ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ ।
ନ ଚୈନଂ କ୍ଳେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ ।।୨୩।।
ନ-ନୁହେଁ; ଏନଂ-ଏହି ଆତ୍ମାକୁ; ଛିନ୍ଦନ୍ତି- ଛିନ୍ନ କରିପାରେ; ଶସ୍ତ୍ରାଣି- ସମସ୍ତ ଶସ୍ତ୍ର; ନ-ନୁହେଁ; ଏନଂ- ଏ ଆତ୍ମାକୁ; ଦହତି-ଦହନ କରିପାରେ; ପାବକ-ଅଗ୍ନି; ନ-ନୁହେଁ; ଚ-ଏବଂ; ଏନଂ-ଏହି ଆତ୍ମାକୁ; କ୍ଳେଦୟନ୍ତି-ଆର୍ଦ୍ର କରେ; ଆପଃ-ଜଳ; ନ-ନୁହେଁ; ଶୋଷୟତି- ଶୁଷ୍କ କରେ; ମାରୁତଃ-ବାୟୁ (ପବନ) ।
BG 2.23: ଆତ୍ମାକୁ ଅସ୍ତ୍ର ଖଣ୍ଡ ବିଖଣ୍ଡିତ କରି ପାରିବ ନାହିଁ, ଅଗ୍ନି ଜଳାଇ ପାରିବ ନାହିଁ । ଜଳ ଏହାକୁ ଓଦା କରି ପାରିବ ନାହିଁ ବା ବାୟୁ ଏହାକୁ ଶୁଖାଇ ପାରିବ ନାହିଁ ।
ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ ।
ନ ଚୈନଂ କ୍ଳେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ ।।୨୩।।
ଆତ୍ମାକୁ ଅସ୍ତ୍ର ଖଣ୍ଡ ବିଖଣ୍ଡିତ କରି ପାରିବ ନାହିଁ, ଅଗ୍ନି ଜଳାଇ ପାରିବ ନାହିଁ । ଜଳ ଏହାକୁ ଓଦା କରି ପାରିବ ନାହିଁ ବା ବାୟୁ …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଚୈତନ୍ୟତା, ଯାହା ଆତ୍ମାର ଲକ୍ଷଣ ଅଟେ, ତାହାର ଅନୁଭବ ମାୟିକ ଉପକରଣ ଦ୍ୱାରା କରାଯାଇପାରିବ, କିନ୍ତୁ ଆତ୍ମାର ପ୍ରତ୍ୟକ୍ଷ ଅନୁଭବ କରିହେବ ନାହିଁ । ଆତ୍ମା ଦିବ୍ୟ ଅଟେ, ତେଣୁ ଏହା ଭୌତିକ ବସ୍ତୁ ଦ୍ୱାରା ଗ୍ରାହ୍ୟ ନୁହେଁ । ଶ୍ରୀକୃଷ୍ଣ ଏହାକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି, ବାୟୁ ଆତ୍ମାକୁ ଶୁଖାଇ ପାରିବ ନାହିଁ, ଜଳ ଏହାକୁ ଓଦା କରିପାରିବ ନାହିଁ ବା ଅଗ୍ନି ଏହାକୁ ଜଳାଇ ପାରିବ ନାହିଁ ।