ଅବ୍ୟକ୍ତାଦୀନି ଭୂତାନି ବ୍ୟକ୍ତମଧ୍ୟାନି ଭାରତ ।
ଅବ୍ୟକ୍ତନିଧନାନ୍ୟେବ ତତ୍ର କା ପରିଦେବନା ।।୨୮।।
ଅବ୍ୟକ୍ତାଦୀନି-ଜନ୍ମ ପୂର୍ବରୁ ଅପ୍ରକଟ; ଭୂତାନି-ସୃଷ୍ଟ ଜୀବ; ବ୍ୟକ୍ତ-ପ୍ରକଟିତ; ମଧ୍ୟାନି-ମଧ୍ୟ ଭାଗରେ; ଭାରତ- ହେ ଭରତ ବଂଶଜ; ଅବ୍ୟକ୍ତ-ଅପ୍ରକାଶ୍ୟ; ନିଧନାନି- ମୃତ୍ୟୁରେ; ଏବ-ବାସ୍ତବରେ; ତତ୍ର-ତହିଁରେ; କା-କି; ପରିଦେବନା-ଦୁଃଖ ।
BG 2.28: ହେ ଭାରତ ଶ୍ରେଷ୍ଠ! ଜନ୍ମ ପୂର୍ବରୁ ସମସ୍ତ ପ୍ରାଣୀ ଅପ୍ରକଟିତ ଥା’ନ୍ତି, ଜୀବନ କାଳରେ ପ୍ରକଟିତ ହୁଅନ୍ତି ଏବଂ ପୁନର୍ବାର ମୃତ୍ୟୁରେ ଅପ୍ରକଟ ହୋଇଯାନ୍ତି । ତେଣୁ ଶୋକ କାହଁକି କରୁଛ?
ଅବ୍ୟକ୍ତାଦୀନି ଭୂତାନି ବ୍ୟକ୍ତମଧ୍ୟାନି ଭାରତ ।
ଅବ୍ୟକ୍ତନିଧନାନ୍ୟେବ ତତ୍ର କା ପରିଦେବନା ।।୨୮।।
ହେ ଭାରତ ଶ୍ରେଷ୍ଠ! ଜନ୍ମ ପୂର୍ବରୁ ସମସ୍ତ ପ୍ରାଣୀ ଅପ୍ରକଟିତ ଥା’ନ୍ତି, ଜୀବନ କାଳରେ ପ୍ରକଟିତ ହୁଅନ୍ତି ଏବଂ ପୁନର୍ବାର ମୃତ୍ୟୁରେ ଅପ୍ରକଟ ହୋଇଯାନ୍ତି । ତେଣୁ …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ଆତ୍ମା ସମ୍ବନ୍ଧୀୟ ପଶ୍ଚାଚାପର କାରଣ ଶ୍ଲୋକ ୨.୨୦ରେ ଏବଂ ଶରୀର ସମ୍ବନ୍ଧୀୟ ପଶ୍ଚାତାପର କାରଣକୁ ଶ୍ଲୋ ୨.୨୭ରେ ଖଣ୍ଡନ କରିଛନ୍ତି । ବର୍ତ୍ତମାନ ଉଭୟକୁ ସେ ଏହି ଶ୍ଲୋକରେ ସମାହିତ କରିଛନ୍ତି । ଦେବର୍ଷି ନାରଦ ଯୁଧିଷ୍ଠିରଙ୍କୁ ଏହି ଅନୁରୂପ ଉପଦେଶ ଶ୍ରୀମଦ୍ ଭାଗବତମ୍ରେ ଦେଇଛନ୍ତି :
ଯନ୍ ମନ୍ୟସେ ଧ୍ରୁବଂ ଲୋକଂ ଅଧ୍ରୁବଂ ବା ନ ଚୋଭୟମ୍
ସର୍ବଥା ନ ହି ଶୋଚ୍ୟାସ୍ତେ ସ୍ନେହାଦ୍ ଅନ୍ୟତ୍ର ମୋହଜାତ୍ (୧.୧୩.୪୪)
