Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 2, Verse 21

ବେଦବିନାଶିନଂ ନିତ୍ୟଂ ଯ ଏନମଜମବ୍ୟୟମ୍ ।
କଥଂ ସ ପୁରୁଷଃ ପାର୍ଥ କଂ ଘାତୟତି ହନ୍ତି କମ୍ ।।୨୧।।

ବେଦ- ଜାଣେ; ଅବିନାଶିନଂ-ଅବିନାଶୀ; ନିତ୍ୟଂ-ସର୍ବଦା; ଯ-ଯିଏ; ଏନଂ-ଏହି (ଆତ୍ମା)କୁ; ଅଜଂ-ଅଜ; ଅବ୍ୟୟମ୍‌- ଅବ୍ୟୟ; କଥଂ-କିପରି; ସଃ-ସେ; ପୁରୁଷଃ- ପୁରୁଷ; ପାର୍ଥ- ହେ ପାର୍ଥ (ଅର୍ଜୁନ); କଂ-କାହାକୁ; ଘାତୟତି- ଆଘାତ ପ୍ରାପ୍ତ ହୁଏ; ହନ୍ତି- ମାରେ, କମ୍‌-କାହାକୁ ।

Translation

BG 2.21: ହେ ପାର୍ଥ! ଆତ୍ମା ଅକ୍ଷୟ, ନିତ୍ୟ, ଅଜନ୍ମା ଏବଂ ଅପରିବର୍ତ୍ତନଶୀଳ ଅଟେ, ଯିଏ ଏହା ଜାଣନ୍ତି, ସେ କିପରି ଅନ୍ୟ କାହାକୁ ହତ୍ୟା କରିବେ ବା ଅନ୍ୟ ଦ୍ୱାରା ଆହତ ହେବେ?

Commentary

ଆଧ୍ୟାତ୍ମିକତାରେ ଯେଉଁମାନେ ଉଚ୍ଚ କକ୍ଷରେ ଅବସ୍ଥାପିତ, ସେମାନେ ଅହଂକାରକୁ ଦମନ କରିଥାଆନ୍ତି, ଯିଏ ଆମକୁ କର୍ମର କର୍ତ୍ତା ଭାବରେ ଅଭିମାନଯୁକ୍ତ କରିଥାଏ । ସେପରି ସ୍ଥିତିରେ ଜଣେ ଉପଲବ୍‌ଧି କରିପାରେ ବାସ୍ତବରେ ଆତ୍ମା କିଛି କରେ ନାହିଁ । ଏହିପରି ଉଚ୍ଚକୋଟିର ଆତ୍ମା, ସମସ୍ତ ପ୍ରକାର କର୍ମ କରୁଥିଲେ ମଧ୍ୟ କର୍ମ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି ଯେ ସେ ନିଜକୁ ଜ୍ଞାନର ସେହି ଉଚ୍ଚସ୍ତରକୁ ନେଇ ଯାଆନ୍ତୁ ଏବଂ ନିଜକୁ ଅକର୍ତ୍ତା ବିବେଚନା କରି ସମସ୍ତ ଅହଂକାର ତ୍ୟାଗ କରି, ନିଜର କର୍ତ୍ତବ୍ୟ ପାଳନ କରନ୍ତୁ ଏବଂ ସେଥିରେ ଅବହେଳା ପ୍ରଦର୍ଶନ କରନ୍ତୁ ନାହିଁ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
2. ସାଂଖ୍ୟ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!