Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 2, Verse 22

ବାସାଂସି ଜୀର୍ଣ୍ଣାନି ଯଥା ବିହାୟ
ନବାନି ଗୃହ୍‌ଣାତି ନରୋଽପରାଣି ।
ତଥା ଶରୀରାଣି ବିହାୟ ଜୀର୍ଣ୍ଣା-
ନ୍ୟନ୍ୟାନି ସଂଯାତି ନବାନି ଦେହୀ ।।୨୨।।

ବାସାଂସି- ବସ୍ତ୍ର; ଜୀର୍ଣ୍ଣାନି-ପୁରାତନ; ଯଥା-ଯେପରି; ବିହାୟ-ତ୍ୟାଗ କରି; ନବାନି-ନୂତନ; ଗୃହ୍‌ଣାତି-ଗ୍ରହଣ କରେ; ନରଃ-ମାନବ; ଅପରାଣି-ଅନ୍ୟ; ତଥା-ସେହିପରି; ଶରୀରାଣି-ଶରୀରମାନ; ବିହାୟ-ତ୍ୟାଗ କରି; ଜୀର୍ଣ୍ଣାନି-ପୁରାତନ ଏବଂ ଅଦରକାରୀ; ଅନ୍ୟାନି-ଅନ୍ୟ; ସଂଯାତି-ପ୍ରବେଶ କରେ; ନବାନି-ନୂତନ; ଦେହୀ-ଶରୀରଧାରୀ ଆତ୍ମା ।

Translation

BG 2.22: ଯେପରି ଜଣେ ବ୍ୟକ୍ତି ପୁରାତନ ବସ୍ତ୍ର ତ୍ୟାଗ କରି ନୂତନ ବସ୍ତ୍ର ଧାରଣ କରିଥାଆନ୍ତି, ସେହିପରି ମୃତ୍ୟୁ ସମୟରେ ଆତ୍ମା ଜରାଜୀର୍ଣ୍ଣ ଶରୀର ତ୍ୟାଗ କରି ଏକ ନୂତନ ଶରୀର ଧାରଣ କରେ ।

Commentary

ଆତ୍ମାର ସ୍ୱରୂପ ସମ୍ବନ୍ଧରେ ଅଧିକ ବର୍ଣ୍ଣନା କରିବାକୁ ଯାଇ ଶ୍ରୀକୃଷ୍ଣ ପୁର୍ନଜନ୍ମର ତଥ୍ୟକୁ ପୁଣି କହୁଛନ୍ତି ଏବଂ ଏହାକୁ ଏକ ଦୈନନ୍ଦିନ କାର୍ଯ୍ୟ ସହିତ ତୁଳନା କରିଛନ୍ତି । ଯେତେବେଳେ ଆମେ ପରିଧାନ କରୁଥିବା ବସ୍ତ୍ର ଛିନ୍ନ ଏବଂ ଅଦରକାରୀ ହୋଇଯାଏ, ଆମେ ତାହାକୁ ତ୍ୟାଗ କରି ନୂତନ ବସ୍ତ୍ର ଧାରଣ କରୁ । ଏପରି କରିବା ଦ୍ୱାରା ଆମେ ନିଜକୁ ପରିବର୍ତ୍ତନ କରି ନ ଥାଉ । ସେହିପରି ଆତ୍ମା ନିଜର ପୁରାତନ ଅବକ୍ଷୟ ପ୍ରାପ୍ତ ଶରୀର ତ୍ୟାଗ କରି ଅନ୍ୟତ୍ର ଏକ ନୂତନ ଶରୀର ଧାରଣ କଲାବେଳେ, ଏହାର କୌଣସି ପରିବର୍ତ୍ତନ ହୁଏ ନାହିଁ ।

ନ୍ୟାୟ ଦର୍ଶନ ପୁନର୍ଜନ୍ମର ତଥ୍ୟ ପ୍ରମାଣିତ କରିବା ପାଇଁ ଏହି ତର୍କ ଉପସ୍ଥାପନ କରିଥାଏ:

ଜାତସ୍ୟ ହର୍ଷଭୟଶୋକ ସମ୍ପ୍ରତିପତ୍ତେଃ । (୩.୧.୧୮)

ଏଥିରେ କୁହାଯାଇଛି ଯେ ଆମେ ଯଦି କୌଣସି ନବଜାତ ଶିଶୁକୁ ଲକ୍ଷ୍ୟ କରିବା, ତେବେ ଆମେ ଦେଖିପାରିବା କୌଣସି କାରଣ ନ ଥାଇ ପିଲାଟି ବେଳେବେଳେ ହସୁଛି, ବେଳେବେଳେ ଦୁଃଖିତ ହେଉଛି ଏବଂ ବେଳେବେଳେ ଭୟଭୀତ ହୋଇଯାଉଛି । ନ୍ୟାୟ ଦର୍ଶନ ଅନୁସାରେ ପିଲାଟି ତା’ର ପୂର୍ବଜନ୍ମକୁ ସ୍ମରଣ କରି ଏହି ସବୁ ପ୍ରତିକ୍ରିୟା ପ୍ରକାଶ କରୁଛି । ଯେତେବେଳେ ସେ ବଡ଼ ହୁଏ, ଏହି ଜନ୍ମର ଘଟଣାବଳୀ ସବୁ ମନରେ ଏତେ ପ୍ରବଳ ଛାପ ପକାଏ ଯେ ତାହା ପୁନର୍ଜନ୍ମର ସମସ୍ତ ସ୍ମୃତିକୁ ଭୁଲାଇଦିଏ । ତାଛଡ଼ା ମୃତ୍ୟୁ ଓ ଜନ୍ମର ପ୍ରକ୍ରିୟା ଏତେ କଷ୍ଟ ଦାୟକ ହୋଇଥାଏ ଯେ, ତାହା ପୂର୍ବଜନ୍ମର ଅଧିକାଂଶ ସ୍ମୃତିକୁ ଲିଭାଇଦିଏ ।