ବ୍ୟକ୍ତିକୁ ତୁମେ ନିତ୍ୟ ଆତ୍ମା ରୂପେ କିମ୍ବା କ୍ଷଣସ୍ଥାୟୀ ଶରୀର ରୂପେ ବିଚାର କରିପାର ଅଥବା ଆତ୍ମା ଓ ଶରୀରର ଏକ ଅଚିନ୍ତ୍ୟ ମିଶ୍ରଣ ରୂପେ ପରିକଳ୍ପନା କରିପାର, କୌଣସି ସ୍ଥିତିରେ ତୁମେ ତାହା ସମ୍ବନ୍ଧରେ ଶୋଚନା କରିବା ଉଚିତ ନୁହେଁ ।
ମାୟିକ କ୍ଷେତ୍ରରେ, ପ୍ରତ୍ୟେକ ଆତ୍ମା ତିନି ପ୍ରକାରର ଶରୀର ଦ୍ୱାରା ଆବଦ୍ଧ ଥାଏ- ସ୍ଥୁଳ ଶରୀର, ସୁକ୍ଷ୍ମ ଶରୀର, କାରଣ ଶରୀର ।
ସ୍ଥ ୂଳ ଶରୀର: ପ୍ରକୃତିର ପାଞ୍ଚ ପ୍ରକାର ସ୍ଥୁଳ ଉପାଦାନରେ ଗଠିତ: ପୃଥିବୀ, ଜଳ, ତେଜ, ବାୟୁ ଏବଂ ଆକାଶ ।
ସୂକ୍ଷ୍ମ ଶରୀର: ଅଠରଟି ଉପାଦାନରେ ଗଠିତ: ପଞ୍ଚ ପ୍ରାଣ ବାୟୁ, ପାଞ୍ଚ କର୍ମେନ୍ଦ୍ରିୟ, ପାଞ୍ଚ ଜ୍ଞାନେନ୍ଦ୍ରିୟ, ମନ, ବୁଦ୍ଧି ଏବଂ ଅହଂକାର ।
କାରଣ ଶରୀର : ଅନନ୍ତ ଜନ୍ମର ସଂଚିତ କର୍ମକୁ ନେଇ କାରଣ ଶରୀର ଗଠିତ ।
ମୃତ୍ୟୁରେ ଆତ୍ମା ସ୍ଥୁଳ ଶରୀର ତ୍ୟାଗ କରି ସୂକ୍ଷ୍ମ ଶରୀର ଓ କାରଣ ଶରୀର ସହିତ ଗମନ କରିଥାଏ । ଭଗବାନ ଆତ୍ମାର ସୂକ୍ଷ୍ମ ଶରୀର ଓ କାରଣ ଶରୀର ଅନୁସାରେ ତାକୁ ଏକ ସ୍ଥୁଳ ଶରୀର ପ୍ରଦାନ କରିଥାନ୍ତି ଏବଂ ସେହି ଉଦ୍ଦ୍ୟେଶରେ ଏକ ଉପଯୁକ୍ତ ମାତୃ ଗର୍ଭକୁ ପଠାଇ ଦିଅନ୍ତି । ଆତ୍ମା ଗୋଟିଏ ସ୍ଥୁଳ ଶରୀର ତ୍ୟାଗ କରି ଅନ୍ୟ ଏକ ନୂତନ ସ୍ଥୁଳ ଶରୀର ପ୍ରାପ୍ତ କରିବା ମଧ୍ୟରେ ଏକ ସଂକ୍ରମଣକାଳୀନ ଅବଧି ରହିଥାଏ, ଯାହା କେତେ ସେକେଣ୍ଡ ଠାରୁ ଆରମ୍ଭ କରି କେତେ ବର୍ଷ ପର୍ଯ୍ୟନ୍ତ ହୋଇପାରେ । ତେଣୁ ଜନ୍ମ ପୂର୍ବରୁ ଆତ୍ମା ସୁକ୍ଷ୍ମ ଶରୀର ଓ କାରଣ ଶରୀର ସହିତ ଅବ୍ୟକ୍ତ ଭାବରେ ରହିଥାଏ । ମୃତ୍ୟୁ ପରେ ମଧ୍ୟ ଏହା ଅବ୍ୟକ୍ତ ସ୍ଥିତିରେ ରହେ । ମଝିରେ କେବଳ ଏହା ପ୍ରକଟ ହୋଇଥାଏ । ତେଣୁ ମୃତ୍ୟୁ ପାଇଁ ଶୋକ ପ୍ରକାଶ କରିବାର କୌଣସି ଯଥାର୍ଥତା ନାହିଁ ।