Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 2, Verse 32

ଯଦୃଚ୍ଛୟା ଚୋପପନ୍ନଂ ସ୍ୱର୍ଗଦ୍ୱାରମପାବୃତମ ।
ସୁଖିନଃ କ୍ଷତ୍ରିୟାଃ ପାର୍ଥ ଲଭନ୍ତେ ଯୁଦ୍ଧମୀଦୃଶମ୍ ।।୩୨।।

ଯଦୃଚ୍ଛୟା-ଆପେ ଆପେ (ସ୍ୱତଃ); ଚ-ଏବଂ; ଉପପନ୍ନଂ-ଉପସ୍ଥିତ; ସ୍ୱର୍ଗ-ସ୍ୱର୍ଗ; ଦ୍ୱାରଂ-ଦ୍ୱାର; ଅପାବୃତମ୍‌-ଉନ୍ମୁକ୍ତ; ସୁଖିନଃ-ଅତ୍ୟନ୍ତ ସୁଖୀ; କ୍ଷତ୍ରିୟାଃ-କ୍ଷତ୍ରିୟମାନେ; ପାର୍ଥ- ହେ ପୃଥାପୁତ୍ର; ଲଭନ୍ତେ-ଲାଭ କରନ୍ତି; ଯୁଦ୍ଧଂ-ଯୁଦ୍ଧ; ଈଦୃଶମ୍‌- ଏହି ପ୍ରକାର ।

Translation

BG 2.32: ହେ ପାର୍ଥ! ଧର୍ମ ରକ୍ଷା କରିବାର ଏପରି ସୁଯୋଗ ଯେଉଁ କ୍ଷତ୍ରିୟମାନଙ୍କ ପାଇଁ ଆପେ ଆପେ ଆସିଥାଏ, ସେମାନେ ସୁଖି ଅଟନ୍ତି, ଯାହା ତାଙ୍କ ପାଇଁ ସ୍ୱର୍ଗର ଦ୍ୱାର ଉନ୍ମୁକ୍ତ କରିଦିଏ ।

Commentary

ସମାଜକୁ ସୁରକ୍ଷା ଦେବା ପାଇଁ କ୍ଷତ୍ରିୟମାନଙ୍କର ଆବଶ୍ୟକତା ବିଶ୍ୱରେ ସର୍ବଦା ରହିଛି । ବୃତ୍ତିଗତ କର୍ତ୍ତବ୍ୟ ଦୃଷ୍ଟିରୁ ଯୋଦ୍ଧାମାନେ ସାହସୀ ହେଇଥିବା ଏବଂ ଆବଶ୍ୟକ ସ୍ଥଳେ, ସମାଜର ସୁରକ୍ଷା ପାଇଁ ତାଙ୍କର ଜୀବନ ବଳିଦାନ ଦେବା ପାଇଁ ପ୍ରସ୍ତୁତ ରହିଥିବା ଆବଶ୍ୟକ । ବୈଦିକ ଯୁଗରେ ସମାଜର ସମସ୍ତ ବର୍ଗ ପାଇଁ ପଶୁ ହତ୍ୟା ନିଷିଦ୍ଧ ଥିବାବେଳେ, କ୍ଷତ୍ରିୟମାନଙ୍କୁ ଯୁଦ୍ଧବିଦ୍ୟା ଶିକ୍ଷା କରିବା ପାଇଁ ପଶୁହତ୍ୟାର ଅନୁମତି ଥିଲା । ଏପରି ପ୍ରତିଦ୍ୱନ୍ଦୀ ଯୋଦ୍ଧାମାନଙ୍କ ଠାରୁ ଧର୍ମ ରକ୍ଷାର ସୁଯୋଗକୁ ମୁକ୍ତ ହସ୍ତରେ ସ୍ୱାଗତ କରିବାର ଆଶା ରଖାଯାଉଥିଲା । ସେମାନଙ୍କର କର୍ତ୍ତବ୍ୟ ପାଳନ, ଇହଜନ୍ମ ଓ ପରଜନ୍ମରେ ଏକ ପୁଣ୍ୟ କାର୍ଯ୍ୟ ରୂପେ ପୁରଷ୍କୃତ ହୋଇଥାଏ ।

