ସ୍ୱଧର୍ମମପି ଚାବେକ୍ଷ୍ୟ ନ ବିକମ୍ପିତୁମର୍ହସି ।
ଧର୍ମ୍ୟାଦ୍ଧି ଯୁଦ୍ଧାଚ୍ଛ୍ରେୟୋଽନ୍ୟତ୍କ୍ଷତ୍ରିୟସ୍ୟ ନ ବିଦ୍ୟତେ ।।୩୧।।
ସ୍ୱଧର୍ମଂ- ନିଜର ବେଦବିହିତ କର୍ମ; ଅପି-ମଧ୍ୟ; ଚ-ଏବଂ; ଅବେକ୍ଷ୍ୟ-ବିଚାର କରି; ନ-ନୁହେଁ; ବିକମ୍ପିତୁମ୍-ଦ୍ୱିଧାବୋଧ କରିବା; ଅର୍ହସି-ଉଚିତ; ଧର୍ମ୍ୟାତ୍-ଧର୍ମନୀତି ଦୃଷ୍ଟିରୁ; ହି-ବାସ୍ତବରେ; ଯୁଦ୍ଧାତ୍-ଯୁଦ୍ଧରୁ; ଶ୍ରେୟଃ-ଉତ୍ତମ; ଅନ୍ୟତ୍-ଅନ୍ୟ; କ୍ଷତ୍ରିୟସ୍ୟ-କ୍ଷତ୍ରିୟର; ନ-ନୁହେଁ; ବିଦ୍ୟତେ-ଅଛି ।
BG 2.31: ଜଣେ ଯୋଦ୍ଧା ଭାବରେ ତୁମେ ନିଜର କର୍ତ୍ତବ୍ୟ ବିଷୟରେ ଚିନ୍ତା ନ କରି ଇତସ୍ତତଃ ହେବା ଉଚିତ୍ ନୁହେଁ । ବାସ୍ତବରେ, ଜଣେ ଯୋଦ୍ଧା ପାଇଁ ଧର୍ମ ରକ୍ଷା ନିମନ୍ତେ ଯୁଦ୍ଧ କରିବାଠାରୁ ବଳି ମହତ୍ କାର୍ଯ୍ୟ ଆଉ କିଛି ନାହିଁ ।
ସ୍ୱଧର୍ମମପି ଚାବେକ୍ଷ୍ୟ ନ ବିକମ୍ପିତୁମର୍ହସି ।
ଧର୍ମ୍ୟାଦ୍ଧି ଯୁଦ୍ଧାଚ୍ଛ୍ରେୟୋଽନ୍ୟତ୍କ୍ଷତ୍ରିୟସ୍ୟ ନ ବିଦ୍ୟତେ ।।୩୧।।
ଜଣେ ଯୋଦ୍ଧା ଭାବରେ ତୁମେ ନିଜର କର୍ତ୍ତବ୍ୟ ବିଷୟରେ ଚିନ୍ତା ନ କରି ଇତସ୍ତତଃ ହେବା ଉଚିତ୍ ନୁହେଁ । ବାସ୍ତବରେ, ଜଣେ ଯୋଦ୍ଧା ପାଇଁ ଧର୍ମ …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ସ୍ୱ-ଧର୍ମ କହିଲେ ବେଦ ଅନୁଯାୟୀ ଜଣେ ବ୍ୟକ୍ତିର କର୍ତ୍ତବ୍ୟକୁ ବୁଝାଇଥାଏ । ଜଣେ ବ୍ୟକ୍ତି ପାଇଁ ଦୁଇ ପ୍ରକାରର ସ୍ୱ-ଧର୍ମ ବା ବେଦବିହିତ କର୍ମ ରହିଛି- ପର ଧର୍ମ ବା ଆଧ୍ୟାତ୍ମିକ ଧର୍ମ ଏବଂ ଅପର ଧର୍ମ ବା ସଂସାରିକ କର୍ତ୍ତବ୍ୟ । ଆତ୍ମା ଭାବରେ ଆମର କର୍ତ୍ତବ୍ୟ ହେଉଛି ଭକ୍ତି ସହକାରେ ଭଗବାନଙ୍କର ସେବା କରିବା ଏବଂ ତାଙ୍କୁ ପ୍ରେମ କରିବା । ଏହାକୁ ପରଧର୍ମ କୁହାଯାଏ । ଯେହେତୁ ଅଧିକାଂଶ ମନୁଷ୍ୟଙ୍କର ଏହି ଆଧ୍ୟାତ୍ମିକ ଦୃଷ୍ଟିକୋଣ ନ ଥାଏ, ନିଜକୁ ଶରୀର ମନେକରୁଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ବେଦରେ କର୍ତ୍ତବ୍ୟ ନିରୂପଣ କରାଯାଇଛି । ଏହି କର୍ତ୍ତବ୍ୟଗୁଡ଼ିକ ଜଣଙ୍କର ଆଶ୍ରମ (ଜୀବନର ଅବସ୍ଥା) ଓ ବର୍ଣ୍ଣ (ବୃତ୍ତି) ଅନୁଯାୟୀ ନିର୍ଦ୍ଧାରିତ ହୋଇଥାଏ । ଏଗୁଡ଼ିକୁ ଅପର ଧର୍ମ ବା ସାଂସାରିକ କର୍ତ୍ତବ୍ୟ କୁହାଯାଏ । ଭଗବଦ୍ ଗୀତାକୁ ଏବଂ ବିଶେଷ କରି ବୈଦିକ ସିଦ୍ଧାନ୍ତକୁ ବୁଝିବା ପାଇଁ ଆଧ୍ୟାତ୍ମିକ କର୍ତ୍ତବ୍ୟ ଏବଂ ସାଂସାରିକ କର୍ତ୍ତବ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ବନ୍ଧରେ ସ୍ପଷ୍ଟ ଧାରଣା ରହିବା ଆବଶ୍ୟକ ।
ବୃତ୍ତି ଅନୁସାରେ, ଅର୍ଜୁନ ଯେହେତୁ ଜଣେ ଯୋଦ୍ଧା ଥିଲେ ତାଙ୍କର ବୃତ୍ତିଗତ କର୍ତ୍ତବ୍ୟ ଥିଲା ଧର୍ମରକ୍ଷା ପାଇଁ ଯୁଦ୍ଧ କରିବା । ଶ୍ରୀକୃଷ୍ଣ ଏହାକୁ ସ୍ୱ-ଧର୍ମ ବା ଶାରୀରିକ ସ୍ତରରେ ନିର୍ଦ୍ଧାରିତ ଧର୍ମ କହୁଛନ୍ତି ।