଽଭୟଃ । (୪.୪.୨୫)
“ଆତ୍ମା ଦୀପ୍ତିମୟ, ଅଜନ୍ମା, ମୃତ୍ୟୁରହିତ, ଜରାରହିତ, ଅମର ଏବଂ ନିର୍ଭୟ ଅଟେ ।”