ବୃତ୍ତିଗତ କର୍ତ୍ତବ୍ୟର ଉଚିତ୍ ନିର୍ବାହ ଏକ ଆଧ୍ୟାତ୍ମିକ କର୍ମ ନୁହେଁ ଏବଂ ଏହାର ଫଳ ଭଗବତ୍ ପ୍ରାପ୍ତି ନୁହେଁ । ଏହା କେବଳ ଏକ ପୁଣ୍ୟ କର୍ମ ଯାହା ସଂସାରିକ ବୈଭବ ପ୍ରଦାନ କରିଥାଏ । ଶ୍ରୀକୃଷ୍ଣ ତାଙ୍କର ନିର୍ଦ୍ଦେଶକୁ ସାମାନ୍ୟ ନିମ୍ନାଭିମୁଖୀ କରି କହୁଛନ୍ତି, ଯଦି ଅର୍ଜୁନ ଆଧ୍ୟାତ୍ମିକ ଜ୍ଞାନ ପ୍ରତି ଆଗ୍ରହୀ ନ ହୋଇ ଶାରୀରିକ ସ୍ତରରେ ରହିବାକୁ ଇଚ୍ଛା କରଥାଆନ୍ତି, ତଥାପି କ୍ଷତ୍ରିୟ ଭାବରେ ଧର୍ମରକ୍ଷା ପାଇଁ ଯୁଦ୍ଧ କରିବା ତାଙ୍କର ସାମାଜିକ କର୍ତ୍ତବ୍ୟ ଅଟେ ।

ଆମ୍ଭେମାନେ ଏଠାରେ ଦେଖି ପାରିବା ଯେ, ଭଗବଦ୍ ଗୀତା କର୍ମକୁ ଆହ୍ୱାନ ଦେଇଥାଏ, ନିଷ୍କ୍ରିୟତାକୁ ନୁହେଁ । କୌଣସି ଆଧ୍ୟାତ୍ମିକ ପ୍ରବଚନ ଶୁଣି ଅନେକ ସମୟରେ ଲୋକେ ପ୍ରଶ୍ନ କରନ୍ତି, “ଆପଣ ମୋତେ କର୍ମ ତ୍ୟାଗ କରିବାକୁ କହୁଛନ୍ତି କି?” କିନ୍ତୁ ଶ୍ରୀକୃଷ୍ଣ ଏଥିରେ ଅର୍ଜୁନଙ୍କୁ ବିପରୀତ ନିର୍ଦ୍ଦେଶ ଦେଉଛନ୍ତି । ଯେତେବେଳେ ଅର୍ଜୁନ ତାଙ୍କର କର୍ତ୍ତବ୍ୟ ତ୍ୟାଗ କରିବାକୁ ଚାହୁଁଛନ୍ତି, ସେତେବେଳେ ଶ୍ରୀକୃଷ୍ଣ ବାରମ୍ବାର ତାଙ୍କୁ କର୍ତ୍ତବ୍ୟ କରିବାକୁ ଉତ୍ସାହିତ କରୁଛନ୍ତି । ଅର୍ଜୁନଙ୍କଠାରେ ଯେଉଁ ପରିବର୍ତ୍ତନ ଶ୍ରୀକୃଷ୍ଣ ଆଶା କରୁଛନ୍ତି ତାହା ଅନ୍ତରଙ୍ଗ ସ୍ତରରେ ଚେତନାରେ ପରିବର୍ତ୍ତନ ଅଟେ, ବାହ୍ୟ ସ୍ତରରେ କର୍ତ୍ତବ୍ୟ ତ୍ୟାଗ ନୁହେଁ । ବର୍ତ୍ତମାନ ସେ କର୍ତ୍ତବ୍ୟ ତ୍ୟାଗର ଫଳାଫଳ ସମ୍ପର୍କରେ ଅର୍ଜୁନଙ୍କୁ ବୁଝାଉଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
2. ସାଂଖ୍ୟ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!