Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 2, Verse 26

ଅଥ ଚୈନଂ ନିତ୍ୟଜାତଂ ନିତ୍ୟଂ ବା ମନ୍ୟସେ ମୃତମ୍ ।
ତଥାପି ତ୍ୱଂ ମହାବାହୋ ନୈବଂ ଶୋଚିତୁମର୍ହସି ।।୨୬।।

ଅଥ- ଯଦିଓ; ଚ-ଏବଂ; ଏନଂ- ଏହି ଆତ୍ମା; ନିତ୍ୟଜାତଂ- ନିତ୍ୟଜାତ; ନିତ୍ୟଂ-ସର୍ବଦା; ବା-କିମ୍ବା; ମନ୍ୟସେ- ତୁମେ ଭାବୁଛ; ମୃତଂ-ମୃତ; ତଥାପି-ତଥାପି; ତ୍ୱଂ-ତୁମେ; ମହାବାହୋ- ହେ ମହାବାହୁ; ନ- ନୁହେଁ; ଏନଂ-ଏହି ଆତ୍ମା; ଶୋଚିତୁମ୍‌-ଦୁଃଖ କରିବା; ଅର୍ହସି-ଉଚିତ୍ ।

Translation

BG 2.26: ହେ ପରାକ୍ରମୀ ଅର୍ଜୁନ! ଯଦି ତୁମେ ଏପରି ଭାବୁଥାଅ ଯେ ଆତ୍ମାର ସର୍ବଦା ଜନ୍ମ ଏବଂ ମୃତ୍ୟୁ ହୋଇଥାଏ, ତଥାପି ତୁମେ ଏପରି ଶୋକ କରିବା ଉଚିତ୍ ନୁହେଁ ।

Commentary

ଶ୍ରୀକୃଷ୍ଣ ଏଠାରେ ଅଥ ଶବ୍ଦ ପ୍ରୟୋଗ କରି ସୂଚିତ କରୁଛନ୍ତି ଯେ ଅର୍ଜୁନ ହୁଏତ ଆତ୍ମା ସମ୍ବନ୍ଧରେ ଥିବା ଅନ୍ୟାନ୍ୟ ମତବାଦକୁ ବିଶ୍ୱାସ କରିବାକୁ ଇଚ୍ଛା କରୁଥାଇପାରନ୍ତି । ଏହି ଶ୍ଳୋକଟିକୁ ଭାରତୀୟ ଦାର୍ଶନିକ ଚିନ୍ତାଧାରାର ଆତ୍ମା ସମ୍ବନ୍ଧୀୟ ପୃଥକ ପୃଥକ ମତବାଦ ପରିପ୍ରେକ୍ଷୀରେ ବୁଝିବାକୁ ପଡ଼ିବ । ଭାରତୀୟ ଦର୍ଶନରେ ମୁଖ୍ୟତଃ ବାରଟି ମତବାଦ ରହିଛି । ଏମାନଙ୍କ ମଧ୍ୟରେୁ ଛଅଟି ଦର୍ଶନ ବେଦକୁ ମାନ୍ୟତା ଦିଅନ୍ତି ତେଣୁ ସେମାନଙ୍କୁ ଆସ୍ତିକ ଦର୍ଶନ କୁହାଯାଏ । ଏମାନେ ହେଲେ - ମୀମାଂସା, ବେଦାନ୍ତ, ନ୍ୟାୟ, ବୈଶେଷିକ, ସାଂଖ୍ୟ ଏବଂ ଯୋଗ । ଏମାନଙ୍କର ଅନେକ ଶାଖା ମଧ୍ୟ ରହିଛି - ଉଦାହରଣ ସ୍ୱରୂପ, ବେଦାନ୍ତ ଦର୍ଶନରେ ଛଅଟି ଭିନ୍ନ ମତବାଦ ରହିଛି - ଅଦ୍ୱୈତବାଦ, ଦ୍ୱୈତବାଦ, ବିଶିଷ୍ଟାଦ୍ୱୈତବାଦ, ବିଶୁଦ୍ଧ ଦୈତବାଦ, ଦ୍ୱୈତାଦ୍ୱୈତବାଦ ଏବଂ ଅଚିନ୍ତ୍ୟ ଭେଦାଭେଦ ବାଦ । ଏମାନଙ୍କ ମଧ୍ୟରୁ ପ୍ରତ୍ୟେକ ମତବାଦର ପୁଣି ବିଭିନ୍ନ ଶାଖା ରହିଛି । ଉଦାହାରଣ  ସ୍ୱରୂପ, ଅଦ୍ୱୈତବାଦର ଦୃଷ୍ଟି ସୃଷ୍ଟି ବାଦ, ଅବଚ୍ଛେଦ୍ୟ ବାଦ, ବିମ୍ବ-ପ୍ରତିବିମ୍ବ ବାଦ, ବିବର୍ତ୍ତବାଦ, ଅଜାତ ବାଦ ଇତ୍ୟାଦି ଭିନ୍ନ ଭିନ୍ନ ଉପଶାଖା ରହିଛି । ଆମେ ଏଠାରେ ଏହିସବୁ ମତବାଦର ବିଷଦ ବର୍ଣ୍ଣନ କରିବା ନାହିଁ । ଆମ ପାଇଁ କେବଳ ଏତିକି ଜାଣିବା ଯଥେଷ୍ଟ ଯେ ଏହି ସବୁ ମତବାଦ ବେଦକୁ ସିଦ୍ଧାନ୍ତର ଉତ୍ସ ଭାବରେ ଗ୍ରହଣ କରନ୍ତି । ତଦନୁଯାୟୀ, ସେମାନେ ସମସ୍ତେ ନିତ୍ୟ, ଅପରିବର୍ତ୍ତନୀୟ ଆତ୍ମାକୁ ମୁଁ ଭାବରେ ଗ୍ରହଣ କରନ୍ତି ।

