ଜାତସ୍ୟ ହି ଧ୍ରୁବୋ ମୃତ୍ୟୁର୍ଧ୍ରୁବଂ ଜନ୍ମ ମୃତସ୍ୟ ଚ ।
ତସ୍ମାଦପରିହାର୍ଯ୍ୟେଽର୍ଥେ ନ ତ୍ୱଂ ଶୋଚିତୁମର୍ହସି ।।୨୭।।
ଜାତସ୍ୟ-ଯିଏ ଜନ୍ମ ହୋଇଛି; ହି-ପାଇଁ; ଧ୍ରୁବଃ-ନିଶ୍ଚିତ; ମୃତ୍ୟୁଃ-ମୃତ୍ୟୁ; ଧ୍ରୁବଂ-ନିଶ୍ଚିତ; ଜନ୍ମ-ଜନ୍ମ; ମୃତସ୍ୟ-ମୃତର; ଚ-ଏବଂ; ତସ୍ମାତ୍-ତେଣୁ; ଅପରିହାର୍ଯ୍ୟେ ଅର୍ଥେ - ଯାହା ଅନିବାର୍ଯ୍ୟ; ନ-ନୁହେଁ; ତ୍ୱଂ-ତୁମେ; ଶୋଚିତୁମ୍-ଶୋକ କରିବା; ଅର୍ହସି-ଉଚିତ୍ ।
BG 2.27: ଯିଏ ଜନ୍ମ ହୋଇଛି ତାର ମୃତ୍ୟୁ ନିଶ୍ଚିତ । ଯାହାର ମୃତ୍ୟୁ ହୋଇଛି ତାର ପୁର୍ନଜନ୍ମ ନିଶ୍ଚିତ । ତେଣୁ ତୁମେ ଏହି ଅନିବାର୍ଯ୍ୟ ଘଟଣା ପାଇଁ ଶୋକ କରିବା ଉଚିତ ନୁହେଁ ।
ଜାତସ୍ୟ ହି ଧ୍ରୁବୋ ମୃତ୍ୟୁର୍ଧ୍ରୁବଂ ଜନ୍ମ ମୃତସ୍ୟ ଚ ।
ତସ୍ମାଦପରିହାର୍ଯ୍ୟେଽର୍ଥେ ନ ତ୍ୱଂ ଶୋଚିତୁମର୍ହସି ।।୨୭।।
ଯିଏ ଜନ୍ମ ହୋଇଛି ତାର ମୃତ୍ୟୁ ନିଶ୍ଚିତ । ଯାହାର ମୃତ୍ୟୁ ହୋଇଛି ତାର ପୁର୍ନଜନ୍ମ ନିଶ୍ଚିତ । ତେଣୁ ତୁମେ ଏହି ଅନିବାର୍ଯ୍ୟ ଘଟଣା ପାଇଁ …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଇଂରାଜୀରେ ଗୋଟିଏ ଲୋକପ୍ରିୟ ଢଗ ଅଛି, “ମୃତ୍ୟୁ ପରି ସୁନିଶ୍ଚିତ” । ବେଞ୍ଜାମିନ୍ ଫ୍ରାଙ୍କଲିନ କହିଥିଲେ: “କେବଳ ମୃତ୍ୟୁ ଏବଂ କର (ଞବଙ୍ଘ) ଜୀବନରେ ସୁନିଶ୍ଚିତ ଅଟେ” । ଜୀବନରେ ସବୁଠାରୁ ବଡ ସତ୍ୟ ଏହା ଯେ ଆମେ ସମସ୍ତେ ଦିନେ ମୃତ୍ୟୁ ମୁଖରେ ପଡ଼ିବା । ମନସ୍ତତ୍ତ୍ୱ ବିତ୍ମାନେ ମୃତ୍ୟୁର ଭୟକୁ ଜୀବନର ସବୁଠାରୁ ବଡ଼ ଭୟ ରୂପେ ବିବେଚନା କରନ୍ତି । ପତଞ୍ଜଳୀ ଯୋଗ ଦର୍ଶନରେ ମଧ୍ୟ ଅଭିନିବେଶ ବା ଯେ କୌଣସି ମୂଲ୍ୟରେ ବଞ୍ôଚରହିବାର ପ୍ରଚେଷ୍ଟାକୁ ମାୟିକ ବୁଦ୍ଧିର ଏକ ଗୁଣ ଭାବରେ ବର୍ଣ୍ଣନା କରାଯାଇଛି । ଯାହାର ଜନ୍ମ ହୁଏ, ତା’ର ମୃତ୍ୟୁ ସୁନିଶ୍ଚିତ । ତେଣୁ ଯେତେବେଳେ କୌଣସି ଘଟଣା ନିଶ୍ଚିତ, ତା ପାଇଁ ଅନୁଶୋଚନା କାହିଁକି? ମହାଭାରତରେ ଏହିପରି ଏକ ଘଟଣା ବର୍ଣ୍ଣନା କରାଯାଇଛି । ବନବାସ ସମୟରେ, ଦିନେ ଜଙ୍ଗଲରେ ବୁଲୁଥିବା ସମୟରେ ପାଣ୍ଡବମାନେ ତୃଷାଗ୍ରସ୍ତ ହୋଇ ଏକ କୂଅ ନିକଟରେ ପହଞ୍ôଚଲେ । ଯୁଧିଷ୍ଠିର ଭୀମଙ୍କୁ ସେମାନଙ୍କ ପାଇଁ ପାଣି ଆଣିବାକୁ କହିଲେ । ଭୀମ ଯେତେବେଳେ କୂଅ ପାଖକୁ ଗଲେ, କୂଅ ଭିତରୁ ଜଣେ ଯକ୍ଷ କହିଲେ, “ପ୍ରଥମେ ମୋର ପ୍ରଶ୍ନର ଉତ୍ତର ଦେଲେ ହିଁ ମୁଁ ତୁମକୁ ପାଣି ନେବାକୁ ଅନୁମତି ଦେବି” । ଭୀମ ତାଙ୍କ କଥାକୁ କର୍ଣ୍ଣପାତ ନ କରି ପାଣି କାଢିବାକୁ ଉଦ୍ୟତ ହୁଅନ୍ତେ ଯକ୍ଷ ତାଙ୍କୁ କୁଅ ମଧ୍ୟକୁ ଟାଣି ନେଲେ । କିଛି ସମୟ ପରେ ଭୀମ ନ ଫେରିବାର ଦେଖି, ଯୁଧିଷ୍ଠିର ବ୍ୟସ୍ତ ହୋଇ ଅର୍ଜୁନଙ୍କୁ କ’ଣ ହୋଇଛି ଦେଖିବା ପାଇଁ ଏବଂ ପାଣି ଆଣିବା ପାଇଁ ପଠାଇଲେ । ଅର୍ଜୁନ ଯେତେବେଳେ କୁଅ ନିକଟରେ ପହଞ୍ôଚଲେ, ତାଙ୍କୁ ମଧ୍ୟ ଯକ୍ଷ କହିଲେ, “ ମୁଁ ତୁମ ଭାଇଙ୍କୁ ବନ୍ଦୀ କରିସାରିଛି । ମୋର ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେବା ପୂର୍ବରୁ ପାଣି ନେବା ପାଇଁ ଚେଷ୍ଟା କର ନାହିଁ । ଅର୍ଜୁନ ମଧ୍ୟ ତାଙ୍କ କଥା ଶୁଣିଲେ ନାହିଁ, ଏବଂ ଯକ୍ଷ ତାଙ୍କୁ ମଧ୍ୟ କୁଅ ମଧ୍ୟକୁ ଟାଣିନେଲେ । ତାପରେ ନକୁଳ ଓ ସହଦେବ ସେଠାକୁ ଗଲେ ଏବଂ ସେମାନଙ୍କର ମଧ୍ୟ ସେହି ଦଶା ହେଲା । ଶେଷରେ ଯୁଧିଷ୍ଠିର ନିଜେ କୁଅ ନିକଟକୁ ଆସିଲେ । ଏଥର ମଧ୍ୟ ଯକ୍ଷ କହିଲେ, ତୁମେ ଯଦି କୁଅରୁ ପାଣି ପିଇବାକୁ ଚାହୁଁଛ ତାହେଲେ ମୋ ପ୍ରଶ୍ନର ଉତ୍ତର ଦିଅ, ନଚେତ୍ ତୁମ ଚାରି ଭାଇଙ୍କ ପରି ତୁମକୁ ମଧ୍ୟ ମୁଁ କୁଅ ଭିତରକୁ ଟାଣିନେବି । ଯୁଧିଷ୍ଠିର ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ରାଜି ହେଲେ । ବାସ୍ତବରେ ମୃତ୍ୟୁର ଦେବତା ଯମରାଜ ହିଁ ଛଦ୍ମ ବେଶରେ ଯକ୍ଷ ରୂପରେ ଥିଲେ । ସେ ଷାଠିଏଟି ପ୍ରଶ୍ନ କରିଥିଲେ, ଯାହାର ଉତ୍ତର ଯୁଧିଷ୍ଠିର ସଠିକ ଭାବେ ଦେଇଥିଲେ । ତନ୍ମଧ୍ୟରୁ ଗୋଟିଏ ପ୍ରଶ୍ନ ଥିଲା: କିଂ ଆଶ୍ଚର୍ଯ୍ୟମ୍? ସଂସାରରେ ସବୁଠାରୁ ବଡ ଆଶ୍ଚର୍ଯ୍ୟ କ’ଣ? ଯୁଧିଷ୍ଠିର ଉତ୍ତର ଦେଲେ:
ଅହନ୍ୟହନି ଭୂତାନି ଗଚ୍ଛନ୍ତୀହ ଯମାଳୟମ୍
ଶେଷାଃ ସ୍ଥିରତ୍ୱମ୍ ଇଚ୍ଛନ୍ତି କିମାଆଶ୍ଚର୍ଯ୍ୟମତଃ ପରମ୍ (ମହାଭାରତ)
“ପ୍ରତି ମୁହୂର୍ତ୍ତରେ ଲୋକେ ମରୁଛନ୍ତି । ଜୀବିତ ରହିଥିବା ଲୋକେ ଏହିସବୁ ଘଟଣା ଦେଖୁଛନ୍ତି, କିନ୍ତୁ ତଥାପି ସେମାନେ ଚିନ୍ତା କରୁନାହାନ୍ତି ଯେ ଦିନେ ସେମାନେ ମଧ୍ୟ ମୃତ୍ୟୁ ମୁଖରେ ପଡ଼ିବେ । ଏହାଠାରୁ ବଳି ଆଶ୍ଚର୍ଯ୍ୟ ଆଉ କ’ଣ ହୋଇପାରେ? ଶ୍ରୀକୃଷ୍ଣ ଏହି ଶ୍ଲୋକରେ ବୁଝାଉଛନ୍ତି ଯେ ଜୀବନର ଅନ୍ତ ଅନିବାର୍ଯ୍ୟ ଅଟେ, ତେଣୁ ଜ୍ଞାନୀ ବ୍ୟକ୍ତି ଏପରି ଏକ ନିଶ୍ଚିତ ଘଟଣା ପାଇଁ ଅନୁଶୋଚନା କରିବା ଉଚିତ ନୁହେଁ ।