ନ୍ୟାୟ ଦର୍ଶନ ପୁନର୍ଜନ୍ମ ସପକ୍ଷରେ ଅନ୍ୟ ଏକ ଯୁକ୍ତି ଉପସ୍ଥାପନ କରେ: ସ୍ତନ୍ୟାଭିଲାଷାତ୍ (୩.୧.୨୧) । ଏହା ଅନୁଯାୟୀ, ନବଜାତ ଶିଶୁର ଭାଷା ଜ୍ଞାନ ନଥାଏ । ତା’ହେଲେ ମା’ କିପରି ତା’ର ସ୍ତନକୁ ଶିଶୁର ପାଟିରେ ପୁରାଇ ସ୍ତନପାନ କରିବାକୁ ଶିଖାଇବ? କିନ୍ତୁ ଏହି ନବଜାତ ଶିଶୁଟି ତା’ର ଅଗଣିତ ପୂର୍ବଜନ୍ମରେ, ଏପରିକି ପ୍ରାଣୀ ରୂପରେ, ସ୍ତନ, ପହ୍ନା ଆଦିରୁ ଅଗଣିତ ମା’ଙ୍କ ଠାରୁ ସ୍ତନପାନ କରିଛି । ତେଣୁ ଯେତେବେଳେ ମା’ ତା’ର ସ୍ତନ ଶିଶୁର ପାଟିରେ ଦିଏ, ସେ ତା’ର ପୂର୍ବ ଅଭ୍ୟାସ ଅନୁସାରେ ପାନ କରିବାକୁ ଲାଗେ ।

ପୁର୍ନଜନ୍ମର ତର୍କକୁ ଗ୍ରହଣ ନ କଲେ ମନୁଷ୍ୟମାନଙ୍କ ମଧ୍ୟରେ ଦେଖାଯାଉଥିବା ସବୁ ପାର୍ଥକ୍ୟ ଅବୋଧ୍ୟ ଓ ଅଯୌକ୍ତିକ ମନେ ହେବ । ଉଦାହରଣ ସ୍ୱରୂପ, ମନେକରନ୍ତୁ ଜଣେ ବ୍ୟକ୍ତି ଜନ୍ମରୁ ଅନ୍ଧ । ସେ ଯଦି ପଚାରିବେ ତାଙ୍କୁ କାହିଁକି ଏମିତି ଦଣ୍ଡ ମିଳିଲା, ଆମେ ତାଙ୍କୁ କ’ଣ ଉତ୍ତର ଦେବା? ଆମେ ଯଦି କହିବା ଏହା ତା’ର କର୍ମର ଫଳ ଅଟେ, ସେ ଯୁକ୍ତି କରିପାରନ୍ତି ଯଦି ଏହି ଜନ୍ମଟି ହିଁ ତାଙ୍କର ଏକମାତ୍ର ଜନ୍ମ ଅଟେ, ତେବେ ଜନ୍ମ ସମୟରେ ସେ ଏପରି କେଉଁ କର୍ମ କରିଥିବେ ଯାହାର ପରିଣାମ ସ୍ୱରୂପ ତାଙ୍କୁ ଏହି ଦଣ୍ଡ ମିଳିବ? ଯଦି ଆମେ କହିବା ଏହା ଭଗବାନଙ୍କର ଇଚ୍ଛା ଥିଲା, ତାହା ମଧ୍ୟ ଅଯୌକ୍ତିକ ହେବ । କାରଣ ଭଗବାନ ଅକାରଣ କରୁଣ ଅଟନ୍ତି, ତେଣୁ ସେ ବିନା କାରଣରେ କାହାକୁ କାହିଁକି ଅନ୍ଧ କରିବେ? ଏକମାତ୍ର ଯୁକ୍ତିଯୁକ୍ତ ଉତ୍ତର ଏହା ଯେ ତାଙ୍କର ପୂର୍ବଜନ୍ମର କର୍ମର ଫଳସ୍ୱରୂପ ସେ ଅନ୍ଧ ଭାବରେ ଜନ୍ମ ଗ୍ରହଣ କରିଛନ୍ତି । ଅତଏବ, ସାଧାରଣ ତର୍କ ଦୃଷ୍ଟିରୁ ଏବଂ ଶାସ୍ତ୍ରବାଣୀ ଅନୁସାରେ ଆମକୁ ପୂର୍ବଜନ୍ମର ତର୍କକୁ ଗ୍ରହଣ କରିବାକୁ ପଡ଼ିବ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
2. ସାଂଖ୍ୟ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!