ଅବଶିଷ୍ଟ ଛଅଟି ଭାରତୀୟ ଦର୍ଶନ ବେଦର ପ୍ରଭୁତ୍ୱକୁ ସ୍ୱୀକାର କରନ୍ତି ନାହିଁ । ଏଗୁଡ଼ିକ ହେଲା ଚାର୍ବାକବାଦ, ବୌଦ୍ଧଧର୍ମ ଅନ୍ତର୍ଗତ ଚାରୋଟି ମତବାଦ (ଯୋଗାଚାରବାଦ, ମାଧ୍ୟମିକ ବାଦ, ବୈଭାଶିକ ବାଦ ଏବଂ ସୌତାନ୍ତ୍ରିକ ବାଦ) ଏବଂ ଜୈନଧର୍ମ । ଆତ୍ମାର ସ୍ୱରୂପ ସମ୍ବନ୍ଧରେ ଏମାନଙ୍କର ନିଜସ୍ୱ ସ୍ୱତନ୍ତ୍ର ମତ ରହିଛି । ଚାର୍ବାକ ବାଦ ଅନୁଯାୟୀ ଶରୀର ହିଁ ‘ମୁଁ’ ଅଟେ ଏବଂ ଚୈତନ୍ୟତା ଏହାର ସମସ୍ତ ଅଂଶର ସମଷ୍ଟିର ଉଦ୍ଭବ ଅଟେ । ଜୈନ ମତବାଦ ଅନୁଯାୟୀ ଆତ୍ମାର ଆକାର ଶରୀରର ଆକାର ସହିତ ସମାନ, ତେଣୁ ଏହା ପ୍ରତି ଜନ୍ମରେ ପରିବର୍ତ୍ତିତ ହୁଏ । ବୌଦ୍ଧ ମତବାଦ ଏକ ଚିରନ୍ତନ ଆତ୍ମାର ଅସ୍ତିତ୍ୱକୁ ସ୍ୱୀକାର କରେ ନାହିଁ, ବରଂ ଏହା କହିଥାଏ ଯେ  ଗୋଟିଏ ଜନ୍ମରୁ ଆଉ ଗୋଟିଏ ଜନ୍ମ ଜୀବନର ନବୀକରଣ ଧାରା ଅବ୍ୟାହତ ରହିଥାଏ, ଯାହା ବ୍ୟକ୍ତିର ନିରନ୍ତରତାକୁ ବଜାୟ ରଖେ ।

ଏପରି ମନେ ହୁଏ ଯେ ଶ୍ରୀକୃଷ୍ଣଙ୍କ ସମୟରେ ମଧ୍ୟ ବୌଦ୍ଧ ସିଦ୍ଧାନ୍ତ ଅନୁରୂପ, ନବୀକରଣ ଓ ଆତ୍ମାର ଅସ୍ଥାୟୀତ୍ୱ ସମ୍ବନ୍ଧି ମତ ପ୍ରଚଳିତ ଥିଲା । ତେଣୁ ସେ ଅର୍ଜୁନଙ୍କୁ କହୁଛନ୍ତି, ଯଦି ସେ ପ୍ରତି ଜନ୍ମରେ ନୂତନ ଆତ୍ମାର ସିଦ୍ଧାନ୍ତକୁ ଗ୍ରହଣ କରୁଥାଆନ୍ତି, ତେବେ ମଧ୍ୟ ଶୋକ କରିବାର କୌଣସି କାରଣ ନାହିଁ । କାହିଁକି ଜଣେ ଶୋକ କରିବା ଉଚିତ ନୁହେଁ, ସେହି ବିଷୟରେ ପରବର୍ତ୍ତୀ ଶ୍ଳୋକରେ ବର୍ଣ୍ଣନା କରାଯାଇଅଛି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
2. ସାଂଖ୍ୟ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!